ବଡ ଦାଣ୍ଡରେ କାର ନୁହେଁ, ପାଦରେ ଚାଲି ଚାଲି କାଳିଆ ପାଖକୁ ଆସିଲେ ରାଷ୍ଟ୍ରପତି Draupadi Murmu…

ବନ୍ଧୁଗଣ ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇଥିଲେ । ଏବଂ ତାଙ୍କ ସ୍ଵାଗତ ରେ ପୁରୀ ବଡ ଦାଣ୍ଡରେ ସୃଙ୍ଖଳିତ ଭାବରେ ଆୟୋଜନ କରାଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାତ ଉପରକୁ ଟେକି ନିଜ କାରରୁ ଓହ୍ଲାଇ ପାଦରେ ଚାଲି ଚାଲି କାଳିଆ ଙ୍କୁ ଦର୍ଶନ କରିବାକୁ ଗଲେ । ଦେଶର ପ୍ରଥମ ନାଗରିକ ହେବା ସ୍ଵତ୍ବେ ସେ ଯେତେବେଳେ ଓଡିଶା ରେ ପହଞ୍ଚିଲେ ।

ବଡ ଦାଣ୍ଡରେ ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ସେମାନଙ୍କ ପାଖକୁ ଯାଉଥିଲେ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମ ମାଟି ଓଡିଶା ପହଞ୍ଚି ଆଗ ଜାତିର ଆରଧ୍ୟ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡଦାଣ୍ଡ ଆସୁ ଆସୁ ପଛ ହୋଇଯାଇଥିଲା ପ୍ରୋଟକଲ । ବଡଗଣ୍ଡି ଛକ ର ସାଲବେଗ ପୀଠ ଠାରୁ ଝିଅ ଇତିଶ୍ରୀ ମୁର୍ମୁ ଙ୍କ ସହିତ ହଠାତ ବୁଲେଟ ପୃଭ ଗାଡିରୁ ଓହ୍ଲାଇ ସାଧାରଣ ଭକ୍ତଟିଏ ଭଳି ଏହିଭଳି ଚାଲିବା ଆରମ୍ଭ କରିଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଧର୍ମ ଦାଣ୍ଡ ରେ ଭାବବିହୋଳ ହୋଇ କେତେବେଳେ ନୀଳଚକ୍ର ଉଦେଶ୍ୟରେ ଦୁଇ ହାତ ଟେକୁଥିଲେ ପୁଣି କେତେବେଳେ ବଡ ଦାଣ୍ଡର ଦୁଇ ଧାରର ଥିବା ଲୋକ ଙ୍କ ଉଦେଶ୍ୟରେ ଜଣାଉଥିଲେ ଅଭିବାଦନ । ଉତ୍କଳ ହିନ୍ଦୀ ବିଦ୍ୟାପୀଠ ସମ୍ମୁଖରେ ଅପେକ୍ଷା କରିଥିବା କୁନି କୁନି ଛାତ୍ର ଛାତ୍ରୀ ଙ୍କ ସହିତ ରାଷ୍ଟ୍ରପତି ଙ୍କ ଭାବୋବିନିମୟ ଫଟୋ ଉଠାର ଆନନ୍ଦମୟ କ୍ଷଣ ମଧ୍ୟ ଦେଖିବବାକୁ ମିଳିଥିଲା ।

ଜଣେ ରାଷ୍ଟ୍ରପତି ଏତେ ସମୟ ଧରି ପ୍ରାୟ 2 କିଲୋମିଟର ଲମ୍ବା ବାଟ ଚାଲୁଥିଲେ, ଚାଲି ଚାଲି ଆସି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ରାଷ୍ଟ୍ରପତି ଙ୍କୁ ସ୍ଵାଗତ କରିଥିଲେ ଗଜପତି ମହାରାଜ । ଏହାପରେ ସେଠାରେ ଜଗନ୍ନାଥ ଙ୍କ ଉଦେଶ୍ୟରେ ମୁଣ୍ଡ ଲଗାଇ ପ୍ରଣିପାତ କରିଲେ ଏବଂ ଅରୁଣ ସ୍ତମ୍ଭ କୁ ଛୁଇଁ ମୁଣ୍ଡିଆ ମାରି ପାଦ ପ୍ରକ୍ଷାୟନ ପରେ ବାଇଶି ପାହାଚ ଦେଇ ଶ୍ରୀ ମନ୍ଦିର ପ୍ରବେଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗର୍ଭଗୃହ କୁ ଯାଇ ଶ୍ରୀଜୀଉ ଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଲେ ଚକା ଆଖିକୁ ଚାହିଁ ଭାବବିହୋଳ ହେଲେ ପରେ, ବିହୋରଣ ଦ୍ଵାର ଦେଇ ପ୍ରସ୍ଥାନ ସହିତ ମୁକ୍ତି ମଣ୍ଡପ ରେ ପଣ୍ଡିତ ଙ୍କ ଆଶୀର୍ବାଦ ନେଲେ, ବିମଳା ଏବଂ ମହାଲକ୍ଷ୍ମୀ ମନ୍ଦିର ଯାଇ ଆଶିଷ ଭିକ୍ଷା କରି କୀର୍ତ୍ତନ ଚକଡା ରେ ଠିଆ ହୋଇ ନୀଳଚକ୍ର ରେ ପତିତ ପାବନ ବାନା ଦେଖି ତଲିନ ହେଲେ । ମନ୍ଦିରରେ 30 ମିନିଟ ରହିବା ପରେ ସିଂହ ଦ୍ଵାର ଦେଇ ବାହାରକୁ ବାହାରି ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *