ଶ୍ରୀମନ୍ଦିରରେ ଘଟିଲା ଅଲୌକିକ ଘଟଣା ! ସେବାୟତଙ୍କୁ ଦର୍ଶନ ଦେଲେ ରାମାୟଣର ବିଭୀଷଣ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରୀମନ୍ଦିରର ସେବାୟତଙ୍କୁ ଦର୍ଶନ ଦେଲେ ରାମାୟଣର ପ୍ରଭୁ ବିଭୀଷଣ ! ଶ୍ରୀକ୍ଷେତ୍ରରେ ଘଟିଲା ଏହିପରି କିଛି ଅଲୌକିକ ଘଟଣା ! ଯାହା ଶୁଣିଲେ ଆଖିରୁ ଲୁହ ଝରିପଡିବା ସହ ଲୋମ ମଧ୍ୟ ଟାଙ୍କୁରୀ ଉଠିବ । ତେବେ ସତରେ କଣ ନିଜ ଭକ୍ତର ଗୁହାରୀ ଶୁଣି ଭଗବାନ ଭକ୍ତକୁ ଦର୍ଶନ ମଧ୍ୟ ଦେଇଥାନ୍ତି । ତେବେ ସମୟ ଥିଲା ରଥ ଯାତ୍ରାର । ସେହି ସମୟରେ ପ୍ରତିଦିନ ଭଳି ପ୍ରଭୁଙ୍କର ପ୍ରିୟ ସେବାୟତ ପୂଜା ଅର୍ଚନାରେ ମଧ୍ୟ ଲୀନ ରହିଥାନ୍ତି ।

ତେବେ ଏହାରି ମଧ୍ୟରେ ସେବାୟତ ଜଣେ ମନେ ମନେ ପ୍ରଭୁଙ୍କୁ ଜଣାଇଲେ । ହେ ପ୍ରଭୁ ଆପଣଙ୍କୁ ଦର୍ଶନ କରିବା ପାଇଁ କୁଆଡେ ଗୁଣ୍ଡିଚା ମନ୍ଦିରକୁ ବିଭୀଷଣ ଆସିଥାନ୍ତି । ପ୍ରଭୁ ଏହା କଣ ସତ ? ଯଦି ସତ ତେବେ ପ୍ରଭୁ ମୋତେ ଟିକେ ରାମାୟଣର ସେହି ପରମ ପୁରୁଷ ବିଭୀଷଣଙ୍କର ଦର୍ଶନ କରାଇ ଦିଅନ୍ତି ହେ ପ୍ରଭୁ । ତେବେ ଏପରି କହି ନିଜର ମନର ଭାବନାକୁ ମହାବାହୁଙ୍କୁ ନିକଟରେ ବ୍ୟକ୍ତ କରିଥିଲେ ପ୍ରଭୁ ସେବାୟତ ।

ତେବେ ଏପରି କିଛି ଦିନ ପରେ ଏକ ଦିନ ରାତିରେ ସେବାୟତଙ୍କୁ ପ୍ରଭୁ ଜଗନାଥଙ୍କର ସ୍ଵପ୍ନାଦେଶ ହୋଇଥିଲା । ପ୍ରଭୁ ସ୍ଵପ୍ନରେ ଆସି ସେବାୟତଙ୍କୁ କହିଥିଲେ । ତୁ ମନ୍ଦିର ଦ୍ଵାର ସାମ୍ନାରେ ବେତ ଧରି ବସିବୁ । ଆଉ ସବୁ ଭକ୍ତଙ୍କୁ ସେହି ବେତ ମଧ୍ୟ ଦେଇ ଯିବାକୁ କହିବୁ ବାସ୍ ଏତିକି କହି ପ୍ରଭୂ ଅନ୍ତରଧ୍ୟାନ ହୋଇଯାଇଥିଲେ । ତେବେ ଏହାପରେ ତାପର ଦିନ ସକାଳୁ ସକାଳୁ ମନ୍ଦିରକୁ ସେବାୟତ ଜଣକ ଆସି ମନ୍ଦିର ଦ୍ଵାର ସାମ୍ନାରେ ବେତ ଧରି ବସି ରହିଲେ ।

ତେବେ ଏହାରି ମଧ୍ୟରେ ଜଣେ ଆଲୋକିକ ଚେହେରା ଧାରୀ ଜଣେ ବ୍ରାହ୍ମଣ ଆସି କହିଲେ । ବେତ କାଢ ମୁଁ ଦର୍ଶନ କରିବାକୁ ଭିତରକୁ ଜୀବି । ତେବେ ସେବାୟତ ଜଣଙ୍କ ବେତ କାଢି ଦେଲେ ଏବଂ ବ୍ରାହ୍ମଣ ଜଣଙ୍କ ମନ୍ଦିର ଦର୍ଶନ କରି ଚାଲିଗଲେ । ତା ପଛେ ପଛେ ସେବାୟତ ମଧ୍ୟ ବ୍ରାହ୍ମଣଙ୍କୁ ପିଛା କରି କରି ସମୁଦ୍ର କୁଳରେ ଯାଇ ଉଠିଲେ ।

ତାପରେ ବ୍ରାହ୍ମଣଙ୍କୁ ଯାଇ ପଚାରିଲେ । ଆପଣଙ୍କର ପରିଚୟ ଦିଅନ୍ତୁ  ହେ ବ୍ରାହ୍ମଣ ପରିଚୟ ଦିଅନ୍ତୁ । ତାପରେ ବ୍ରାହ୍ମଣ ଜଣଙ୍କ ନିଜର ପରିଚୟ ପ୍ରଭୁ ବିଭୀଷଣ ବୋଲି ଦେଇଥିଲେ । ତାପରେ ନିଜର ସୁନା ଖଡୁଟିକୁ ସେବାୟତଙ୍କୁ ଦେଇ ସେଠାରୁ ଅନ୍ତରଧ୍ୟାନ ହୋଇଯାଇଥିଲେ ।

ତେବେ ନିଷ୍ଠା ସହକାରେ ବର୍ଷ ବର୍ଷ ଧରି ଜଗନ୍ନାଥଙ୍କୁ ପୂଜା କରି ଆସୁଥିବା ସେବାୟତକୁ ମହାପ୍ରଭୁ ପ୍ରସନ୍ନ ହୋଇ ପ୍ରଭୁ ବିଭୀଷଣଙ୍କ ସହିତ ତାଙ୍କର ସାକ୍ଷାତ କରାଇଦେଇଥିଲେ । ତେବେ ପ୍ରତି ରଥ ଯାତ୍ରା ସମୟରେ ହିଁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବିଭୀଷଣ ଆସିଥାନ୍ତି ବୋଲି ମାନ୍ୟତା ରହିଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *