ଓଡିଶାକୁ ନେଇ କିଛି ଏମିତି କହିଲେ Bollywood ଅଭିନେତା Krushna Abhishek, ସଚ୍ଚା ଓଡିଆ ହୋଇଥିଲେ ଆପଣ ବି କରିବେ ଗର୍ବ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡିଆ ଫିଲ୍ମରେ ନଜର ଆସିବେ ବଲିଉଡ ଷ୍ଟାଣ୍ଡ ଅପ କମେଡିଆନ ତଥା ଫିଲ୍ମ ଅଭିନେତା କୃଷ୍ଣା ଅଭିଷେକ । ଏନେଇ ସେ ଓଡିଶା ଆସି ଏବେ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଓଡିଆ ଚଳଚ୍ଚିତ୍ର ‘ମାମା ୱେଡ଼ସ୍ ପାପାରେ’ ନଜର ଆସିବେ ଏହି କମେଡି କିଙ୍ଗ । ରଜରେ ଏହି ଚଳଚ୍ଚିତ୍ରଟି ପରଦା ଉପରକୁ ଆସିବ । ଓଡିଆ ଚଳଚ୍ଚିତ୍ରରେ କାମ କରି ସେ ବେଶ ଖୁସି ଥିବା ସହ କାହାଣୀ ମଧ୍ୟ ତାଙ୍କୁ ବେଶ ପସନ୍ଦ ଆସିଥିବା ସେ କହିଛନ୍ତି ।

ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ଏହ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ହୋଇଥିବାରୁ ରିଲିଜ ହେବା ପରେ ଦେଖିବାକୁ ସେ ସମସ୍ତଙ୍କୁ ଅପିଲ କରିଛନ୍ତି । ତେବେ ବଜେଟ ନୁହେଁ ନିଜ ଦକ୍ଷତା ଓ ପରିଶ୍ରମ ଦେଖାଇବାରେ ସେ କୌଣସି ମଉକା ଛାଡ଼ନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । ଅପୁ କାନୁନଗୋଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ରଜ ପର୍ବରେ ରିଲିଜ ହେବ ।

ତେବେ ଅତି କମ ବୟସରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣେ ନିର୍ଦ୍ଦେଶକଙ୍କୁ ଦେଖିବାକୁ ମିଳିଥିଲା । ସେ ହେଉଛନ୍ତି ଆପୁ କାନୁନ୍‌ଗୋ । ଆପୁ ପ୍ରଥମେ ‘ସାତସୁରେ ବନ୍ଧା ଏ ଜୀବନ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପରେ ସେ ‘ଡାଡି’ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । କୋଭିଡ୍ କଟକଣା ଓ ଲକ୍‌ଡାଉନ୍ ଅବଧି ଭିତରେ ତାଙ୍କୁ ଆଉ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁଯୋଗ ମିଳିଥିଲା ।

ଏଇ ସିନେମାଟି ବ୍ୟବସାୟିକ ଧାରାରେ ପ୍ରେକ୍ଷାଳୟକୁ ଆସିଥିଲେ ମଧ୍ୟ ଏଥିରେ କଳାତ୍ମକ ଦିଗ ବେଶ୍ ରୋଚକ ଭାବେ ବାରି ହେଇପଡ଼ିଥିଲା । ଚଳଚ୍ଚିତ୍ରର ଶୀର୍ଷକ ଥିଲା ‘ଓଏ ଗୀଟାର’ । ତେବେ ଡ୍ରାମା ଅପେକ୍ଷା ଏଥିରେ ଥିବା ସଙ୍ଗୀତ, ଚିତ୍ରୋତ୍ତୋଳନ ସମ୍ପାଦନା ଦିଗ ବୈଷୟିକ ଦୃଷ୍ଟିକୋଣରୁ ଉଚ୍ଚକୋଟୀର ହେବ ବୋଲି ଶୁଣାଯାଉଛି । ସଙ୍ଗୀତ ସଜାଇଛନ୍ତି ଅସାଦ ନିଜାମ ।

ନାୟକ ଭୂମିକାରେ ଅଭିଷେକ, ନାୟିକା ଭୂମିକାରେ ବଙ୍ଗୀୟ ଲଳନା ରିତିଶାଙ୍କ ସହ ଏଥିରେ ପ୍ରିୟଙ୍କା, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁଙ୍କୁ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ସାଧାରଣତଃ ବାପା ମାଆ ସେମାନଙ୍କ ପୁଅ ଝିଅଙ୍କର ବିବାହ କରାଇଥାନ୍ତି, ହେଲେ ଏଇ ଚଳଚ୍ଚିତ୍ରରେ ପିଲାମାନେ ମିଶି ବାପା ଓ ମାଆଙ୍କ ବିବାହ କରୁଥିବାର ଦେଖିବାକୁ ମିଳିବ । ହାସ୍ୟରସ, ପ୍ରେମ ବିରହ ଓ ରହସ୍ୟ ରୋମାଞ୍ଚରେ ଭରପୂର ଏହାର କାହାଣୀ ।


ତେବେ କ୍ରିଷ୍ଣା ଏହି ଫିଲ୍ମ ରେ ଅଭିନୟ କରି ଖୁବ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହା ଛଡା ସେ କହିଛନ୍ତି କି ଶ୍ରୀ ଜଗନ୍ନାଥ ଙ୍କୁ ସେ ନିଜ ଘରେ ମଧ୍ୟ ପୂଜା କରୁଛନ୍ତି ଏବଂ କିଛି ଛୋଟିଆ ସଂଯୋଗ ନିଶ୍ଚିତ ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *