ଶେଷରେ ମୁହଁ ଖୋଲିଲେ ଅନୁଭବ କହିଲେ ‘ରାଣୀ ଖୁବ ଭଲ ସ୍ତ୍ରୀ ହୋଇପାରିବେ, ଆଉ ଘରର ଭଲ ବୋହୁ ମଧ୍ୟ ହୋଇପାରିବେ, ମୁଁ ବି ତାଙ୍କୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ବିବାଦ ଘେରାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅନୁଭବ ଙ୍କୁ ବିବାହ କରିବା ପାଇଁ ମନୋବଳାଇଥିଲେ । ଆଉ ସର୍ବସମ୍ମୁଖରେ କହିଥିଲେ ଯେ ସେ ଅନୁଭବ ଙ୍କୁ ବିବାହ କରିବେ ବୋଲି । ଏହିଭଳି କିଛି ଖବର ସାମ୍ନା କୁ ଆସିବା ପରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆସନ୍ତୁ ତେବେ ଜାଣିନେବା ଅନୁଭବ ମହାନ୍ତି କ’ଣ କହିଛନ୍ତି ? ଅନୁଭବ କହିଛନ୍ତି ଯେ “ରାଣୀ ଙ୍କ ହୃଦୟ ଖୁବ ଭଲ, ସେ ଆମ ସମାଜର ଜଣେ ସେବକ, ମୁଁ ତାଙ୍କୁ ବହୁତ ସନ୍ନମାନ କରେ”, ଏତେ ଯଦିଓ ବ୍ୟକ୍ତିଗତ ଭାବରେ ଅନୁଭବ ରାନୀ ଙ୍କୁ ଜାଣିନାଯାନ୍ତି ତଥା ମିଶିବାର ସୁଯୋଗ ପାଇ ନାହାଁନ୍ତି, ସେ ଯେତିକି ରାଣୀ ଙ୍କ ବିଷୟରେ ଶୁଣିଛନ୍ତି ତଥା ଯେତିକି ଜାଣିଛନ୍ତି, ତାହା ଟେଲିଭିଜନରେ ଦେଖି ହେଉ ଅଥବା ତାଙ୍କ ବିଷୟରେ ଶୁଣିକି ଲୋକମାନଙ୍କ ଠାରୁ, ସେ ବହୁତ ସମାଜ ସେବା କରନ୍ତି ।

ଯେତିକି ଟଙ୍କା ସେ ରୋଜଗାର କରନ୍ତି ପାଖାପାଖି ସବୁକିଛି ଲୋକଙ୍କ କାମ ପାଇଁ ଦାନ କରିଦିଅନ୍ତି । ସେବାମନୋଭୂତି ଥିବା ଜଣେ ଉତ୍ତମ ମଣିଷ ହେଉଛନ୍ତି ରାଣୀ ପଣ୍ଡା । ଏହା ସହିତ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ଯେ ନିଶ୍ଚିତ ଭାବରେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ରାଣୀ ଙ୍କ ପାଇଁ ମଙ୍ଗଳ କାମନା ତଥା ପ୍ରାର୍ଥନା କରିବେ ।

ଆଶା କରିବେ ଯେ 2023 ପରଠାରୁ ତାଙ୍କ ଜୀବନରେ ସୁଖମୟ ହେଉ ତଥା ବହୁତ ଭଲରେ ସେ ଜୀବନ ଯାପନ କରନ୍ତୁ । ଏହାପରେ ଅନୁଭବ ମହାନ୍ତି କହିଥିଲେ ଯେ ରାଣୀ ଜଣେ ଉତ୍ତମ ସ୍ତ୍ରୀ ଏବଂ ଜଣେ ଉତ୍ତମ ବୋହୂ ଭାବରେ ନିଜକୁ ସାବ୍ୟସ୍ଥ କରିପାରିବେ । ଜୀବନରେ ଯାହାକୁ ମଧ୍ୟ ରାଣୀ ବିବାହ କରିବେ ସେ ଜଣେ ଭଲ ସ୍ତ୍ରୀ ଏବଂ ଭଲ ବୋହୂ ହେବାର କ୍ଷମତା ରଖୁଥିବେ ।

ଏହା ଅନୁଭବ ମହାନ୍ତି ଙ୍କ ବିଶ୍ଵାସ ଅଟେ ରାଣୀ ପଣ୍ଡା ଙ୍କ ଉପରେ ବୋଲି ସେ କହିଛନ୍ତି ଏବଂ ରାଣୀ ଙ୍କୁ ହାତଯୋଡି ବହୁତ ବହୁତ ସନ୍ନମାନ ସହିତ ବହୁତ ବହୁତ ଭଲପାଇବା ମଧ୍ୟ ଜଣାଇଛନ୍ତି । ଯେବେ ମଧ୍ୟ ସମୟ ପାଇବେ ଅନୁଭବ ମହାନ୍ତି ରାନୀ ଙ୍କ ସହିତ ବ୍ୟକ୍ତିଗତ ଭାବରେ ଦେଖା କରି ଧନ୍ୟବାଦ ଜଣାଇବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *