ଭେଣ୍ଡିଆ ପୁଅକୁ ଧକ୍କା ଦେଲା ବସ, ଶେଷ ସମୟରେ ମା’ କୁ ଖୋଜୁଥିଲା ପୁଅ…ମା’ କୁ ଦେଖିବା ପୂର୍ବରୁ ହିଁ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ଦୁଃଖିନୀ ମହିଳା ଙ୍କ ସ୍ଵାମୀ ୫ ବର୍ଷ ପୂର୍ବେ ଆରପାରି କୁ ଚାଲିଯାଇଥିଲେ । ଏକ ମାତ୍ର ଭେଣ୍ଡିଆ ପୁଅ ଙ୍କ ମୁହଁ କୁ ଅନାଇ ଦିନ କାଟୁଥିଲେ ମା’ ଜଣଙ୍କ । ମାତ୍ର ଦଇବ ଆହୁରି କଷ୍ଟ ଦେବାକୁ ପଛାଇଲା ନାହିଁ । ଆଜି ସେହି ମା’ କୋଳରୁ ତା’ ପୁଅ କୁ ମଧ୍ୟ ଛଡାଇ ନେଲା । ପୁଅ ଟି ସକାଳୁ ବାହାରି ଥିଲା ଜଳଖିଆ ଆଣିବାକୁ । ମାତ୍ର ଜଳଖିଆ ଆସିବା ସମୟରେ ରାସ୍ତାରେ ପଛପଟୁ ଗାଡି ଆସି ଧକ୍କା ଦେଇଥିଲା, 

ଏହା ଫଳରେ ୧୦୦ ମିଟର ଦୂରରେ ଯାଇ ଘୋଷାଡ଼ି ହୋଇ ପଡିଥିଲେ ଯୁବକ । ଆଉ ସେହିଠାରୁ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଖବର ପାଇବା ପରେ ଯୁବକଙ୍କ ପରିବାର ଲୋକେ ଦୁର୍ଘଟଣା ସ୍ଥାନକୁ ଦୌଡି ଆସିଥିଲେ । ଆଉ ସେ ଦେଖିବାକୁ ପାଇଥିଲେ ଯେ ରାସ୍ତାରେ ପଡିଛି ପୁଅର ବାଇକ ଏବଂ ବାଇକ ର କିଛି ଦୂରରେ ପଡିଛି ପୁଅର ଶ-ବ ।

ଏହି ଦୁର୍ଘଟଣା ଟି ହେଉଛି ଜଗସିଂହପୁର ଜିଲ୍ଲା ଲାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ଛକ ନିକଟର । ଏହି ଘଟଣାରେ ଜଣେ ୨୫ ବର୍ଷୀୟ ଯୁବକର ମୃ-ତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଖଇରା ଗ୍ରାମର ବ୍ରିଜେସ ମିଶ୍ର ।  ସକାଳ ପ୍ରାୟ ସାଢେ ୯ ଘଟିକା ସମୟରେ ବ୍ରିଜେଶ ମୁଣ୍ଡାଳ ଛକରୁ ନିଜ ଘରକୁ ମଟରସାଇକେଲ ରେ ଫେରୁଥିଲେ । ଏହି ସମୟରେ ଅଭିରାମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ବ୍ରିଜେଶ ଙ୍କର ମୃ-ତ୍ୟୁ ଘଟିଥିବାବେଳେ ବସ ଟି ଘଟଣା ସ୍ଥଳରୁ ଯାଇ ନାଉଗାଁ ଥାନାରେ ହାଜର ହୋଇଛି । ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜଗସିଂହପୁର ନାଉଗାଁ ମୁଖ୍ୟ ରାସ୍ତା କୁ ଅବରୋଧ କରି ବସିଛନ୍ତି । ପୋଲିସ ସେମାନଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ ପୋଲିସ ।

ତେବେ ମୃ-ତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଗତ ୨୦୧୫ ମସିହାରେ ମୃତକ ବ୍ରିଜେଶ ର ବାପା ରାଜେନ୍ଦ୍ର କୁମାର ରାୟ ମଧ୍ୟ ଏହିଭଳି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପ୍ରଶାସନ ପକ୍ଷରୁ ଏହି ଦାବୀ କୁ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *