ଶେଷ ଯାତ୍ରାରେ ହୀରାବେନ ମୋଦୀ, ମା’ ଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ PM Narendra Modi, ଦେଖନ୍ତୁ Live ଭିଜୁଆଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ମୋଦୀ ଙ୍କର ମା’ ଙ୍କର ପରଲୋକ ଘଟିଛି ଏବଂ ୧୦୦ ବର୍ଷ ବୟସରେ ଅହମଦାବାଦ ର ଏକ ଘରୋଇ ହସ୍ପିଟାଲରେ ବର୍ତ୍ତମାନ ଏହି ଦେହାନ୍ତ ହୋଇଛି । ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତ କରିଥିଲେ ମା’ ଙ୍କୁ । ମା’ ଙ୍କ ପାର୍ଥିବ ଶରୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନ୍ଧ ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅହମଦାବାଦ ର ସେକ୍ଟର 13 ରେ ଥିବା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମାପ୍ତ କରାଯିବ । ଅନେକ ବରିଷ୍ଟ ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ସାରା ଭାରତ ପାଇଁ ଏହା ଏକ ବଡ ଉଦାହରଣ ଯେ କେମିତି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ ଙ୍କ ବିଷୟରେ ବର୍ଣ୍ଣନା କରନ୍ତି ବାଖ୍ୟା କରନ୍ତି, କେତେ କଠିନ ପରିସ୍ଥିତି ଦେଇ ତାଙ୍କ ମା’ ତାଙ୍କୁ ମଣିଷ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ମା’ ଙ୍କୁ ଅଧିକାଂଶ ସମୟରେ ଦେଖା କରିବାକୁ ଯାଇଥାନ୍ତି । ବର୍ତ୍ତମାନ ୨୦୨୩, ନୂଆ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପାଇଁ ଏହା ବହୁତ ବଡ ଶୂନ୍ୟତା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ମୋଦୀ ଙ୍କ ମା’ ଙ୍କର ଭୋର ୩.୩୦ ରେ ଦେହାନ୍ତ ହୋଇଛି । ଆଜି ନରେନ୍ଦ୍ର ମୋଦୀ ଙ୍କ ପରିବାର ସମସ୍ତେ ନିଶ୍ଚିତ ଭାବରେ ମର୍ମାହତ ଅଟନ୍ତି । କାରଣ ମା’ ଙ୍କ ଶୂନ୍ୟସ୍ଥାନ କୁ କେହି ମଧ୍ୟ ପୂର୍ଣ୍ଣ କରି ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ଙ୍କ ମା’ ମୋଦୀ ଙ୍କୁ କହିଥିଲେ ଯେ ଦେଶରେ ଅନେକ ମା’ ଅଛନ୍ତି ତାଙ୍କର ସେବା କରିବା ପାଇଁ, ଆଜି ତାଙ୍କୁ ଅନୁପ୍ରାଣିତ କରୁଥିବା ମା’ ସବୁଦିନ ଲାଗି ଦୁନିଆଛାଡି ଚାଲିଯାଇଛନ୍ତି ।

ଯିଏ ସଂସ୍କାର ଶିଖାଇଥିଲେ ତଥା ଯିଏ ହାତଧାରୀ ଚାଲିବା ଶିଖାଇଥିଲେ ସେ ବର୍ତ୍ତମାନ ଇହକାଳ ପରକାଳ ତ୍ୟାଗ କରି ସବୁଦିନ ଲାଗି ଆରପାରିକୁ ଚାଲି ଯାଇଛନ୍ତି । ସଂପୂର୍ଣ୍ଣ ଦେଶ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହିତ ଛିଡା ହୋଇ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଙ୍କର ଯେଉଁଭଳି ଭାବରେ ନିଜ ମାତା ଙ୍କ ପ୍ରତି ଗଭୀର ନିଷ୍ଠା, ସ୍ନେହ, ପ୍ରେମ ତଥା ଭକ୍ତି ଥିଲା ତାହା ନିଶ୍ଚିତ ଭାବରେ ଅତୁଳନୀୟ । ମା’ ଙ୍କ ପାର୍ଥିବ ଶରୀରକୁ କାନ୍ଧରେ ରଖିବା ସହିତ ମୋଦୀ ଭାବୁକ ହୋଇ କାନ୍ଧିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *