SBI ର Special Scheme, ମାସକୁ ମିଳିବ 10 ହଜାର, ଏଥିପାଇଁ ଆପଣଙ୍କୁ କରିବାକୁ ହେବ ଏମିତି…

ବନ୍ଧୁଗଣ ଏବେ ଏସବିଆଇର ସ୍ପେଶାଲ ସ୍କିମ ସାମ୍ନାକୁ ଆସିଛି ଘରେ ବସି ହାତକୁ ଆସିବ ଟଙ୍କା ମାସକୁ ମିଳିବ 10 ହଜାର । ଗ୍ରାହକ ମାନଙ୍କୁ ଏମିତି ଭେଟି ଦେବାକୁ ଯାଉଛି ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଏସବିଆଇ । କେବଳ ଏତିକି ଟଙ୍କା ଜମା କରିଦେଲେ ଆପଣଙ୍କୁ ମାସକୁ ମିଳିବ 10 ହଜାର ଟଙ୍କା । ଆଜି ଆମେ ଆପଣ ମାନଙ୍କୁ ଏସବିଆଇର ଏପରି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ଦେବ ଜବରଦସ୍ତ ରିଟର୍ନ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ । ଜଣେ ଗ୍ରାହକ ନିଜ କଷ୍ଟ ଅର୍ଜିତ ଧନ ଏଠି ଜମା କରି ନିଶ୍ଚିତରେ ରହିଥାଏ । କୌଣସି ବ୍ୟକ୍ତି ଅର୍ଥ ନିବେଶ କରିବା ପାଇଁ ଗଲେ ଗ୍ରାହକଙ୍କୁ ଅନେକ ଅପସନ ଦେଇଥାଏ ଏସବିଆଇ । ଯେମିତି କି ଫିକ୍ସଡ ଡିପୋଜିଟ ଠାରୁ ଆରମ୍ଭ କରି ପବ୍ଲିକ ପ୍ରୋଭିଡେଡ ଫଣ୍ଡ ପର୍ଯ୍ୟନ୍ତ ବିକଳ୍ପ ମିଳିଥାଏ । ଏବେ ଏସବିଆଇ ଆଣିଛି ଏମିତି ଏକ ସ୍କିମ ଯେଉଁଥିରେ ଆପଣ ନିବେଶ କରି ମାସକୁ 10 ହଜାର ଟଙ୍କା ପାଇବେ ।

ପ୍ରଥମେ ଜାଣନ୍ତୁ ଏସବିଆଇର ବାର୍ଷିକ ଯୋଜନା ବିଷୟରେ । ଏହି ସ୍କିମର ଟଙ୍କା ଜମା କରିବାର ସମୟ ସୀମା ହେଉଛି ତିନି ବର୍ଷ,, ପାଞ୍ଚ ବର୍ଷ, ସାତ ବର୍ଷ ଓ 10 ବର୍ଷ । ଏହି ସମସ୍ତ ନିବେଶ ଉପରେ ସୁଧ ହାର ସମାନ ରହିବ । ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଏକ ପାଣ୍ଠି ଜମା କରନ୍ତି ତେବେ ଆପଣ କେବଳ ପାଞ୍ଚ ବର୍ଷର ସ୍ଥିର ଜମା ଉପରେ ସୁଧ ରାସୀ ପାଇପାରିବେ ।

ଦେଶର ସମସ୍ତ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏସବିଆଇର ଏହି ସ୍କିମରେ ଯଦି ଜଣେ ନିବେଶକ ମାସିକ 10 ହଜାର ଟଙ୍କା ଆଯ କରିବାକୁ ଚାହାଁନ୍ତି ତେବେ ତାଙ୍କୁ 5 ଲକ୍ଷ 7 ହଜାର 964 ଟଙ୍କା ଜମା କରିବାକୁ ପଡିବ । ଜମା ହୋଇଥିବା ରାସୀ ଉପରେ ସେ 7 ପ୍ରତିଶତରେ ସୁଧ ହାରରେ ରିଟର୍ନ ପାଇବେ ଯାହା ପ୍ରତି ମାସରେ ପ୍ରାୟ 10 ହଜାର ଟଙ୍କା ଭଳି ହେବ ।

ଯଦି ଆପଣଙ୍କ ପାଖରେ ବିନିଯୋଗ ପାଇଁ 5 ଲକ୍ଷ ଟଙ୍କା ରହିଛି ଓ ଆପଣ ସେଥିରୁ ଆଯ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଉତ୍ତମ ବିକଳ୍ପ ହେବ । କେବଳ 5 ଲକ୍ଷ ଟଙ୍କା ଜମା କରିବାକୁ ପଡିବ ତାହା ନୁହେଁ ଏହା ଠାରୁ କମ ଟଙ୍କାର ସ୍କିମ ମଧ୍ୟ ଏସବିଆଇ ପାଖରେ ରହିଛି । ଏହି ଯୋଜନାର ଭବିଷ୍ୟତ ଭଲ ବୋଲି କୁହାଯାଉଛି । ତା ହେଲେ ବନ୍ଧୁଗଣ ଏସବିଆଇର ଏହି ସ୍କିମଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *