କେମିତି ଏତେ ସ୍ଵାର୍ଥପର ହେଇଗଲେ Babushan ! ମା, ସ୍ତ୍ରୀ, ପିଲା ସମସ୍ତେ ଲାଗିଲେ ପିତା, କିନ୍ତୁ ବାନ୍ଧବୀଙ୍କ ପ୍ରେମ ଲାଗିଲା ମିଠା…ଦେଖନ୍ତୁ କଣ କହିଲେ

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାର୍ଥୀ ହୋଇଗଲେ ବାବୁସାନ । କାହାକୁ ବଞ୍ଚାଇବାକୁ ଯାଇ ନିଜ ମା’, ନିଜ ଭଉଣୀ, ଏବଂ ନିଜ ସ୍ତ୍ରୀକୁ ମିଛ ପ୍ରମାଣିତ କରିଦେଲେ ସମାଜ ଆଗରେ । ତେବେ ଗୋଟେ ପଟେ ପରିବାରଙ୍କ ଅଭିଯୋଗ ରହିଅଛି ଯେ ବାବୁସାନଙ୍କୁ ଗୋଟିଏ ଝିଅ ହଇରାଣ କରୁଛନ୍ତି । ଗୋଟିଏ ଝିଅ ତାଙ୍କ ପରିସ୍ଥିତିର ଫାଇଦା ଉଠାଇ ସାରିଲେଣି, ତଥା ସେହି ଝିଅ ବ୍ଲାକମେଲ କରୁଛି । ଏଭଳି କି ବାବୁସାନ ନିଜ ପୁଅ ସହିତ ମଧ୍ୟ ସମୟ ବିତାଇ ପାରୁନାହାଁନ୍ତି । ମାତ୍ର କ’ଣ ତାଙ୍କ ସାଙ୍ଗ ତାଙ୍କ ପାଇଁ ଏତେ ବଡ ହୋଇଗଲେ ଯେଉଁଥିପାଇଁ ସଂପୂର୍ଣ୍ଣ ସମାଜ ଆଗରେ ଆଜି ନିଜ ପରିବାରକୁ ପର କରିଦେଇଛନ୍ତି ।

ତେବେ ଉତ୍ତମ ମହାନ୍ତି କହିଛନ୍ତି ଯେ ଆପଣା ସୁନା ତ ଭେଣ୍ଡି, ଅନ୍ୟକୁ କହିବେ କ’ଣ ? କ’ଣ ସତରେ ଯେତେବେଳେ ସାମ୍ନାରେ ଆସିଲେ ଏବଂ ଲୋକମାନଙ୍କୁ କ୍ଷମା ପ୍ରାର୍ଥନା କରି କହିଲେ ଯେ ପ୍ରକୃତି ସହିତ ମୁଁ ଆଉ କାମ କରିବି ନାହିଁ, ଏହା କ’ଣ ତାଙ୍କର ମନର ଇଛା ଥିଲା ? ଲୋକଙ୍କୁ ଦେଖାଇବା ନିମନ୍ତେ ? କ’ଣ ପ୍ରକୃତରେ ବାବୁସାନ ମନ ଭିତରେ ଏବେ ମଧ୍ୟ ଚାହୁଁଛନ୍ତି ବାବୁସାନଙ୍କୁ ?

ପ୍ରକୃତରେ ପ୍ରକୃତି ଏହିସବୁ ନେଇ ସତ କଥା ରଖୁଛନ୍ତି ନା ବାବୁସାନଙ୍କୁ ବ୍ଳାକମେଲ କରି ଚାଲିଛନ୍ତି ? କିନ୍ତୁ କାହିଁକି ଗୋଟିଏ ଲୋକ ନିଜ ସ୍ତ୍ରୀ, ଭଉଣୀ ଏବଂ ମା’ ବିପକ୍ଷରେ ଯିବ ? ଆଜି ସମାଜ ଆଗରେ ନିଜ ମା’ ଅପରାଜିତାଙ୍କୁ ଲୋକହସା କରିଦେଇ ଆଜି ବାବୁସାନ ପାଇଲେ କ’ଣ ? ବାବୁସାନଙ୍କ ଉପରେ ହେଉଥିବା ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ ବାବୁସାନ ହିଁ ଦେଇପାରିବେ ।

ଏବଂ ବାବୁସାନଙ୍କ ଓଡିଶା ଫେରିବାକୁ ନେଇ ବାବୁସାନ ବର୍ତ୍ତମାନ କହୁଛନ୍ତି ଯେ ତାଙ୍କ ପ୍ରଡୂଶର ତାଙ୍କୁ ଏବେ ଛାଡିବାକୁ ନାରାଜ । ତେବେ କ’ଣ ପ୍ରକୃତରେ ବାବୁସାନ ଆଉ ଓଡିଶା ଫେରିବେ ନାହିଁ ? ନା ଏହିସବୁ କେବଳ ମି-ଡି-ଆ କୁ ତଥା ସମାଜରେ ଉଠୁଥିବା ଲୋକଙ୍କୁ ଶାନ୍ତ କରିଦେବାକୁ କେବଳ କିଛି ସମୟ ମାଗିବାର ଏକ ବାହାନା ? ଏହା କେବଳ ଭବିଷ୍ୟତ ହିଁ କହିବ ।

ମାତ୍ର ଏହି ଘଟଣା କାରଣରୁ ବାବୁସାନ ଙ୍କ ଫ୍ୟାନ୍ସ ମାନଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଏହି ଘଟଣାକୁ ନେଇ ବାବୁସାନଙ୍କୁ ବହୁତ ଭଲମନ୍ଦ ଶୁଣାଇବାରେ ଲାଗିଛନ୍ତି । ପର ଝିଅ କ’ଣ ଏତେ ବଡ ଯେ ନିଜ ଘରଲୋକ ତାଙ୍କ ସାମ୍ନାରେ ତୁଚ୍ଛ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *