ସ୍କୁଲରୁ ପ୍ରେମ, ପରେ ବିବାହ, KK ଙ୍କ ଲଭ ଷ୍ଟୋରି ଶୁଣିଲେ ଆପଣଙ୍କ ଆଖି ବି ଭିଜିବ, ନିଜେ Kapil Sharma ସୋ ରେ କହିଥିଲେ କିଛି ଏମିତି…

ବନ୍ଧୁଗଣ ଗତ ପହଡଦିନ ଠାରୁ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ବଲିଉଡ ଗାୟକ କେକେଙ୍କୁ ନେଇ ଚର୍ଚା ଜୋର ଧରିଛି । ବଲିଉଡର ଲୋକପ୍ରିୟ ଗାୟକ କେକେ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଗତ ପହଡଦିନ ରାତିରେ କେକେ କଲିକତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସେଠାରେ ସେ ଗୀତ ଗାଉଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ । ଏହା ପରେ ତାଙ୍କୁ ସିଏମଆରଆଇ ହସ୍ପିଟାଲ ନିଆଯାଇଥିଲା ହେଲେ ବନ୍ଧୁଗଣ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ଘୋଷିତ କରଯାଇଥିଲା । କେକେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । କେକେ ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ଥିଲେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କେକେଙ୍କ ଲଭ ଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ  । କୃଷ୍ଣ କୁମାର କନ୍ନତ ଊରଫ କେକେ ବଲିଉଡ ଇଣ୍ଡଷ୍ଟ୍ରିର ଆଗ ଧାଡିର ଗାୟକ ଅଟନ୍ତି । ଏତେ ଫେମସ ହୋଇ ମଧ୍ୟ କେକେ ନିଜ ପର୍ଶନାଲ ଲାଇଫ ବିଷୟରେ ମିଡିଆକୁ ଲୁଚାଇ ରଖିଥିଲେ । ବହୁତ କମ ତାଙ୍କ ପର୍ଶନାଲ ଲାଇଫ ତଥା ବୈବାହିକ ଜୀବନ ବିଷୟରେ ଜାଣନ୍ତି ।

ବନ୍ଧୁଗଣ କେକେ ତାଙ୍କ ପିଲା ଦିନର ସାଙ୍ଗ ଜ୍ୟୋତିଙ୍କୁ ପ୍ରେମ ବିବାହ କରିଥିଲେ । ଖୁବ କମ ବୟସରୁ ପ୍ରେମରେ ପଡିଥିଲେ କେକେ ମାତ୍ର ଷଷ୍ଠ ଶ୍ରେଣୀରେ ପଢିବା ବେଳେ ସେ ଜ୍ୟୋତିଙ୍କୁ ଭଲ ପାଇ ବସିଥିଲେ । ପିଲା ଦିନରୁ ଜ୍ୟୋତିଙ୍କ ଛଡା ଆଉ କାହା କଥା ଚିନ୍ତା କରିନଥିବା କଥା କେକେ କହିଥିଲେ କପିଲ ଶର୍ମା ସୋରେ । ପିଲା ଦିନର ପ୍ରେମ 1991 ମସିହାରେ ବିବାହର ରୂପ ନେଇଥିଲା । ହେଲେ ବିବାହ ପୂର୍ବରୁ ଚାକିରି ନପାଇ ଏକ ମାର୍କେଟିଙ୍ଗ ଲାଇନରେ ଚାକିରି କରିଥିଲେ କେକେ ।

ବିବାହର 6 ମାସ ପରେ ଚାକିରି ଛାଡିବା ପରେ କେକେ ଚିନ୍ତାରେ ରହୁଥିଲେ ଆଉ ଏହା ପରେ କେକେଙ୍କୁ ମିଳି ଥିଲା ପତ୍ନୀ ଜ୍ୟୋତିଙ୍କର ପୂର୍ଣ୍ଣ ସମର୍ଥନ । ଏହା ପରେ କେକେ ସଙ୍ଗୀତର ବାଟରେ ଚାଲି ଥିଲେ । ଏହା ପରେ କେକେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇ ସଫଳତା ପାଇଥିଲେ । ହେଲେ ବନ୍ଧୁଗଣ ମାତ୍ର 53 ବର୍ଷ ବୟସରେ ଜ୍ୟୋତିଙ୍କ ହାତ ଛାଡି ଦେଇଛନ୍ତି କେକେ ଆଉ ଜ୍ୟୋତିଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କେକେଙ୍କ ଲାଭ ଷ୍ଟୋରି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *