ସ୍କୁଟିରେ ଏକା ଥରକେ 55000 ଟଙ୍କାର ପେଟ୍ରୋଲ ଭରିଲେ ବ୍ୟକ୍ତି, ଏହା କିପରି ସମ୍ଭବ ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍କୁଟିରେ ମାତ୍ର ଗୋଟିଏ ଥରରେ 55000 ଟଙ୍କାର ପେଟ୍ରୋଲ  ଭରିଲେ ବ୍ୟକ୍ତି ଜଣଙ୍କ । ତେବେ ଆପଣ ମଧ୍ୟ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ ଭାବରେ । ଏବଂ ଚିନ୍ତା ମଧ୍ୟ କରୁଥିବେ ଯେ ସ୍କୁଟି ଭଳି ଗାଡିରେ ଏକା ଥରକେ ୫୫୦୦୦ ଟଙ୍କାର ପେଟ୍ରୋଲ କିଭଳି କିଣିଲେ ? ମାତ୍ର ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି କଥାଟି ସଂପୂର୍ଣ୍ଣ ଭାବରେ ସତ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସ୍କୁଟିରେ ପେଟ୍ରୋଲ ଭରିବା ପରେ ଜଣେ ଗ୍ରାହକଙ୍କୁ ଦବାକୁ ପଡିଛି 55000 ଟଙ୍କା ।

ଏହି ଘଟଣାଟି ଘଟିଛି ମହାରାଷ୍ଟ୍ରର ଥାନେ ରେ । ପେଟ୍ରୋଲ ପମ୍ପରେ କମ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ସମୟରେ ଥାନେ ରେ କିନ୍ତୁ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କ ଠାରୁ ୫୫ ହଜାର ଟଙ୍କା ଆଦାୟ କରାଯାଇଅଛି । ଗ୍ରାହକ ଜଣକ ମାତ୍ର ୫୫୦ ଟଙ୍କାର ପେଟ୍ରୋଲ ଭର୍ତ୍ତି କରିଥିଲେ ।

କିନ୍ତୁ ପେଟ୍ରୋଲ ଭରିବା ପରେ ପେଟ୍ରୋଲ ପମ୍ପ ରେ ତାଙ୍କୁ ୫୫ ହଜାର ଟଙ୍କା ଦେବାକୁ କହିଥିଲେ । ଏହି କଥା ଶୁଣି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କିଭଳି ସ୍କୁଟି ଭଳି ଗାଡିର ଟାଙ୍କିରେ ୫୫ ହଜାର ଟଙ୍କାର ପେଟ୍ରୋଲ ଭରିଦେଲେ ? ଯେଉଁ ଗାଡିରେ ୫୫୦ ରୁ ୬୦୦ ଟଙ୍କାର ପେଟ୍ରୋଲ ପକାଇଲେ ଟାଙ୍କି ଭର୍ତ୍ତି ହୋଇଯାଏ ସେଥିରେ ୫୫ ହଜାର ଟଙ୍କାର ପେଟ୍ରୋଲ କିଭଳି ଜାଗା ଧରିଲା ?

୫୫୦ ର ପେଟ୍ରୋଲ ଭର୍ତ୍ତି କରିଥିଲେ ଏହି ଗ୍ରାହକ ମାତ୍ର ଯେତେବେଳେ ସେ ଏଥି ନିମନ୍ତେ ଅନଲାଇନ ପେମେଣ୍ଟ କରିଲେ ତେବେ ସମୁଦାୟ ୫୫ ହଜାର ଟଙ୍କା ତାଙ୍କ ଆକାଉଣ୍ଟ ରୁ କଟାଯାଇଥିଲା । ଏହାପରେ ସେ ପେଟ୍ରୋଲପମ୍ପ ମାଲିକଙ୍କ ନିକଟରେ ସେ ଅଭିଯୋଗ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ପେଟ୍ରୋଲପମ୍ପ ମାଲିକ ଜଣକ ଅସୁବିଧାରେ ପଡିଯାଇଥିଲେ । ଏହାପରେ ନିଜ ଭୁଲ କୁ ସଂଶୋଧନ କରି ଗ୍ରାହକଙ୍କ ଆକାଉଣ୍ଟ କୁ ଟଙ୍କା ଫେରସ୍ଥ କରିଥିଲେ ।

ଏହି ଘଟଣାଟି ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ୫୫୦ ଟଙ୍କାର ପେଟ୍ରୋଲ ପକାଇ ୫୫ ହଜାର ଟଙ୍କା କଟିଯାଉଛି, ତେବେ ପୂର୍ବରୁ ମଧ୍ୟ ଏହିଭଳି ଅନେକ ଘଟଣା ଘଟିଥାଇପାରେ । ତେବେ ପେଟ୍ରୋଲ ପକାଇଲା ବେଳେ ଆମ୍ଭ ଟଙ୍କା କେତେ ସୁରକ୍ଷିତ ସେ ପ୍ରତି ମଧ୍ୟ ଦୃଷ୍ଟି ଦେବା ନିତ୍ୟାନ୍ତ ଜରୁରୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *