ଚୀନ ଶେଷରେ ମାନିଲା ନିଜର ଦୋଷ, ୪ ମାସ ପରେ ଲୁଚାଇଥିବା କଥା ଉପରୁ ଉଠିଲା ପରଦା

ସାରା ବିଶ୍ଵରେ ବର୍ତ୍ତମାନ କୋରୋନା ଭାଇରସ ନିଜର ଭୟଙ୍କର କାୟା ବିସ୍ତାର କରିଛି । ଯାହାଦ୍ୱାରା ପ୍ରତିଦିନ କୋରୋନା ସଂକ୍ରମିତ ଙ୍କ ସଂଖ୍ୟା ବହୁତ ଦୃତ ଗତିରେ ବଢିବାରେ ଲାଗିଛି । ସାରା ବିଶ୍ଵରେ ଏହି ଭାଇରସ ପ୍ରତିଦିନ ହଜାରରୁ ଅଧିକ ଲୋକଙ୍କୁ ନିଜର ଶିକାର କରୁଛି । ଯେଉଁଥିରେ ପ୍ରତିଦିନ ବହୁତ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି । ବର୍ତ୍ତମାନ ଏହି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୧ ହଜାର ପହଞ୍ଚିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୩ ଲକ୍ଷ ୪୩ ହଜାର ହୋଇ ଯାଇଛି । ସର୍ବ ପ୍ରଥମେ କୋରୋନା ଭାଇରସ ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିଲା । ଏହି କୋରୋନା ଭାଇରସ ରେ ବୁହାନ ସହରରେ ମୃତ୍ୟୁ ସଂଖ୍ୟା ୨୫୭୯ ହୋଇଥିବା ଚୀନ ପକ୍ଷରୁ କୁହାଯାଇ ଥିଲା । କିନ୍ତୁ ଚୀନର ସରକାର ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଘୋଷଣା କରିଛନ୍ତି । ବର୍ତ୍ତମାନ ସେ ଚୀନର ମୃତ୍ୟୁ ସଂଖ୍ୟାର ନୂଆ ଅପଡେଟ ଦେବା ସହିତ କହିଛନ୍ତି ବୁହାନରେ ମୃତ୍ୟୁ ସଂଖ୍ୟା ୨୫୭୯ ନଥିଲା ବରଂ ୩୮୬୯ ଥିଲା ।

ଚୀନର ନେସନାଲ ହେଲଥ କମିଶନ ଗତ ଶୁକ୍ରବାର ଦିନ ଏକ ସୂଚନା ଦ୍ଵାରା କହିଛନ୍ତି ଚୀନରେ ୪୬୩୨ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନର କହିବା ଅନୁସାରେ କୋରୋନା ଭାଇରସ ଚାଲିଥିବା ସମୟରେ ମେଡିକାଲରେ ମୃତ୍ୟୁ ବରଣ କରୁଥିବା ସବୁ ରୋଗୀ ମାନଙ୍କ ମଧ୍ୟରୁ କେତେକ ରୋଗୀଙ୍କର ମୃତ୍ୟୁ ଅନ୍ୟ ରୋଗ କାରଣରୁ ହୋଇଥିଲା । ଏହି କାରଣରୁ କେଉଁ ରୋଗୀର ମୃତ୍ୟୁ କେଉଁ କାରଣରୁ ହେଉଛି ତାହା ଠିକ ଭାବେ ନିର୍ଧାରିତ ନ କରି ପାରିବାରୁ ସେ ଭୁଲ ସୂଚନା ଦେଇଥିଲା ।

ନୂଆ ରିପୋର୍ଟ ଅନୁସାରେ ବୁହାନ ସହରରେ ସଂକ୍ରମିତ ଙ୍କ ସଂଖ୍ୟାକୁ ୩୨୫ ବଢାଇ ଦିଆ ଯାଇଛି । ଏହି ସଂଖ୍ୟା ବର୍ତ୍ତମାନ ୫୦ ହଜାର ୩୩୩ ହୋଇ ଯାଇଛି । ଏହା ସହିତ ଚୀନରେ ବର୍ତ୍ତମାନ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୨ ହଜାର ୬୯୨ ହୋଇ ଯାଇଛି । କୋଭିଡ-୧୯ ପ୍ରିଭେନ୍ସନ ଆଣ୍ଡ କଣ୍ଟ୍ରୋଲ ବୁହାନ ମୁଖ୍ୟାଳୟ କହିଛନ୍ତି କି ନିୟମ ଓ କାନୁନ ଅନୁସାରେ ମୃତ୍ୟୁ ସଂଖ୍ୟା ସଂଶୋଧନ କରା ଯାଇଛି । ବର୍ତ୍ତମାନ କରୋନା ସହିତ ଯୋଡି ହୋଇଥିବା ସୂଚନା ସାର୍ବଜନୀନ କ୍ଷେତ୍ରରେ ଏହାର ସଂଖ୍ୟା ଠିକ ବୋଲି କୁହା ଯାଇଛି । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *