ଶେଷ ଥର ପାଇଁ Rajeswari ଙ୍କ ମଥାରେ ସିନ୍ଦୁର ଦେଲେ ସ୍ଵାମୀ, ହାତରେ ଶଙ୍ଖା ପିନ୍ଧେଇ କାନ୍ଦି କାନ୍ଦି ଦେଲେ ବିଦାୟ, ରାଜେଶ୍ଵରୀ ଶେଷ ଯାତ୍ରା ସମୟର ଏହି ଦୃଶ୍ୟ ଦେଖିଲେ ଭିଜିବ ଆଖି…

ବନ୍ଧୁଗଣ ଗତ କାଲି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ର ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲେ । ବନ୍ଧୁଗଣ ରାଜେଶ୍ଵରୀ ରାୟ ମହାପାତ୍ର ଜଣେ ଦକ୍ଷ ଅଭିନେତ୍ରୀ ଥିଲେ । ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ରାତି 2ଟା 25 ମିନିଟରେ ତାଙ୍କର ଦେହାନ୍ତ ହୋଇଛି ।

ରାଜେଶ୍ଵରୀ ଜଣେ ଆଗ ଧାଡିର ଅଭିନେତ୍ରୀ ଥିଲେ ସେ ନିଜ ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ରାଜେଶ୍ଵରୀ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗ ସହ ଲଢେଇ କରୁଥିଲେ ଏମିତି କି ସେ କ୍ୟାନ୍ସରରୁ ସୁସ୍ଥ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ପ୍ରାଣ ହରାଇଛନ୍ତି ।

ରାଜେଶ୍ଵରୀ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ରାଜେଶ୍ଵରୀ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ ସେ ଉଭୟ ଲଙ୍ଗସ୍ ଓ ବ୍ରେନ କ୍ୟାନ୍ସରରେ ପୀଡିତ ଥିଲେ । କ୍ୟାନ୍ସର ସହ ଲଢେଇ କରିବା ସହ ସେ ଲୋକ ମାନଙ୍କୁ ପ୍ରେରଣା ଦେଉଥିଲେ । ଆଉ ଏହି ସବୁ କଥା ତାଙ୍କୁ ସାରା ଓଡିଶାରେ ଏକ ପରିଚୟ ଦେଇଥିଲା । ସମସ୍ତ ଲୋକ କହୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ଉପରେ କୁଦ୍ରୁଷ୍ଟି ପଡି ଯାଇଛି ସେଥିପାଇଁ ବୋଧେ ଗୋଟେ ପରେ ଗୋଟେ ଲୋକପ୍ରିୟ କଳାକାର ମାନେ ଏ ଦୁନିଆ ଛାଡି ଚାଲି ଯାଉଛନ୍ତି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଜେଶ୍ଵରୀଙ୍କ ଶେଷ କୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଦେଖିଲେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରାଜେଶ୍ଵରୀଙ୍କ ମୃତ ଶରୀରକୁ ସଜାଉ ଦେଉଛନ୍ତି ତାଙ୍କ ସ୍ଵାମୀ । ସ୍ଵାମୀ ଶେଷ ଥର ପାଇଁ ମୁଣ୍ଡରେ ସିନ୍ଦୁର ଆଉ ପାଦରେ ପାଉଁଜି ପିନ୍ଧାଉ ଥିବାର ନଜର ଆସୁଛନ୍ତି । ତାଙ୍କ ପାଖରେ ଥିବା ସମସ୍ତ ପରିବାର ଲୋକ କାନ୍ଦୁ ଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *