‘ସ୍କୁଲରେ ଦୁଷ୍ଟ ହେଉଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତାକୁ ମୁଁ ବେଞ୍ଚରେ ଠିଆ କରେଇ ଥିଲି, ତା’ପରେ ସେ…’ ମ୍ୟାଡମ ମୁର୍ମୁଙ୍କ କ୍ଲାସ ମନିଟର

ବନ୍ଧୁଗଣ, ଦୁଇ ଦିନିଆ ଓଡିଶା ଗ୍ରସ୍ତ ରେ ଅଛନ୍ତି  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବଂ ଆପଣ ମାନେ ଜାଣିଥିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ । ଓଡ଼ିଶା ମାଟିର ଝିଅ ଓ ମୟୂରଭଞ୍ଜ ର ଝିଅ । ରାଜଧାନୀ କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲ ରେ ସେ ପାଠ ପଢିଥିଲେ । ଅଷ୍ଟମ, ନବମ, ଦଶମ ଓ ଏକାଦଶ ପଢିଥିଲେ । ଏଠାରେ ଦ୍ରୌପଦୀ ମୁର୍ମୁ ଙ୍କ ସାଙ୍ଗମାନେ ରହିଛନ୍ତି । ଯେଉଁମାନେ ତାଙ୍କ ସହ ପାଠ ପଢୁଥିଲେ ଓ ତାଙ୍କ ରୁମ୍ ରେ ରହୁଥିଲେ ହଷ୍ଟେଲ ରେ, ଏକାଠି ବସୁଥିଲେ, ଏକାଠି ଖାଉଥିଲେ, ଏବଂ ଏକାଠି ରହୁଥିଲେ ।

ଦ୍ରୌପଦୀ ମୁର୍ମୁ ଙ୍କ ସାଙ୍ଗ ପ୍ରତିମା ପାତ୍ର କଲିକତା ରୁ ତାଙ୍କ ସାଙ୍ଗ ଙ୍କୁ ଦେଖା କରିବାକୁ ଆସିଥିଲେ । ଦ୍ରୌପଦୀ ଙ୍କ ସାଙ୍ଗ ସ୍ଵାତୀ ମହାନ୍ତି କହିଲେ ଦ୍ରୌପଦୀ ମୋତେ ଭଲ ଭାବରେ ଜାଣିଛନ୍ତି । ସେ ଯେତେବେଳେ ଝାଡ଼ଖଣ୍ଡ ରେ ଗଭର୍ଣ୍ଣର ଥିଲେ ଆମ୍ଭକୁ ଡାକିଥିଲେ ଆମେ ଯାଇଥିଲୁ ଓ ତାହାପରେ ଭୁବନେଶ୍ଵର ରାଜଭବନ ଆସିଥିଲା ବେଳେ ଡାକିଥିଲେ ଆମ୍ଭେ ଯାଇଥିଲୁ । ଏବେ ରାଷ୍ଟ୍ରପତି ହେଲାପରେ ଦେଖା ହୋଇନି ।

ରାଷ୍ଟ୍ରପତି ହେବାପରେ ଏଟା ପ୍ରଥମ ଦେଖାହେବ । ଆମ୍ଭେ ଦେଖିବା ପାଇଁ ତାଙ୍କୁ ଖାଇନୁ ପିଇନୁ ଓ ଶୋଇନୁ କେମିତି ତାଙ୍କୁ ଦେଖା କରିବୁ ବୋଲି । ଆଉ ମଧ୍ୟ ତାଙ୍କ ସାଙ୍ଗ କହିଛନ୍ତି ଆମ୍ଭ ର ଛୋଟ ବେଳର ବହୁତ ସ୍ମୃତି ରହିଛି । ଯେତେବେଳେ ଆମ୍ଭେ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିଲୁ ସେତେବେଳେ ମୁଁ କ୍ଲାସ୍ ରେ ମନିଟର ଥିଲି । ଏବଂ ଦ୍ରୌପଦୀ ମୁର୍ମୁ ଙ୍କୁ ବେଞ୍ଚ ଉପରେ ଠିଆ କରେଇ ଦେଉଥିଲି ।

ରାଷ୍ଟ୍ରପତି ଙ୍କ ଆଉ ଜଣେ ସାଙ୍ଗ କହିଛନ୍ତି ତାଙ୍କ ପାଇଁ ଆମ ସ୍କୁଲ ଧନ୍ୟ ହୋଇଯାଇଛି । ଏବଂ ଆମ୍ଭେମାନେ ମଧ୍ୟ ଧନ୍ୟ ହୋଇ ଯାଇଛୁ । ସେଥିପାଇଁ ଆମେ ଆକାଂକ୍ଷିତ ହୋଇ ରହିଛୁ କେତେବେଳେ ସେ ଆସିବେ ଆମ୍ଭେ ତାଙ୍କୁ ସ୍ବାଗତ କରିବୁ ଓ ଆମ ସ୍କୁଲ ତାଙ୍କୁ ସ୍ବାଗତ କରିବ । ସେଥିପାଇଁ ଆମେ ଖାଇନାହୁଁ ଖୁସିରେ ତାଙ୍କୁ ଦେଖା କରିବା ପାଇଁ ପଳାଇ ଆସିଛୁ ।

ଅନ୍ୟ ଜଣେ ସାଙ୍ଗ କହିଛନ୍ତି  ଆମସାଙ୍ଗ ଆମ୍ଭଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ତାଙ୍କ କ୍ଲାସ୍ମେଟ ମାନଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ସେପଟୁ ସେ ଖବର ଦେଇଛନ୍ତି ସେଥିପାଇଁ ଆମକୁ ବହୁତ୍ ଖୁସି ଲାଗୁଛି । ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ ଓ ଖୁସିରେ ରଖନ୍ତୁ । ତେବେ ଏହିଭଳି ନିଜର ଖୁସି କୁ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଙ୍କ ସାଙ୍ଗମାନେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *