ଇତିହାସ ରଚିଲେ Draupadi Murmu, କିନ୍ତୁ କଣ ଆପଣ ଜାଣିଛନ୍ତି ରାଷ୍ଟ୍ରପତି ହେଲେ କେତେ ଟଙ୍କା ଦାରମା ପାଇବେ ଦ୍ରୌପଦୀ ଓ ଏହା ସହ ପାଇବେ କେଉଁ କେଉଁ ସୁବିଧା ? ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଇତିହାସ ରଚିଲେ ଦ୍ରୌପଦୀ । ଭାରତ ପାଇଲା ନୂଆ ରାଷ୍ଟ୍ରପତି । ବିରୋଧୀ ପାର୍ଥୀ ଯଶବନ୍ତ ସିହ୍ନାକୁ ହରାଇ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ । ଦେଶ ପାଇଲା ପଞ୍ଚଦଶ ରାଷ୍ଟ୍ରପତି । ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ କେତେ ଦରମା ମିଳିବ ? କେଉଁ କେଉଁ ସୁବିଧା ମିଳିବ ? ଏବଂ କି କି ସୁବିଧା ତାଙ୍କୁ ମିଳିବ ? ତେବେ ରାଷ୍ଟ୍ରପତି ପଦବୀ ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ।

ଆଉ ଏହି ପଦରେ ବର୍ତ୍ତମାନ ବସିଲେ ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ ତାରିଖରେ ବିଧିବଦ୍ଧ ଭାବରେ ସେ ଦାଇତ୍ଵ ମଧ୍ୟ ନେବେ । ତେବେ ଆସନ୍ତୁ ଜାଣିବା ତାଙ୍କର ଦରମା ଏବଂ ସୁବିଧା ସମ୍ବନ୍ଧରେ । କେତେ ଦରମା ପାଇବେ ଦ୍ରୌପଦୀ ? ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ବର୍ତ୍ତମାନ ମାସିକ ୫ ଲକ୍ଷ ଟଙ୍କା ଦରମା ମିଳିବ । ୨୦୧୮ ରେ ରାଷ୍ଟ୍ରପତିଙ୍କ ଦରମା ଥିଲା ଦେଢ ଲକ୍ଷ ଟଙ୍କା । ଦରମା ସହିତ ମାଗଣା ମେଡିକାଲ, ଟେଲିଫୋନ, ବିଜୁଳି ଭତ୍ତା ସହିତ ସମସ୍ତ ସୁବିଧା ମଧ୍ୟ ମିଳିବ ।

ଏହା ସହିତ ମସିଡିଜ ବେଞ୍ଜ ଏସ ୬୦୦ ପୁଲମ୍ୟାନ ଗାର୍ଡ ଗାଡି ମିଳିଥାଏ ରାଷ୍ଟ୍ରପତିଙ୍କୁ । ଦ୍ରୌପଦୀଙ୍କ ପାଖରେ ୮୬ ଜଣିଆ ସ୍ଵତନ୍ତ୍ରଗାର୍ଡ ଥାଏ । ଯାହାଙ୍କୁ ପ୍ରେସିଡେନସିଆଲ ବଡିଗାର୍ଡ ମିଳିଥାଏ । ରାଷ୍ଟ୍ରପତିଙ୍କୁ ମାଗଣା ଘର, ଦୁଇଟି ମୋବାଇଲ ଫୋନ ଏବଂ ଆଜୀବନ ମାଗଣା ଚିକିତ୍ସ୍ୟା ସୁବିଧା ମିଳିବ । ପୂର୍ବତ୍ତନ ରାଷ୍ଟ୍ରପତିଙ୍କୁ ଜଣେ ସହଯୋଗୀ ସହିତ ଟ୍ରେନ କିମ୍ବା ଆକାଶ ମାର୍ଗରେ ଯାତ୍ରା କରିବା ପାଇଁ ସୁବିଧା ମିଳିଥାଏ । ରାଷ୍ଟ୍ରପତିଙ୍କ ବାସଭବନ ୩୪୦ ଏକର ।

ରାଷ୍ଟ୍ରପତି ଭବନଙ୍କୁ ବ୍ରିଟିଶ ଭାଇସରଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏହି ଭବନଙ୍କୁ ଏଡୱର୍ଡ ଲଟିୟନ୍ସ ଓ ହରବର୍ଟ ବେକାର ଡିଜାଇନ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ ୩୪୦ ଟି କୋଠରୀ ରହିଛି । ସେତେବେଳେ ଏହି ବିରାଟ ଭବନକୁ ନିର୍ମାଣ କରିବା ନିମନ୍ତେ ୪୫ ଲକ୍ଷ ଇଟା ଲାଗିଥିଲା ।

୧୫ ଏକରରେ ବ୍ୟାପୀଥିବା ମୋଗଲ ଗାର୍ଡେନ ମୁଖ୍ୟ ଆକର୍ଷଣର କେନ୍ଦ୍ରସ୍ଥଳୀ । ତେବେ କେତେ କ୍ଷମତା ରହିଛି ରାଷ୍ଟ୍ରପତିଙ୍କର ? ଭାରତର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଏବଂ ସମ୍ବିଧାନର ସଂରକ୍ଷଣ କରିବା ହେଉଛି ରାଷ୍ଟ୍ରପତିଙ୍କର ପ୍ରମୁଖ ଦାଇତ୍ଵ ।

କ୍ୟାବିନେଟ ପାସ ପରେ ପାର୍ଲିଆମେଣ୍ଟରେ ପାସ ହୋଇଥିବା ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯାଏ । ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା କୌଣସି ବିଲ ମଞ୍ଜୁର ହୋଇପାରିବ ନାହିଁ । କିନ୍ତୁ ସଂସଦରେ ଦ୍ଵିତୀୟ ଥର ପାଇଁ ବିଲ ପାସ ହେଲେ, ଦସ୍ତଖତ କରନ୍ତି ରାଷ୍ଟ୍ରପତି । ତିନି ସେନାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *