ଭାରତର ଏହି ଚୋରମାନଙ୍କ ଚୋରୀ କରିବା ଅନ୍ଦାଜ ଦେଖିଲେ ବିଦେଶୀ ଚୋରଙ୍କର ହୋସ ଉଡିଯିବ…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ନିଜ ଆଖ ପାଖ ସ୍ଥାନରେ ଚୋରୀ ଘଟଣା ଦେଖିଥିବା ବା ଘଟଣା ବିଷୟରେ ଶୁଣିଥିବେ । ସାଧାରଣତଃ ଚୋର ମାନେ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି । ସେମାନେ ସମସ୍ତଙ୍କ ଆଖିରୁ ଲୁଚି ବହୁତ ସାବଧାନତାର ସହ ଚୋରୀ କରିବା ପାଇଁ ଚେଷ୍ଟା କରନ୍ତି । ହେଲେ କିଛି ଚୋର ଏପରି ଅଛନ୍ତି ଯେଉଁ ମାନେ କ୍ୟାମେରା ସାମ୍ନାରେ ଲୁଚି ପାରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଚୋର ମାନଙ୍କର କିଛି ଏପରି ଭାଇରାଲ ଭିଡିଓ ବିଷୟରେ କହିବୁ

ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓ ହେଉଛି ଦିଲ୍ଲୀର । ଦିଲ୍ଲୀ ରାସ୍ତା ଉପରେ ଏକ ଚୋର ସମସ୍ତଙ୍କ ସାମ୍ନାରେ ଚୋରୀ କରୁଥିବାର ନଜର ଆସିଛି । ଏହି ଚୋରଟି ଏକ ବ୍ୟକ୍ତି ଗାଡିରେ ଯାଉଥିବା ସମୟରେ ତାର ପଛପଟେ ଥିବା ବ୍ୟାଗ ଚେନ ଖୋଲି ଚୋରୀ କରିଛି । ଚୋର ସହିତ ତାର ସାଙ୍ଗ ମାନେ ମଧ୍ୟ ସେହି ସ୍ଥାନରେ ଅଛନ୍ତି ଯେଉଁ ମାନେ ତାକୁ ଏହି କାମ ପାଇଁ ସପୋର୍ଟ କରୁଛନ୍ତି ।

୨. ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଚୋରୀ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଭିଡିଓରେ ଏକ ଚୋର ଯାଇ କାର ଡ୍ରାଇଭର ପାଖରେ ଛିଡା ହେଉଛି । ତଳେ ଟଙ୍କା ପକାଇ କାର ଡ୍ରାଇଭରକୁ ବିଚଳିତ କରୁଛି । ଯେତେବେଳେ କାର ଡ୍ରାଇଭରଟି ଟଙ୍କା ଉଠାଇବା ପାଇଁ ବାହାରକୁ ବାହାରୁଛି ସେହି ସମୟରେ ଅନ୍ୟ ଚୋର ପଛ ପଟରୁ ଆସି କାର ଡୋର ଖୋଲି ବ୍ୟାଗ ଚୋରୀ କରିନେଉଛି ।

୩. ସାଧାରଣତଃ ଶୀତରୁତୁରେ ଅଧିକ ଚୋରୀ ହୋଇଥାଏ । କାରଣ ଶୀତରୁତୁରେ କୁହୁଡି ପଡିବା ହେତୁ ଚୋର ମାନଙ୍କ ପାଇଙ୍କ ଚୋରୀ ବହୁତ ସହଜ ହୋଇଥାଏ ଓ ଲୋକମାନେ ମଧ୍ୟ ବହୁତ ଶୀଘ୍ର ସୋଇପଡନ୍ତି । ଆମ ତୃତୀୟ ଭିଡିଓଟି ହେଉଛି ଶୀତରୁତୁର । ଭିଡିଓରେ ପାଞ୍ଚଟି ଚୋର ନଜର ଆସୁଛନ୍ତି ଓ ଏକ ଦୋକାନ ସର୍ଟରକୁ ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି । ବହୁତ ଚତୁରତାର ସହ ସେମାନେ ଦୋକାନ ସର୍ଟର ଖୋଲି ଦେଇ ଚୋରୀ କରିନେଉଛନ୍ତି ।

୪. ଆମ ଶେଷ ଭିଡିଓରେ କିଛି ମହିଳା ଚୋରୀ କରୁଥିବାର ନଜର ଆସିଛନ୍ତି । ଏହି ମହିଳା ମାନେ ଗୋଷ୍ଠୀରେ ଚୋରୀ କରନ୍ତି । ଭିଡିଓରେ କିଛି ମହିଳା ଗହଣା ଦୋକାନ ଯାଇଥିବାର ନଜର ଆସୁଛନ୍ତି । ଗହଣା ମାଲିକକୁ କିଛି ମହିଳା ବିଚଳିତ କରି ରଖିବା ସମୟରେ ଅନ୍ୟ ଏକ ମହିଳା ବହୁତ ଚତୁରତାର ସହ କ୍ୟାସ ବାକ୍ସରେ ହାତ ପୁରାଇ ଟଙ୍କା ନେଇ ଫେରାର ହେଇଯାଉଛି ଓ ଦୋକାନ ମାଲିକ ଏହା ବିଷୟରେ ଜାଣି ବି ପାରୁନାହିଁ ।

Leave a Reply

Your email address will not be published. Required fields are marked *