ସେଲଫି ହେଲା କାଳ, ଟିକିଏ ଅସାବଧାନତା ଯୋଗୁଁ ଯୁବକଙ୍କର ହେଲା ଏମିତି ଅବସ୍ଥା…

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ରିଲ୍ସ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏବେ ଯୁବପିଢି ମାନଙ୍କୁ ଘାରିଛି ସେଲଫି କ୍ରେଜ ।

ବିପଦାପୂର୍ଣ୍ଣ ଜାଗାରେ ମଧ୍ୟ ଯୁବପିଢି ମାନେ ସେଲଫି ନେବାକୁ ପଛାଉ ନାହାନ୍ତି । ଆଉ ଯେଉଁଥି ପାଇଁ ଏମାନେ ଅନେକ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ବନ୍ଧୁଗଣ ତଥାପି ଚେତୁ ନାହାନ୍ତି ଯୁବପିଢି । ପୁଣି ଏମିତି ଏକ ଅଘଟଣ ଘଟିଛି ବଲାଙ୍ଗୀରର ଲୋଇସିଂହା ରେଲୱେ ଷ୍ଟେସନରେ ।  ଟିକିଏ ଅସାବଧାନତା ଯୋଗୁଁ ଜଣେ ଯୁବକ ଆଜି ମୃତ୍ୟୁ ସହ ସଘର୍ଷ କରୁଛନ୍ତି ।

ତାଙ୍କର ଏଭଳି ଅବସ୍ଥା ହୋଇଛି ରେଲୱେ ଷ୍ଟେସନରେ ସେଲଫି ନେବା ସମୟରେ । ସୋନପୁରର ଖର୍ଜୂରା ଗ୍ରାମର 20 ବର୍ଷର ଯୁବକ ଦୀପକ ମେହେରା ସାଙ୍ଗ ମାନଙ୍କ ସହ ନୂଆ ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ଦେଖିବା ପରେ ଲୁଇସିଂହାର ରେଲୱେ ଷ୍ଟେସନକୁ ଯାଇଥିଲେ । ଷ୍ଟେସନରେ ଥିବା ଏକ ମାଲ ଗାଡି ଉପରେ ଛିଡା ହୋଇ ଦୀପକ ସେଲଫି ଉଠାଉଥିଲେ ଆଉ ସେହି ସମୟରେ ଦୀପକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ।

ଫଳରେ ବିଦ୍ୟୁତ ଆଘାତ ଲାଗିବା ଯୋଗୁଁ ଦୀପକ ତଳେ ପଡିଯାଇଥିଲେ । ସାଙ୍ଗ ମାନେ ଗୁରୁତ୍ଵର ଅବସ୍ଥାରେ ଦୀପକଙ୍କୁ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ତାଙ୍କୁ ଆଇଜିଏଜରେ ଭର୍ତ୍ତି କରାଯାଇଛି । ଏବେ ଦୀପକଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବା ସୂଚନା ମିଳିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଅଘଟଣ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *