ସମସ୍ତ SBI ଗ୍ରାହକଙ୍କ ପାଇଁ ଆସିଲା 3 ଟି ବଡ Update ! SBI ରେ ଖାତା ଥିଲେ ଲାଗିପାରେ ବଡ ଝଟକା…

ବନ୍ଧୁଗଣ, ଯଦି ଆପଣଙ୍କର SBI ରେ ଖାତା ଅଛି ତେବେ ଆପଣଙ୍କ ନିମନ୍ତେ ୩ ଟି ବଡ ଅପଡେଟ ଆସିଛି । ଏଥି ମଧ୍ୟରୁ ଗୋଟିଏ ବଡ ଝଟକା ଅଛି ଅନ୍ୟ ଦୁଇଟି ଉତ୍ତମ ଖବର ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । SBI ଗ୍ରାହକଙ୍କୁ ଭଲ ଖବର ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ FD ର ସୁଧହାରରେ ୨୦ ବେସିକ ପଏଣ୍ଟ ରେ ବଢୋତ୍ରୀ କରାଇଛନ୍ତି ଏବଂ ୨ କରୋଡ ଟଙ୍କା ରୁ କମ ଯେଉଁମାନେ ଫିକ୍ସ ଡିପୋଜିଟ SBI ରେ କରାଇଛନ୍ତି ସେମାନଙ୍କୁ ବର୍ତ୍ତମାନ ଅଧିକ ସୁଧହାର ମିଳିବ ।

୭ ରୁ ୪୫ ଦିନର ଏଫଡ଼ି ବର୍ତ୍ତମାନ ଆପଣଙ୍କୁ ୨.୯୦% ମିଳିବ ଏବଂ ସୁଧହାର ପ୍ରଥମେ ମିଳୁଥିଲା ତାହାକୁ ବଢାଇ ୩% କରାଯାଇଛି । ୪୬ ଦିନରୁ ୧୮୯ ଦିନ ର ଏଫଡି ରେ ୪ ପ୍ରତିଶତ ଏଫଡି ହାର ମିଳିବ । ଯାହା ପ୍ରଥମେ ୩.୯୦ ଥିଲା । ସେହିଭଳି ୧୮୦ ରୁ ୨୧୦ ଦିନ ଏଫଡି ର ସୁଧହାର କୁ ବଢାଇ ୪.୬୫% କରାଯାଇଅଛି । ଏହା ସହିତ ସେଭିଙ୍ଗ ଆକାଉଣ୍ଟ ରେ ମଧ୍ୟ ବଢାଇ ଦିଆଯାଇଅଛି ।

୧୦ କରୋଡ ଟଙ୍କା ରୁ କମ ସେଭିଙ୍ଗ ଆକାଉଣ୍ଟ ରେ ୨୫ ବେଶିସ ପଏଣ୍ଟ ବଢା ଯାଇଅଛି । ତେବେ ଖରାପ ଖବର ଏହା ଯେ ଆପଣଙ୍କୁ ରେଣ୍ଟ ପେମେଣ୍ଟ କରିବା ନିମନ୍ତେ ଅଥବା ଲୋନ ର EMI  ଦେବା ନିମନ୍ତେ ଆପଣଙ୍କୁ ଏକ୍ସଟ୍ରା ଚାର୍ଜ ଦେବାକୁ ହେବ । ଏବଂ ୧୫ ନଭେମ୍ବରରୁ ହିଁ ଏହି ନୂଆ ନିୟମକୁ ଲାଗୁ କରିଦିଆଯିବ ।

ଆପଣ କାହାର ମଧ୍ୟ EMI କରାନ୍ତୁ, ଏହାକୁ ସୁଝିବା ନିମନ୍ତେ ଆପଣଙ୍କୁ ୧୯୯ ଟଙ୍କାର ଚାର୍ଜ ଦେବାକୁ ପଡିବ । ତେବେ ଏହା SBI କ୍ରେଡିଡ କାର୍ଡ ଦ୍ଵାରା ଏହାକୁ ପେମେଣ୍ଟ କରିବା ଦ୍ଵାରା ଦେବାକୁ ପଡିବ । ଅର୍ଥାତ ଆପଣ ନେଟବ୍ୟାକିଙ୍ଗ ରୁ କରିଲେ ଆପଣଙ୍କୁ ଏହି ପ୍ରୋସେସିଂ ଫିସ ଚାର୍ଜ ଦେବାକୁ ହେବ ନାହିଁ ।

ମାତ୍ର SBI ର କ୍ରେଡିଡ କାର୍ଡ ବ୍ୟବହାର କରିଲା ସମୟରେ ଯଦି ଆପଣ ରେଣ୍ଟ ପେମେଣ୍ଟ କରୁଛନ୍ତି ତଥା କୌଣସି EMI ର ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଏଥି ନିମନ୍ତେ ପ୍ରୋସେସିଂ ଫିସ ର ଚାର୍ଜ ବଢାଇ ଦିଆଯାଇଛି । ୯୯ ଟଙ୍କା ସହିତ GST ଚାର୍ଜ ଏବଂ ୧୯୯ ଟଙ୍କା ସହିତ ୧୮ ପ୍ରତିଶତ GST ଆପଣଙ୍କୁ ଦେବାକୁ ହେବ । ୧୫ ନଭେମ୍ବର ୨୦୨୨ ରୁ ଏହି ନିୟମ ଲାଗୁ ହେବାକୁ ଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *