ନାବାଳକ ଭୋକରେ ଥିବା ମା ପାଇଁ କରିଲା ଚୋରୀ, ଜଜ ଦୋଷକୁ କ୍ଷମା କରିବା ସହିତ ଏମିତି ଦେଖେଇଲେ ମାନବିକତା

କରୋନା ଭାଇରସ ଓ ଲକଡାଉନ ଯୋଗୁ ପୁରା ବିଶ୍ଵ ସମସ୍ତ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହା ମଧ୍ୟରେ କେତେକ ଲୋକମାନେ ଭଗବାନ ହୋଇ ଗରିବ ଲୋକମାନଙ୍କ ସାହାର୍ଯ୍ୟ ବି କରୁଛନ୍ତି । କେହି କେହି ଭୋକିଲା ବ୍ୟକ୍ତିଙ୍କୁ ଭୋଜନ କରାଉଛି ତ କେହି ନିଜ ଜୀବନର ବାଜି ଲଗାଇ ଅନ୍ୟ ବ୍ୟକ୍ତିମାନଙ୍କ ଜୀବନ ବଞ୍ଚାଉଛନ୍ତି । କହିବାକୁ ଗଲେ ଏହିଭଳି ମଣିଷତ୍ଵର ଏକ ଉଦାହରଣ ବିହାରର ନାଳନ୍ଦାର ଏକ ଜଜ ବି ଦେଇଛନ୍ତି ।

ବିହାରର ନାଳନ୍ଦା ଜିଲ୍ଲାର ବିହାରଶରୀଫରେ ଚୋରୀ ଆରୋପରେ ଜଣେ ନାବାଳକକୁ କିଶୋର ନ୍ୟାୟାଳୟରେ ଜଜ ସାମ୍ନାରେ ପେଶ କରାଗଲା । କହିବାକୁ ଗଲେ ତାହାର ଅପରଧା ଏହା ଥିଲା କି ସେ ଭୋକରେ ଥିବା ନିଜ ମା ପାଇଁ ଗତ କାଲୀ କିଛି ଖାଦ୍ୟ ସାମଗ୍ରୀ ଚୋରୀ କରିଥିଲା । ଜଜକୁ ଏହି କଥା ଜଣା ପଡିଲା ତ ସେ ଆରୋପିକୁ ଦଣ୍ଡ ଦେବା ବଦଳରେ ସେହି ନାବାଳକକୁ କିଛି ଖାଦ୍ୟ ସାମଗ୍ରୀ ଓ ତାହାର ମା ପାଇଁ କପଡା ଦେଲେ । ଏହିଭଳି କରି ଜଜ ସେହି ନାବାଳକର ଉଚିତ ନ୍ୟାୟ କରିଲେ ।

Image courtesy: Google

ପୋଲିସ ଇସ୍ଲାମପୁରରେ ରହୁଥିବା ନାବାଳକ ଗିରଫ୍ କରିଲା ଓ ଜଜ ମାନବେନ୍ଦ୍ର ମିଶ୍ରଙ୍କ କୋର୍ଟରେ ତାକୁ ପେଶ କରିଲେ । ଏହା ପରେ ଜଜ ନାବାଳକର ବାଧ୍ୟତାକୁ ବୁଝି ତାକୁ ତାହାର ଆରୋପରୁ ମୁକ୍ତ କରିଦେଲେ ଓ ଏହା ସହିତ ଜଜ ସରକାରୀ ଅଧିକାରୀଙ୍କୁ ସେହି ନାବାଳକର ସମସ୍ତ ପ୍ରକାରର ସାହାର୍ଯ୍ୟ ଓ ସରକାରୀ ଯୋଜନାର ସମସ୍ତ ପ୍ରକାର ଲାଭ ଦେବା ପାଇଁ ଆଦେଶ ଦେଲେ ।

ଅଦାଲତ ପ୍ରତି ୪ ମାସରେ ନାବାଳକ ସହ ଜଡିତ ପ୍ରଗତି ରିପୋର୍ଟ ଦେବା ପାଇଁ ପୋଲିସକୁ ନିର୍ଦେଶ ବି ଦେଇଛନ୍ତି । ଏହା ଛଡା ଜଜ ବିଡ଼ିଓକୁ ପରିବାରକୁ ରାସନ କାର୍ଡ, ସମସ୍ତ ସଦସ୍ୟଙ୍କୁ ଆଧାର କାର୍ଡ, ନାବାଳକର ମାକୁ ବିଧବା ପେନସନ, ଗୃହ ନିର୍ମାଣ ପାଇଁ ଅନୁଦାନ ରାଶି ସମେତ ସମସ୍ତ ଦରକାରୀ କାଗଜପତ୍ର ପ୍ରସ୍ତୁତି ପାଇଁ ଆଦେଶ ବି ଦେଇଛନ୍ତି ।

Image courtesy: Google

କହିବାକୁ ଗଲେ ନାବାଳକର ପିତାର କିଛି ବର୍ଷ ପୂର୍ବେ ହିଁ ନିଧନ ହୋଇ ଯାଇଛି । ଏହା ପରେ ତାହାର ମା ପାଗଳ ହୋଇଗଲା । ଏମିତିରେ ତାଙ୍କର ପରିସ୍ଥିତି ଆହୁରି ବି ଖରାପ ହୋଇଗଲା । ନାବାଳକର ଏକ ଛୋଟ ଭାଇ ବି ଅଛି । ଏମିତିରେ ପରିବାରର ଭରଣ – ପୋଷଣର ସହିତ ପୁରା ଘରର ଦାୟିତ୍ଵ ସେହି ନାବାଳକ ଉପରେ ଆସିଗଲା । ପରିବାର ଏକ ଚାଳଘରେ ରହିଥାଏ ଓ ତାଙ୍କ ସାମ୍ନାରେ ଖାଦ୍ୟପାନ ଠାରୁ ନେଇ ସମସ୍ତ ପ୍ରକାରର ଅସୁବିଧା ଅଛି । ତେବେ ଆପଣଙ୍କୁ ଏହି ଜଜ ଙ୍କ ନୂଆୟା କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *