ପରିବାରକୁ ବର୍ବାଦ କରି ଦେଇଥାଏ ଘରେ ଏହି ଜାଗାରେ ବସି ଖାଇବାର ଅଭ୍ୟାସ, ଜାଣିନିଅନ୍ତୁ ନହେଲେ ପସ୍ତେଇବେ

ଜୋତିଷ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଏହି ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଘରର ବାସ୍ତୁ ବିଗିଡି ଯାଇଥାଏ ତାହେଲେ ସେ ବହୁତ କଷ୍ଟ ଓ ସମସ୍ୟାର ସାମାନା କରିଥାଏ ଏବଂ ସେ ଘରକୁ କେବେ ହେଲେ ବି ଖୁସି କିମ୍ବା ଶାନ୍ତି ଆସିନଥାଏ । ମଣିଷ ଭଲରେ ଦୁଇ ଥର ଖାଇବା ଏବଂ ଖୁସିରେ ରହିବା ପାଇଁ ଦିନ ରାତି ବହୁତ ପରିଶ୍ରମ କରିଥାଏ । ବାସ୍ତୁ ଦୋଷ ନିବାରଣ କରିବା ପାଇଁ ଏବଂ ଘରେ ସୁଖ ଶାନ୍ତି ରଖିବା ପାଇଁ ବାସ୍ତୁ ଶାସ୍ତ୍ରରେ ବହୁତ ସାରା ଉପାୟ ଅଛି ।

ଆପଣ କେଉଁ ଦିଗରେ ରୋଷେଇ କରୁଛନ୍ତି ଏବଂ ରୋଷେଇ କରିବା ପରେ ଖାଦ୍ୟକୁ କେଉଁ ଦିଗରେ ରଖୁଛନ୍ତି ଏହାର ବି ବଡ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ଖାଇବା ପାଇଁ ମଧ୍ୟ କିଛି ବାସ୍ତୁ ନିୟମ କୁହାଯାଇଛି ଯାହାକୁ ପାଳନ କରିବା ବହୁତ ଆବଶ୍ୟକ, ନହେଲେ ଏହାର ଫଳ ବହୁତ ଖରାପ ହେବ ।

ବାସ୍ତୁ ଦ୍ଵାରା ନିର୍ଦ୍ଧାରିତ ସବୁ ନିୟମ ଗୁଡିକୁ ଠିକ ଭାବେ ପାଳନ ନକରିବା ଦ୍ଵାରା ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ଏବଂ ଉନ୍ନତି ଉପରେ ଅଧିକ ପ୍ରଭାବ ପଡିବ । ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ନିୟମ ବିଷୟରେ କହିବୁ ଯାହାକୁ ଆପଣ ଖାଇବା ସମୟରେ ପାଳନ କରିବେ । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ।

୧- ଆପଣ ମାନେ ଦେଖିଥିବେ କି କେତେକ ଲୋକ ରୋଷେଇ ଘରେ ଖାଇବା ତିଆରି କରିବା ପରେ ସେହିଠାରେ ହିଁ ଖାଇ ଥାନ୍ତି, କିନ୍ତୁ ଏମିତି କରିବା ଉଚିତ ନୁହେଁ । କାରଣ ଯେଉଁଠାରେ ରୋଷେଇ ହୋଇଥାଏ ସେଠାରେ ମା ଅନ୍ନପୂର୍ଣ୍ଣାଙ୍କ ଜାଗା ବୋଲି କୁହାଯାଇ ଥାଏ । ଯଦି ଆପଣ ସେହି ଜାଗାରେ ଖାଇବେ ତାହେଲେ ତାହା ଅଇଁଠା ହୋଇଯାଇ ଥାଏ ଯାହାଦ୍ଵାରା ମା ଅନ୍ନପୂର୍ଣ୍ଣା ରାଗିଯାଇ ଥାନ୍ତି ଏବଂ ଏହାର ଖରାପ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡିଥାଏ ।

୨- ଆପଣ ରୋଷେଇ ଘରେ ଖାଇବା ସମୟରେ କେବେ ହେଲେ ବି ଗ୍ୟାସ ଆଡକୁ ନିଜର ପିଠି କରି ଖାଇବେ ନାହିଁ କାରଣ ଏମିତି କରିବା ଦ୍ଵାରା ଦେବୀଙ୍କର ଅପମାନ ହୋଇଥାଏ

୩- ଯେତବେଳେ ଆପଣ ଖାଇବା ପାଇଁ ଆରମ୍ଭ କରିବେ ତା ପୂର୍ବରୁ ମା ଅନ୍ନପୂର୍ଣା ଙ୍କୁ ଧ୍ୟାନ କରି ଖାଇବାର ପ୍ରଥମ ଖଣ୍ଡ ଭୋଗ ଲଗାନ୍ତୁ ଏବଂ ତାପରେ ଖାଇବା ଆରମ୍ଭ କରନ୍ତୁ । ଧ୍ୟାନ ରଖିବେ କି ସେହି ଭୋଗକୁ ମାଟି ଉପରେ ରଖିବେ ନାହିଁ କାରଣ ଅଧିକ ଲୋକ ଭୂମି ଉପରେ ହିଁ ଭୋଗ ଲଗାଇ ଥାନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *