ବଡ ଖୁଲାସା ! ଘଟଣା ଦିନ ଏତେ ସବୁ ହେବା ପରେ ବି ଫ୍ଲାଇଟ ଶେଷ ସିଟରେ ବସି ଏକାଠି ଚେନ୍ନାଇ ପଳାଇ ଥିଲେ Babushan-Prakruti, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ହେବ ଦାଣ୍ଡରେ ପଡି ହାଟରେ ଗଡୁଛି ଓଡିଆ ଷ୍ଟାରଙ୍କ ଘରର କଳି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ନେଇ ସନ୍ଦେହ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି । ବାବୁସାନ ଏବଂ ପ୍ରକୃତିଙ୍କ ସହିତ ଝଗଡା କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାର ଭି-ଡି-ଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଏହା ସୋ-ସି-ଆ-ଲ ମି-ଡି-ଆ ତଥା ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ।

ଆଉ ଏହା ମଧ୍ୟରେ ଆଉ ଏକ ବଡ ଖବର ମଧ୍ୟ ଶୁଣିବାକୁ ମିଳିଛି ଏହି ଘଟଣା ଯେଉଁଦିନ ଘଟିଲା ତଥା ଯେଉଁଦିନ ରାଜରାସ୍ତାରେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମାଡ ମାରିଥିଲେ । ତାଙ୍କ ପତ୍ନୀ ତୃପ୍ତି ଶତପଥି । ସେଦିନ ବାବୁସାନ ଏବଂ ପ୍ରକୃତି ଦୁହେଁ ଏହି ଘଟଣା ପରେ ଚେନ୍ନାଇ ପଳାଇଛନ୍ତି । ଏହା ପୁଣି ଗୋଟିଏ ଫ୍ଲାଇଟରେ ।

ଯେଉଁ ସମୟରେ କି ବାବୁସାନ ଏବଂ ପ୍ରକୃତିଙ୍କୁ ଦେଖିଥିବା ଜଣେ ପ୍ରତକ୍ଷଦର୍ଶୀ ତାଙ୍କ ନାମ ଗୋପନ ରଖି ଏମିତି କିଛି କଥା କହିଛନ୍ତି । ୮.୫୫ରେ ଭୁବନେଶ୍ବରରୁ ଛାଡିଥିବା ଫ୍ଲାଇଟ ୧୦.୫୫ ରେ ଚେନ୍ନାଇରେ ପହଞ୍ଚିଥିଲା । ତେବେ ସମସ୍ତଙ୍କ ଠାରୁ ଶେଷରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଆସି ପହଞ୍ଚିଥିଲେ । ଆଉ ସବୁଠାରୁ ବଡ କଥା ହେଉଛି ଯେ ବାବୁସାନ କୌଣସି କାରଣରୁ ଚାଲିପାରୁନଥିଲେ ।

ଏବଂ ତାଙ୍କୁ ପ୍ରକୃତି ଧରି ଧରି ନେଉଥିଲେ । ଆଉ ଏମାନଙ୍କ ସହିତ ଆଉ ଜଣେ ମଧ୍ୟ ଥିଲେ ଏବଂ ଫ୍ଲାଇଟର ପଛ ସିଟରେ ବସିଥିଲେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର । ଚେନ୍ନାଇରେ ପହଞ୍ଚିବା ପରେ ମଧ୍ୟ କିଛି ଓଡିଆ ସେମାନଙ୍କ ସହିତ ସେଲଫି ନେବାପାଇଁ ଚାହିଁଥିଲେ । କିନ୍ତୁ ରାଜି ହୋଇନଥିଲେ ଏମାନେ । ଆଉ ଏହି ସବୁ ମଧ୍ୟରେ କେହି ଜଣେ ଏମାନଙ୍କର ଭି-ଡି-ଓ କରିବାରେ ଲାଗୁଥିଲେ ।

ଏବଂ ବାବୁସାନ ତାଙ୍କୁ ବଡ ବଡ ଆଖି କରି ଅନାଇଥିଲେ । ତେବେ ଏହିସବୁ ଜଣେ ପ୍ରତକ୍ଷଦର୍ଶୀ କହିଛନ୍ତି । ଘଟଣା ଘଟିବା ପରେ ହିଁ ସଙ୍ଗେ ସଙ୍ଗେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଏୟାରପୋର୍ଟ କୁ ଯାଇଛନ୍ତି । ତେବେ ଏହିଭଳି ପରିବାର ତଥା ସ୍ତ୍ରୀ ପିଲା କଥା ଚିନ୍ତା ନ କରି ଅନ୍ୟ ଝିଅ ପ୍ରେମରେ ପାଗଳ ହେବା କେତେ ଦୂରେ ଠିକ ? ବନ୍ଧୁଗଣ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *