CRPF କୁ ଚିଠି ଲେଖିଲା ED, ଏବେ ସାମ୍ନାକୁ ଆସିବେ ବଡ଼ ବଡ଼ିଆ …

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁନ୍ଦରୀ ଅର୍ଚ୍ଚନା, ଜଗା, ଖଗା, ଶ୍ରଦ୍ଧାଞ୍ଜଳୀ, ବ୍ୟବସାୟୀ ଅମିୟକାନ୍ତ, ବିଧାୟକ ଙ୍କ ଭାଇ ଗଙ୍ଗାଧର ସାମଲ, ଏମାନଙ୍କୁ ଯେତେ ତଦନ୍ତ କରିଲେ ମଧ୍ୟ ଏମାନେ ସମସ୍ତେ ହେଉଛନ୍ତି ତଳତଳିଆ, ବଡ ବଡିଆ ବାକି ଅଛନ୍ତି । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଇଡି ଜାଲରେ ଆସନ୍ତା ସପ୍ତାହରେ ଇଡି ଜାଲରେ ଅନେକ ବଡ ବଡିଆ ଫସିବେ । ଏହା କରାଣ୍ଡି ଅଥବା କଣ୍ଟିଆ ନୁହେଁ, ସିଧା ଭାକୁର ଆଉ ରୋହି ଯାହାର ମୁଣ୍ଡ ବଡ ହେବା ସହିତ ବୁଦ୍ଧି ମଧ୍ୟ ବଡ । ସିଆରପିଏଫ କୁ ଚିଠି କରିଛି ଇଡି ।

କାରଣ ଅଧିକ ସଂଖ୍ୟାର ଫୋର୍ସ ଯୋଗାଇ ଦେବା ନିମନ୍ତେ ଇଡି ସିଆରପିଏଫ କୁ ଚିଠି କରିଥିବା ଚର୍ଚ୍ଚା ବର୍ତ୍ତମାନ ହେଉଛି । ଏହିସବୁ ଜାଣିବା ପରେ ଚର୍ଚ୍ଚା ହେଉଛି ଯେ ଆସନ୍ତା ସପ୍ତାହ ମଧ୍ୟରେ ବହୁତ ବଡ ବଡିଆ ଙ୍କ ପର୍ଦାଫାର୍ଶ ହେବ । ଖାଲି ଦେଖିବାକୁ ଏହା ବାକି ରହିଲା ଯେ ସେମାନଙ୍କ ନାମ କ’ଣ କ’ଣ ?

ଏହିସବୁ ଭିତରେ ଇଡି ଆଜି ପର୍ଯ୍ୟନ୍ତ ଯେତେଜଣଙ୍କୁ ଡାକି ନୋଟିସ କରି ଅଫିସ କୁ ଡାକି ଜେରା କରିଛି ସେମାନଙ୍କ ଭିତରେ ଶ୍ରଦ୍ଧାଞ୍ଜଳୀ, ବ୍ୟବସାୟୀ ଅମେୟକାନ୍ତ, ବିଧ୍ୟାୟକ ଙ୍କ ଭାଇ ଗଙ୍ଗାଧର ସାମଲ, ଆଉ ଓଡିଆ ସିନେମାର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପାରିଜା, ଏମାନେ ଅତିବେଶିରେ ୧୦ ଲକ୍ଷ ରୁ ୩୦ ଲକ୍ଷ ପର୍ଯ୍ୟନ୍ତ କାରବାର କରିଛନ୍ତି ସୁନ୍ଦରୀ ଅର୍ଚ୍ଚନା ଙ୍କ ସହିତ । ମାତ୍ର ଆଗକୁ ଯିଏ ଆସିବାକୁ ଯାଉଛନ୍ତି ସେ କୁଆଡେ ୭୦ ଲକ୍ଷ ଟଙ୍କାର କାରବାର କରିଛନ୍ତି ସୁନ୍ଦରୀ ଅର୍ଚ୍ଚନା ଆଉ ତାହାର ପ୍ରେମିକ କୁହାଯାଉଥିବା ଖଗା ସହିତ ।

ଏହାପରେ କୁଆଡେ ଆହୁରି ବଡ ବଡିଆ ସାମ୍ନା କୁ ଆସିବେ ଯେଉଁମାନେ ଲକ୍ଷ ଲକ୍ଷରେ ନୁହେଁ ବରଂ କୋଟି କୋଟିରେ କାରବାର କରିଛନ୍ତି । ଆଉ ଖୁବ ଶୀଘ୍ର ସେମାନେ ସାମ୍ନା କୁ ଆସିବେ ବୋଲି ଇଡି ସିଆରପିଏଫ କୁ ଚିଠି କରିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଛି ଯେ ଇଡି ଜାଲରେ ବର୍ତ୍ତମାନ ଆଉ କେଉଁ ବଡ ବଡିଆ ପଡିବାକୁ ଯାଉଛନ୍ତି ।

ବର୍ତ୍ତମାନ ଗୋଟେ ପରେ ଗୋଟେ ଗୁମର ଖୋଲୁଥିବାରୁ ଲୋକେ ଚାହିଁ ବସିଛନ୍ତି ଯେ ଏହାର ନିର୍ଣ୍ଣୟ ସର୍ବଶେଷରେ କୋର୍ଟ କ’ଣ ଶୁଣାଉଛନ୍ତି ? ବର୍ତ୍ତମାନ ଅର୍ଚ୍ଚନା ଏବଂ ଜଗା ଙ୍କ ଠାରୁ ଯାହା ସତ୍ୟତା ମିଳୁଛି ତାହା ନିମିତ ନୁହେଁ ବରଂ ଆହୁରି ବେସ କିଛି ଜାଣିବା ଭଳି ରହିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *