ବୁଦ୍ଧି ଶିଖେଇ ଦେଲେ ନା…କରିଦେଲେ ସରକାରଙ୍କ ଅକଲ ଗୁଡୁମ…ଏବେ କଣ କରିବେ ସରକାର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାତ୍ର ୩ ଦିନର ଷ୍ଟିୟରିଂ ଛାଡ ଆନ୍ଦୋଳନ ! ଦୋହଲାଇ ଦେଲା ସରକାରଙ୍କର ମନ ! କହିଲେ ୩ ମାସ ଭିତରେ ଡ୍ରାଇଭର ସଂଘର ସମସ୍ତ ଦାବୀକୁ ପୂରଣ କରିବୁ। ତେବେ ଗତ ମାର୍ଚ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୩ ଦିନ କାଳ ଡ୍ରାଇଭର ମାନଙ୍କଟ ରାଜ୍ୟବ୍ୟାପୀ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଡ୍ରାଇଭର ମାନେ ଶାନ୍ତିପୂର୍ଣ୍ଣ ସହକାରେ ଆନ୍ଦୋଳନ କରି ନିଜର ୧୦ ଦଫା ଦାବୀ ବିଷୟରେ ସରକାରଙ୍କ ନିକଟରେ ଉପସ୍ଥାପନା କରିଥିଲେ ।

ଯଦି ଦାବୀ ପୂରଣ ନକରାଯାଏ । ତେବେ ଆନ୍ଦୋଳନ ଏହିପରି ଭାବରେ ଦିନକୁ ଦିନ ଗାଦି ଚାଲିବ, ହେଲେ ଆନ୍ଦୋଳନକୁ ବନ୍ଦ କରାଯିବ ନାହିଁ । ତେବେ ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଆଡେ ଡ୍ରାଇଭର ସଂଘର ଆନ୍ଦୋଳନର ତୀବ୍ର ପ୍ରଭାବ ନଜର ଆସିଥିଲା । ତେବେ ଆନ୍ଦୋଳନର ଏହି ରୂପ ଦେଖି ସରକାର ମଧ୍ୟ ଡ୍ରାଇଭର ମାନଙ୍କର ଦାବୀ ପୂରଣ କରିବା ପାଇଁ ବାଧ୍ୟ ହୋଇପଡିଥିଲେ ।

ତେବେ ଆଗରୁ ମଧ୍ୟ ଏହି ୧୦ ଦଫା ଦାବୀ ସରକାରଙ୍କ ନିକଟରେ ଜଣାଯାଇଥିଲା । ହେଲେ ସରକାର ସବୁ କିଛି ଯାନୀ ମଧ୍ୟ ନଜାଣିଲ ପରି ଅଜଣା ହେଇ ରହିଯାଇଥିଲେ । ହେଲେ ଡ୍ରାଇଭର ଭାଇ ମାନେ ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନରେ ନିଜର ଡ୍ରାଇଭରଗିରି ଦେଖାଇଦେଇଛନ୍ତି । ଯାହା ଦ୍ଵାରା ରାଜ୍ୟରେ ଏହାର ବହୁ ପ୍ରଭାବ ହଇଚଇ ପରି ଖେଳିଯାଇଥିଲା । ଯାହା ଦ୍ଵାରା ପେଟ୍ରୋଲ ଦର ଠାରୁ ଆରମ୍ଭ ହୋଇ ବିଭିନ୍ନ ଜିନିଷର ଦରଦାମ ମଧ୍ୟ ପ୍ରଭାବିତ ହୋଇଥିଲା ।

ତେଣୁ ସରକାର ବାଧ୍ୟ ହୋଇ ଆନ୍ଦୋଳନର ମହୋଲକୁ ଥଣ୍ଡା କରିବା ପାଇଁ ଏପରି କିଛି ପ୍ରତିଶ୍ରୁତି ଦେଇଥିଲେ । ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କହିବା ଅନୁସାରେ ଡ୍ରାଇଭର ସଂଘର ଯାହା ଯେଉଁ ୧୦ ଦଫା ଦାବୀ ରହିଛି । ଆମେ ସେହି ସବୁ ଦାବୀ ଉପରେ ଆଲୋଚନା କରି ତାହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବୁ ବୋଲି ଏକ ଲିଖିର ପ୍ରମାଣ ଆକାରରେ ଡ୍ରାଇଭର ମହାସମ୍ଘକୁ ଦେଇଛୁ ।

ତେବେ ଯଦି ୩ ମାସରୁ ଗୋଟିଏ ବି ଦିନ ଅଧିକ ହୋଇଯାଏ । ପୁଣି ଠାରେ ଡ୍ରାଇଭର ମାନେ ସଂଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ମଧ୍ୟ ଡ୍ରାଇଭର ସଂଘ ତରଫରୁ ସୂଚନା ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *