SBI ଗ୍ରାହକଙ୍କ ନୂଆ ସୁବିଧା ! ମିଳିବ 2 ଲକ୍ଷ ଟଙ୍କା, ଜାଣନ୍ତୁ କିପରି ?

ବନ୍ଧୁଗଣ ଏସବିଆଇ ଗ୍ରାହକ ମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଯଦି ଆପଣ ଏସବିଆଇ ଗ୍ରାହକ ଅଟନ୍ତି ବା ଆପଣଙ୍କ ଆକାଉଣ୍ଟ ଏସବିଆଇ ବ୍ୟାଙ୍କରେ ରହିଛି ତା ହେଲେ ଜାଣି ରଖନ୍ତୁ ଆପଣ ମାନଙ୍କୁ ମିଳିବାକୁ ଯାଉଛି ୨ ଲକ୍ଷ ଟଙ୍କା । ବନ୍ଧୁଗଣ ଏହି ଖବର ବିଷୟରେ ଜାଣି ଆପଣ ମାନେ ବହୁତ ଖୁସି ହୋଇଥିବେ ତେବେ ଆସନ୍ତୁ ଜାଣିବା ଏହି ସୁବିଧା ବିଷୟରେ ।

ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ଗ୍ରାହକ ମାନଙ୍କ ପାଇଁ ଆଣିଛି ବହୁତ ବଡ ଖୁସି ଖବର । ଏସବିଆଇ ଆକାଉଣ୍ଟ ଥିବା ଗ୍ରାହକ ମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ । ତେବେ ଆର୍ଥିକ ସ୍ତରରେ ଅନଗ୍ରସର ଲୋକଙ୍କ ପାଇଁ ଏହି ସୁବିଧା ରଖା ଯାଇଛି । ଯେଉଁ ମାନଙ୍କର ଜନ ଧନ ଆକାଉଣ୍ଟ ରହିଥିବ ସେମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ।

ଜନ ଧନ ଆକାଉଣ୍ଟ ସହ ରୂପେ କାର୍ଡ ରଖିଥିବା ଗ୍ରାହକ ମାନଙ୍କୁ ଏହି ସୁବିଧା ମିଳିବ । ଆପଣ ମାନଙ୍କ ପାଖରେ ଏହି ସବୁ ଜିନିଷ ଥିଲେ ଆପଣଙ୍କୁ ୬ ମାସ ମଧ୍ୟରେ ଓଭରଡ୍ରାଫ୍ଟ ସୁବିଧା ମିଳିବ । ୨ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ମିଳିବ । ୩୦ ହଜାର ଟଙ୍କାର ଲାଇଫ କଭର ଯାହା ମୃତ୍ୟୁ ପରେ ପ୍ରଦାନ କରାଯିବ । ଚତୁର୍ଥରେ ଦୀପଜିତ ଉପରେ ସୁଧ ମିଳିବ ।

ପଞ୍ଚମରେ ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା ମିଳିବ । ଡେବିଟ କାର୍ଡରୁ ପଇସା ଦେଣନେଣ ସହିତ କିଣାବିକା ମଧ୍ୟ କରିଦେବ । ବୀମା ଓ ପେନସନ ଉତ୍ପାଦ ମଧ୍ୟ କିଣି ପାରିବେ । ସହଜରେ ଖୋଲି ହେବ ପିଏମ କିଶାନ ଓ ଶ୍ରମଯୋଗୀ ମାନଧନ । ଆଉ ନବମର ସରକାରୀ ଯୋଜନାର ଅର୍ଥ ସିଧା ସଳଖ ଖାତାକୁ ଆସିବ । ତେବେ ଏହି ଆକାଉଣ୍ଟକୁ ଯଦି ଆପଣ ଖୋଲିବା ପାଇଁ ଚାହୁଁ ଛନ୍ତି ତା ହେଲେ ଏହି ଆକାଉଣ୍ଟ ସଂପୂର୍ଣ୍ଣ ଦେୟ ମୁକ୍ତ ଅଟେ ।

ଆପଣ ମାନେ ନିକଟସ୍ଥ ବ୍ୟାଙ୍କ ଯାଇ ଫର୍ମ ପୂରଣ କରିବେ । ନିଜର ଆଧାର କାର୍ଡ ଦେବା ସହ ନିଜ ମୋବାଇଲ ନମ୍ବର ଦେଇ ଆପଣ ଏହି ଆକାଉଣ୍ଟ ଖୋଲି ପାରିବେ । ଏହି ସୁବିଧାରେ ଆପଣ ୨ ଲକ୍ଷ ଟଙ୍କାର ଲାଭ ଉଠାଇ ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *