ଏବେ ମିଳନର ବାର ହେବ ପ୍ରତି ରବିବାର, ବାସ୍ ୧୫ ମିନିଟ୍…

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଜେଲ ଭିତରେ ସ୍ଵାମୀ ଜଗବନ୍ଧୁ ଏବଂ ସ୍ତ୍ରୀ ଅର୍ଚ୍ଚନା ଦେଖାହେବେ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହ ର ଗୋଟିଏ ଦିନ ସେମାନେ ଦେଖା ହୋଇପାରିବେ । ଏହି ଦିନଟି ହେଉଛି ପ୍ରତି ରବିବାର ର ଶେଷ ବାର ଅର୍ଥାତ ରବିବାର । ଉଭୟ ରବିବାର ଦେଖାହେବା ନିମନ୍ତେ ବ୍ୟବସ୍ଥା ରହିଅଛି । ମାତ୍ର ସେମାନେ ଏକା ଦେଖା ହୋଇ ପାରିବେ ନାହିଁ । ଜେଲର ମହିଳା ୱାଡର ଏବଂ ପୁରୁଷ ୱାଡର ଙ୍କ ଉପସ୍ଥିତି ରେ ହେବ ଦେଖା ସାକ୍ଷାତ ।

ସମସ୍ତଙ୍କ ନଜର ସାମ୍ନା ରେ ହିଁ ଦୁହେଁ ଦୁହିଁଙ୍କ ସହ ଦେଖା ହେବେ । ବର୍ତ୍ତମାନ ଅର୍ଚ୍ଚନା ମହିଳା ୱାର୍ଡ ରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡ ରେ ରହିଛନ୍ତି । ତେବେ ରବିବାର ହିଁ ସେହି ଗୋଟିଏ ଦିନ ଯେଉଁଦିନ ଉଭୟ ଜେଲର ଗୋଟିଏ ସ୍ଥାନରେ ଦେଖାହେବେ ଆଉ ମନଭରୀ କଥା ହେବେ । ତେବେ ପୀଡ଼ିତା ଙ୍କୁ ବ୍ଲାକମେଲ ଏବଂ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ ।

ଆଉ ଏହାପରେ ଗତକାଲି ତାଙ୍କ ସ୍ଵାମୀ ଜଗବନ୍ଧୁ ଗିରଫ ହୋଇଛନ୍ତି । ଏହାକୁ ନେଇ ତାଙ୍କ ସ୍ଵାମୀ ମିଡିଆ ଆଗରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଜଗବନ୍ଧୁ ଙ୍କୁ ପୋଲିସ ଯେତେ ବେଳେ ଧରିଥିଲା ସେହି ସମୟରେ ସେଠାରେ ମିଡିଆ ଭାଇମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ନାନା ପ୍ରକାର ପ୍ରଶ୍ନ ଜଗବନ୍ଧୁ ଙ୍କୁ ପଚାରିଥିଲେ କିନ୍ତୁ ଜଗବନ୍ଧୁ କୌଣସି ପ୍ରକାରର ଉତ୍ତର ସେମାନଙ୍କୁ ଦେଇ ନଥିଲେ ।

ସିଧା ସଳଖ ପୋଲିସ ଗାଡିରେ ବସିଯାଇଥିଲେ । ଅର୍ଚ୍ଚନା ଗିରଫ ହେବାପରେ ଅନେକ ତଥ୍ୟ ସାମ୍ନା କୁ ଆସିଥିଲା ଏବେ ଜଗବନ୍ଧୁ ଗିରଫ ପରେ ଅନେକ ନୂଆ ନୂଆ ପୋଲିସ ହାତକୁ ଆସିବା ବୋଲି ସମସ୍ତେ ଅପେକ୍ଷା କରି ବସିଛନ୍ତି । ତେବେ ଦୁନିଆରେ ଅନେକ କାମ କରି ନିଜ ପେଟ ପୋଷିବା ସହିତ ନିଜର ବୁଦ୍ଧି ଖଟାଇ କୋଟିପତି ମଧ୍ୟ ହେଉଛନ୍ତି ।

ମାତ୍ର ଏହି ହନିଟ୍ରାପ ଭଳି କାଣ୍ଡ ଭିଆଇ ଜେଲକୁ ଗଲେ ପଛେ ସତମାର୍ଗ ରେ ଯାଇ ସମାଜରେ ନିଜର ଆଧିପତ୍ୟ ବିସ୍ତାର କରି ପାରିଲେ ନାହିଁ । ବର୍ତ୍ତମାନ ଏହି ଦମ୍ପତ୍ତି ବହୁତ ଚର୍ଚ୍ଚା ରେ ଅଛନ୍ତି । ତେବେ ଉଭୟଙ୍କ ର ଗୋଟିଏ ପୁଅ ମଧ୍ୟ ଅଛି ତା ଭବିଷ୍ୟତ କଣ ? ତା ମୁଣ୍ଡରେ କି ଚିନ୍ତା ପଶୁଥିବ ଯେ ବାପା ମା’ ଏହିଭଳି କାମ କରି ଜେଲ କୁ ଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *