କଇଁଛ ରୂପରେ କାଳିଆ ସାଆନ୍ତ ! ଭାବ ବିହ୍ଵର ହେଲେ ଭକ୍ତ, ଆଖିରୁ ଝରିଲା ଲୁହ, ପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଉଥିଲେ ନିଶ୍ଚୟ ଥରେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ ଯୁଗେ ଯୁଗେ ପ୍ରଭୁ ହେଉଛନ୍ତି ଭକ୍ତର ଏବଂ ଭକ୍ତ ପ୍ରଭୁଙ୍କର ଏ କଥାର ପ୍ରମାଣ ମିଳିଛି ସେଇଥି ପାଇଁ ତ କୁହାଯାଏ ଭକ୍ତ ବସ୍ଵଲ ଠାକୁର ଭାବ ଭକ୍ତି ଓ ବିଶ୍ୱାସ ନଥିଲେ ସେ ଦର୍ଶନ ଦିଅନ୍ତି ନାହିଁ । ତେବେ ଭକ୍ତ ବିଦୁର ଶାଗ ପଖାଳରେ ସେହି ଜଗତର ନାଥ ଜଗନ୍ନାଥଙ୍କୁ ଦେଖିଥିଲା ଆଉ ତାଙ୍କ ଉପରେ ହସିଥିଲେ ଅନେକ । ବିଶ୍ୱାସରେ ଅଛନ୍ତି ଈଶ୍ୱର ତର୍କ ବୋହୁତ ଦୂର, ଭକ୍ତି ଆଉ ଭକ୍ତକୁ କେବେ ତର୍କରେ ପାରି ହେବ ନାହିଁ ।

ଯଦି ପରାଜିତ ହେବ ତାହା ତର୍କ ହିଁ ହେବ । ତର୍କ କହେ ଈଶ୍ୱର ନାହାଁନ୍ତି କିନ୍ତୁ ଭକ୍ତି କହେ ସେହି ତର୍କରେ ହିଁ ଈଶ୍ୱର ଅଛନ୍ତି ନହେଲେ ତର୍କ ମନୁଷ୍ୟ କରୁଛି କେମିତି । ତେବେ ଈଶ୍ୱର ଅଛନ୍ତି ପୁଣି ଈଶ୍ୱର ନାହାଁନ୍ତି ଖାଦ୍ୟର ସେହି କୋଣ କୋଣରେ ଈଶ୍ୱର ଅଛନ୍ତି ସେଇଥି ପାଇଁ କୁହାଯାଏ ଅନ୍ନବ୍ରହ୍ମ ସେହି ଖାଦ୍ୟରେ ଆଜି ଈଶ୍ୱର ନିଜର ପ୍ରତିଛବିରେ ଦର୍ଶନ ଦେଇଛନ୍ତି ତାଙ୍କ ଭକ୍ତଙ୍କୁ, ଅନେକ ହେତୁବାଦୀ ଏହାକୁ ଅନ୍ଧ ବିଶ୍ବାସ କହୁଥିବା ବେଳେ ଭକ୍ତ କିନ୍ତୁ ଦେଖୁଛି ଆରାଧ୍ୟ ଜଗନ୍ନାଥଙ୍କୁ ।

ତେବେ ସେ ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ନନ୍ଦିଘୋଷ ଭକ୍ତର ବାଲି ରଥରେ ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ତେବେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ତେବେ ଏକ କଇଁଛ ପିଠିରେ ସ୍ଵୟଂ ମହାପ୍ରଭୁଙ୍କ ପ୍ରତିଛବି ଦେଖିବାକୁ ମିଳିଛି ତେବେ ଯାହାକୁ ଦେଖିବା ପାଇଁ ଭକ୍ତ ମାନଙ୍କର ଭିଡ ଜମାରୁ କମୁ ନାହିଁ ।

ତେବେ ଏହା ଏକ ନିଶ୍ଚିତ ଭାବରେ ଅଦ୍ଭୁତ କଥା । ତେବେ ଏହି ଘଟଣା ଟି ହେଉଛି ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାଦୂର ପୁର ଗ୍ରାମରେ ଦେଖିବାକୁ ମିଳୁଛି । ତେବେ ସେଠାକାର ଜଣେ ବ୍ୟକ୍ତି ନଦୀକୁ ମାଛ ଧରିବାକୁ ଯାଇଥିଲେ ଏବଂ ସେହି ଠାରେ ହିଁ ସେ ଏହି କଇଁଛ କୁ ଦେଖିଥିଲେ ଯାହାର ଅଦ୍ଭୁତ ରୂପ ଦେଖି ସେ ମଧ୍ୟ ବିମୋହିତ ହୋଇ ଯାଇଥିଲେ ଏବଂ ସେ ନିଜ ଘରକୁ ନେଇ ଆସିଥିଲେ ।

ତେବେ ଏହା ପରେ ଭକ୍ତ ମାନଙ୍କ ର ଭିଡ଼ ନକହିଲେ ସରେ । ତେବେ ସେଠାକାର ଜଣେ ମହିଳା କହିଲେ କି ମୁଁ ପୁରୀ ଦର୍ଶନ କରିବା ପାଇଁ ଯାଇ ପାରୁ ନାହିଁ କିନ୍ତୁ କାଳିଆ ସାଆନ୍ତ ମୋତେ ଏହିଠାରେ ହିଁ ଦର୍ଶନ ଦେଇଦେଲେ ଯାହା ଦେଖି ମୁଁ ଧନ୍ୟ ହୋଇଗଲି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *