କିପରି ପାଳନ ହେଲା Ollywood ର ଲୋକପ୍ରିୟ ଅଭିନେତା RaiMohan Parida ଙ୍କ ଏକାଦଶାହ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ସିନେମା ଜଗତର ନାମିଦାମି ଦମଦାର ଅଭିନେତା ରାଇମୋହନ ପରିଡାଙ୍କୁ କିଏବା ନଜାଣେ ? ପିଲାଟି ଦିନରୁ ଅଭିନୟକୁ ଆପଣାଇ ପ୍ରଥମେ ଯାତ୍ରା ଜଗତରେ ପାଦ ଦେଇଥିଲେ । ଏହାପରେ ସେ ଓଡିଆ ଇଣ୍ଡଷ୍ଟ୍ରୀରେ ନିଜର ଜାଦୁ ଦେଖାଇଥିଲେ । ମାତ୍ର ବର୍ତ୍ତମାନ ରାଇମୋହନଙ୍କର ବିୟୋଗ ହୋଇଛି । ସେ ସବୁଦିନ ଲାଗି ଆରପାରିକୁ ଚାଲି ଯାଇଛନ୍ତି । ଏହାକୁ ନେଇ ଲକ୍ଷାଧିକ ଦର୍ଶକ ତଥା ଅଗଣିତ ଓଡିଶାବାସୀଙ୍କ ହୃଦୟକୁ ଆଘାତ ଲାଗିଛି ।

ରାଇମୋହନଙ୍କର ଏକାଦଶାହ ଅନୁଷ୍ଠିତ ହୋଇସାରିଛି । ପରିବାର ଲୋକେ ବହୁତ ମର୍ମହାତ ହୋଇ ବସିଛନ୍ତି । ସେମାନଙ୍କ ଆଖିରୁ ଲୁହ ଆଜି ପର୍ଯ୍ୟନ୍ତ କମିନାହିଁ । କିନ୍ତୁ ତାଙ୍କର ଆତ୍ମହତୟଆ ପଛର କାରଣ ସମ୍ବନ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଧାନ ମିଳିଲାନାହିଁ । ଏଭଳି କେଉଁ କାରଣ ଯୋଗୁଁ ରାଇମୋହନ ପରିଡା ଏହିଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଲେ ।

କାରଣ ରାଇମୋହନଙ୍କ ସହିତ ମିଶିଥିବା ପଡୋଶୀ ତଥା ଓଡିଆ ଇଣ୍ଡଷ୍ଟ୍ରୀ ଏବଂ ଯାତ୍ରା ଜଗତର କଳାକାର ମଧ୍ୟ କହିଛନ୍ତି ଯେ ଜୀବନକୁ ବହୁତ ମୁଲ୍ୟବାନ କହୁଥିଲେ ରାଇ । ହଠାତ ଏଭଳି ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । କାରଣ ଯିଏ ଆତ୍ମହତୟଆକୁ ପାପ ବୋଲି ମାନୁଥିଲେ ସେ କିଭଳି ନିଜେ ଏହାକୁ କରି ପାରନ୍ତି ? ଏହାଛଡା ଅଭିନୟରେ ଜେଭଳି ପାରଙ୍ଗମ ଥିଲେ ସେହିଭଳି ମାନସିକ ଚିନ୍ତାଧାରାରେ ମଧ୍ୟ ସେ ଦୃଢ ଥିଲେ ।

ଏତେ ଷ୍ଟ୍ରଙ୍ଗ ବ୍ୟକ୍ତି କିଭଳି ଏପରି କରିପାରିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଟଙ୍କା ପଇସାର ମଧ୍ୟ କୌଣସି ଅଭାବ ନଥିଲା । ତେବେ ରାଇମୋହନଙ୍କ ପରଲୋକ ଓଡିଆ ଇଣ୍ଡଷ୍ଟ୍ରୀ ତଥା ଯାତ୍ରା ଜଗତ ନିମନ୍ତେ ଏକ ଅପୂରଣୀୟ କ୍ଷତି ସାଦୃଶ୍ୟ । ଆଜି ତାଙ୍କର ଏକାଦଶାହ ଅନୁଷ୍ଠିତ ହୋଇଅଛି । ପରିବାର ସଦସ୍ୟ ସମେତ ଇଣ୍ଡଷ୍ଟ୍ରୀର ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ଯୋଗ ଦେଇଥିଲେ ।

ରାଇମୋହନ ଙ୍କ ସହିତ କାମ କରିଥିବା ଅନେକ ଛୋଟ ବଡ ଅଭିନେତା ତଥା ଅଭିନେତ୍ରୀ ତାଙ୍କୁ ମନପକାଇ ବହୁତ ଦୁଖଃ ପ୍ରକାଶ କରିଛନ୍ତି । କେତେକ ଫ୍ୟାନ୍ସ ମାନଙ୍କ ପାଇଁ ରାଇମୋହନ ଜଣେ ପ୍ରେରଣା ଥିଲେ । ତାଙ୍କ ଅଭିନୟର ନକଲ କରି ଅନେକ ଯୁବକ ଖ୍ୟାତି ଅର୍ଜନ କରିଛନ୍ତି । ଏଇ ଅନାନି, ନାଇ ମ ଭଳି ଡାଇଲୋଗକୁ କିଛି ଲୋକେ ମନେପକାଉଥିବା ବେଳେ ଆଉ କିଛି ଲୋକେ ତାଙ୍କର ଅବିଶ୍ମରଣୀୟ ଅଭିନୟ କୁ ମାନେ ପକାଇ ଦୁଖଃ ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *