ବାହା ହେବା ପାଇଁ ଘର ଆଗରେ ବାସିଲି, ଶେଷରେ ବାଧ୍ୟ ହୋଇ ଦୋକାନରେ ବିକିଲି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହା ହେବାକୁ ଆସିଥିଲି । ହେଲେ ଏଠି ଦୋକାନରେ ସଉଦା ବିକିଲି । ତେବେ ଏପରି କିଛି ଘଟଣା ଗଞ୍ଜାମ ଜିଲା ଗାଲେରୀ ଗ୍ରାମରେ ଦେଖିବାକୁ ମିଳିଛି । ତେବେ ବାହା ହେବା ପାଇଁ ନୂଆ ଶାଢୀ, ଚୁଡି ଓ ମେହେନ୍ଦୀ ଲଗାଇ ନିଜକୁ ବୋହୁ ବେଶରେ ସଜ୍ଜିତ କରି ଶାଶୁଘରକୁ ଆସିଥିଲେ । ତେବେ ସେଠାରେ ଆସି ପହଞ୍ଚିକି ବାହା ହେବା ପାଇଁ ଅପେକ୍ଷା କରିଥିଲେ । ହେଲେ ସକାଳରୁ ସଞ୍ଜ ହୋଇଗଲା କିନ୍ତୁ ବର ଦୁଷ୍ମନ୍ତ ଆସିଲେନି ।

ତେବେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶେଷରେ ଶାଶୁ ଘର ଲୋକେ ବୋହୁ ବେଶରେ ଆସିଥିବା ଟିନାଙ୍କୁ ଠକିଦେଲେ । ତେବେ ସୂଚନା ମୁତାବିକ ଗତ ୨ ମାସ ପୂର୍ବରୁ ଶାଶୁ ଘରେ ବୋହୁର ଅଧିକାର ପାଇବା ସହ ଶାଶୁ ଘରେ ରହିବ ବୋଲି ଟିନା ଅପେକ୍ଷା କରିଥିଲେ । ହେଲେ ସ୍ଵାମୀ ଦୁଷ୍ମନ୍ତ ଏଥିରେ ରାଜି ନହୋଇ ଧରା ଦେଉନାହାନ୍ତି । ତେବେ ଖବର ଅନୁଯାଇ ଟିନାଙ୍କର ଶ୍ଵଶୁର, ସମାଜସେବୀ ଓ ଗ୍ରାମର ଭଦ୍ରଲୋକଙ୍କର ମିଳିତ ଭାବରେ ବସି କିଛି ଠିକ କରଯାଇଥିଲା ।

ତାପରେ ଲିଖିତ ଆଧାରରେ ଟିନାଙ୍କ ସହିତ ଦୁଷ୍ମନ୍ତଙ୍କର ବାହାଘର ହେବ ବୋଲି ମଧ୍ୟ କଥା ହୋଇଥିଲା । ତେବେ ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରି ଟିନା ନିଜକୁ ବୋହୁ ବେଶରେ ସଜେଇ ହୋଇ ଶାଶୁ ଘରକୁ ଆସିଥିଲେ । ତେବେ ସେଠାରେ ଟିନା ଓ ଦୁଶମନ୍ତଙ୍କର ବାହାଘର ହେବ ବୋଲି ଟିନା ଆଶା ରଖିଥିଲେ । ହେଲେ ସ୍ଵାମୀ ଦୁଷ୍ମନ୍ତଙ୍କର ଘରେ ଦେଖା ସାକ୍ଷାତ ମିଳିନଥିଲା । ତେବେ ପୁଣି ଥରେ ଶାଶୁ ଘର ଲୋକେ ଟିନାଙ୍କୁ ଠକି ଦେଇଥିଲେ ।

ତେବେ ଏହା ଦେଖି ଟିନା ଅତ୍ୟନ୍ତ ଭାବରେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ।  ତେବେ ଟିନା କିପରି ଭାବରେ ନିଜର ଭରଣ ପୋଷଣ କରିବେ ବୋଲି ଚିନ୍ତା କରିଥିଲେ । ତେବେ ସମାଜସେବୀ ପ୍ରମିଳା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନିଜ ଶ୍ଵଶୁର ଘର ଦୋକାନ ବିଜିନେସ କରି ଟିନା ନିଜର ଭରଣପୋଷଣ କରିବେ ବୋଲି ବିଚାର କରଯାଇଥିଲା ।

ତେବେ କେତେ ଦିନ ଏହିପରି ଦୋକାନ ବାଣିଜ୍ୟ କରି ନିଜ ସ୍ଵାମୀର ବାଟ ଅନାଇ ବସିବେ ଟିନା । ଏହା ସହିତ ଟିନାଙ୍କୁ କେବେ ମିଳିବ ନ୍ୟାୟ ତାହା ତ ଆଗାମୀ ସମୟରେ ଜଣା ପଡିବ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *