ଭାଗ୍ୟ ବଦଳାଉଛି ସୁନା ରଥ ! ସମୁଦ୍ରରେ ଭାସି ଆସି Srikakulam ରେ ଲାଗିଥିବା ସୁନା ରଥର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

ବନ୍ଧୁଗଣ ବାତ୍ୟା ଅସାନି ଯେତିକି ଡରେଇଲା ସେତିକି ହଇରାଣ କରି ନାହିଁ । ତେବେ ଆନ୍ଧ୍ର ପ୍ରଦେଶରେ ସିକାକୁଲମ ଅନ୍ତର୍ଗତ ସାନ୍ତା ବୋମାଲି ମଣ୍ଡଳ ଏମ ସୁନାପଲ୍ଲୀ ଗାଁକୁ ଦେଇଗଲା ଏକ ବିସ୍ମୟକର ଉପହାର ।ବାତ୍ୟା ସମୟରେ ଏହି ଗାଁ ପାଖ ସମୁଦ୍ର କୂଳରେ ଏକ ସୁନା ଛାଉଁଳି ଥିବା ରଥ ମିଳିଛି । ତେବେ ଏହି ରଥରେ 16.1.2022କୁ ଛାଡି ଦେଲେ ଆଉ ଯେଉଁ ଭାଷା ଲେଖାଯାଇଛି ତାକୁ କେହି ବି ପଢି ପାରୁ ନାହାନ୍ତି ।

ବନ୍ଧୁଗଣ ଏହି ରଥ ରାସ୍ତାରେ ଚାଲିବା ପାଇଁ ନୁହେଁ ସମୁଦ୍ରରେ ଭାସିବା କୌଶଳରେ ତିଆରି ହୋଇଛି । ତେବେ ପ୍ରାଥମିକ ଭାବରେ ରଥର ମିଆଁମାରରୁ ଆସିଥିବା ନେଇ ଜଣା ପଡିଛି । ରଥଟି ଏକ ପୂଜା ମଣ୍ଡପ ବୋଲି ମେରାଇନ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ରଥକୁ ଦେଖିବା ପାଇଁ ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଭିଡ ଜମୁଛି ।

ବ୍ୟବସାୟ ମାନେ ମଧ୍ୟ ବେସ ଲାଭବାନ ହେଉଥିବା କହିଛନ୍ତି । ବନ୍ଧୁଗଣ ଯେଉଁ ସମୁଦ୍ର କୂଳରେ ଆଗରୁ ଗୋଟେ ବି ଲୋକ ଆସୁ ନଥିଲେ ସେଠାରେ ଏବେ ଶହ ଶହ ଲୋକ ଆସୁଛନ୍ତି । ସୁନା ରଥ ସୁନାପଲ୍ଲୀ ଗ୍ରାମର ଭାଗ୍ୟ ଧୀରେ ଧୀରେ ବଦଳାଇବାରେ ଲାଗୁଛି । ବନ୍ଧୁଗଣ କେବଳ ପର୍ଜ୍ୟଟ୍ଟକ ନୁହେଁ ବ୍ୟବସାୟୀ ମାନେ ମଧ୍ୟ ଏଠାରେ ଉପକୃତ ହୋଇଛନ୍ତି ।

ଏମିତି କହିବାକୁ ଗଲେ ଏକ ନୂତନ ପର୍ଜ୍ୟଟ୍ଟନ କେନ୍ଦ୍ର ଏହା ହୋଇ ପାରିଛି ତେଣୁ ଦୂର ଦୁରନ୍ତାରୁ ଲୋକମାନେ ଏଠାକୁ ବୁଲିବା ପାଇଁ ଆସୁଛନ୍ତି । 10 ଫୁଟ ଉଚ୍ଚ ବିଶିଷ୍ଟ ଏହି ରଥ ସମୁଦ୍ରରେ କେମିତି ଓ କେଉଁଠୁ ଆସିଲା ତାହା ଜଣା ପଡି ନାହିଁ । ଏହାକୁ ନେଇ ସ୍ଥାନୀୟ ମେରାଇନ ପୋଲିସ ତଦନ୍ତ କରୁଛି । ହେଲେ କୁହାଯାଉଛି ଏହି ରଥଟି ମିଆଁମାରରୁ ଆସିଥାଇ ପାରେ । ଏହି ରଥର ଚଟାଣ ବର୍ମା କାଠରେ ତିଆରି ହୋଇଥିବା ବେଳେ ଏହା ପାଣିରେ ଭସିବା ପାଇଁ 12ଟି ଲୁହା ଡ୍ରମ ଖଞ୍ଜା ଯାଇଛି ।

ଏହାର କିଛି କିଛି ଅଂସ ଲୁହାରେ ନିର୍ମାଣ କରାଯାଇ ଗୋଲ୍ଡ କୋଟିଙ୍ଗ କରାଯାଇଛି । ଏହାର ଚୂଳ ପିତ୍ତଳରେ ନିର୍ମାଣ କରାଯାଇଛି । ଏବେ ଏହି ସୁନା ରଥକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *