ସେଦିନ ଷ୍ଟେଜରେ ଏମିତି ହୋଇଥିଲା… KK ଙ୍କ ମୃତ୍ୟୁ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ବଲିଉଡ ଗାୟକ କେକେଙ୍କୁ ନେଇ ଚର୍ଚା ଜୋର ଧରିଛି । ବଲିଉଡର ଲୋକପ୍ରିୟ ଗାୟକ କେକେ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । କେକେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । କେକେ ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ଥିଲେ । ଆପଣ ମାନେ ସମସ୍ତେ କେକେଙ୍କର ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ ।

କେକେ ଯିବା ପରେ ଏବେ ତାଙ୍କର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସାରା ଭାରତରେ କେକେଙ୍କ ଅକାଳ ବିୟୋଗ ପାଇଁ ଶୋକର ଛାୟା ଖେଳି ଯାଇଛି । ମାତ୍ର 53 ବର୍ଷ ବୟସରେ କେକେ ଆମ ମାନଙ୍କୁ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ କେକେ ଷ୍ଟେଜରେ ଗୀତ ଗାଇବା ସମୟରେ ନିଜ ପ୍ରାଣ ହାରିଛନ୍ତି ।

ଷ୍ଟେଜରେ ଶେଷ ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା କେକେଙ୍କ ଏହି ଭାଇରାଲ ଭିଡିଓ ବିଷୟରେ । ଏହି ଭିଡିଓରେ କେକେ ଏ ଷ୍ଟେଜ ପର୍ଫରମନ୍ସ କରୁଛନ୍ତି । ଷ୍ଟେଜ ଉପରେ ପ୍ରଥମେ କେକେ ବହୁତ ଜୋସରେ ଥିଲେ ।

ହେଲେ ଗୀତ ଗାଇବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ବିଗିଡିବାରେ ଲାଗିଥିଲା ଯାହା ଆପଣ ମାନେ ଏହି ଭିଡିଓରେ ଦେଖିପାରୁଥିବେ । ଶେଷ ମୂହୁର୍ତ୍ତରେ ଦେଖିବାକୁ ମିଳିଛି କେକେ ଏକ ଟାୱେଲରେ ନିଜ ମୁହଁ ପୋଛୁ ଛନ୍ତି ।  ଭିଡିଓରେ କେକେଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବାର ଦେଖିବାକୁ ମିଳିଛି । କେତେବେଳେ କେକେ ଉପରକୁ ଚାହୁଁ ଛନ୍ତି ତ କେତେବେଳେ ସେ ବୋତଲରେ ପାଣି ପିଉଛନ୍ତି ।

ଏହାର କିଛି ସମୟ ପରେ କେକେଙ୍କୁ ହସ୍ପିଟାଲ ନିଆଯାଉଥିବାର ଦେଖିବାକୁ ମିଳିଛି । ସେହି ସମୟରେ କେକେଙ୍କ ମୁହଁ ଦେଖି ଜଣା ପଡୁଛି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି । ମିଡିଆ ରିପୋର୍ଟସ ଅନୁସାରେ ଗତ ପହଡଦିନ ରାତିରେ କେକେ କଲିକତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାଉଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ । ଏହା ପରେ ତାଙ୍କୁ ସିଏମଆରଆଇ ହସ୍ପିଟାଲ ନିଆଯାଇଥିଲା ହେଲେ ବନ୍ଧୁଗଣ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ଘୋଷିତ କରଯାଇଥିଲା ।

Leave a Reply

Your email address will not be published. Required fields are marked *