ଘରେ 3 ବର୍ଷର କୁନିପୁଅ, ସାବିତ୍ରୀ ବ୍ରତ କଥା କହି ବଜାରରୁ ଫେରାର ହେଲା ବୋହୁ, ଥାନାରେ ଅଭିଯୋଗ ପରେ ଦେଲା ଏମିତି ସଫେଇ ଶୁଣି ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video 

ସାବିତ୍ରୀ ବ୍ରତ ପାଇଁ ମାର୍କେଟିଙ୍ଗ କରିବାକୁ ଯିବି କହି ବଜାରକୁ ଗଲେ ଆଉ ବୋହୁ ସେଇଠୁ ସିଆଡେ ଫେରାର ହେଇଗଲେ । ଘରେ ଅଛି ତିନି ବର୍ଷର ପୁଅ ଆଉ ସ୍ଵାମୀ ବାହାରେ ରହି କାମ କରୁଛନ୍ତି । ଗତ କାଲି ଥିଲା ସାବିତ୍ରୀ ବ୍ରତ ଆଉ ସ୍ଵାମୀ ଅଛନ୍ତି କେରଳରେ । ଘରେ ଅଛି ତିନି ବର୍ଷର ପୁଅ ହେଲେ ଗତ ଶନିବାର ପରଠାରୁ ବୋହୁ ପୂଜା ସାମଗ୍ରୀ କିଣିବ କହି ବଜାରରୁ ଫେରାର ହୋଇଯାଇଛନ୍ତି ।

ବୋହୁ ଗାଧୋଇଲେ, ରୋଷେଇ ବି କଲେ ଆଉ ଶାଶୁକୁ କହିଲେ, ସାବିତ୍ରୀ ବ୍ରତ ପାଇଁ ମୁଁ ଟିକେ ମାରକେଟ ଯିବି ପୂଜା ପାଇଁ କିଛି ସାମଗ୍ରୀ ଆଣିବି । ଆଉ ତା ପରେ ମାରକେଟରୁ କୁଆଡେ ଫେରାର ହେଇଗଲେ । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶାଶୁ । ଶାଶୁ ପୋଲିସ ଷ୍ଟେସନ ଆସି ଏଫଆଇଆର ଦେଇଛନ୍ତି । ଯାହାକୁ ବଙ୍ଗଳା ଥାନାରେ ଅଭିଯୋଗ କରିଛନ୍ତି ଶାଶୁ ଘର ଲୋକେ ।

ତେବେ ଶାଶୁ ଘର ଲୋକ ଅଭିଯୋଗ ଦେବା ପରେ ବୋହୁ ଫେରିଛନ୍ତି ଥାନାକୁ ସଫେଇ ଦେବା ପାଇଁ । ସଫେଇରେ ସେ କହିଛନ୍ତି, ମୋ ନିଜ ଇଛାରେ ମୁଁ ଯାଇଛି ହେଲେ କୁଆଡେ ଯାଇଛନ୍ତି ଆଉ କାହା ସହ ଯାଇଛନ୍ତି ଶାଶୁ ବି କିଛି ଧରି ପାରୁ ନାହାନ୍ତି । ତେବେ ମହିଳା ଏହି ସାବିତ୍ରୀ ବ୍ରତରେ କାହିଁକି ଏମିତି ନିଷ୍ପତ୍ତି ନେଇଛନ୍ତି ଆଉ କେଉଁ କାରଣ ପାଇଁ ସେ ଫେରିବାକୁ ନାଁ ନେଉ ନାହାନ୍ତି ।

ତେବେ ଏନେଇ ବଙ୍ଗଳା ଥାନା ଅନ୍ତର୍ଗତ ବ୍ରାହ୍ମଣ ଖଣ୍ଡି ଗ୍ରାମର ଶଶୁର ପ୍ରଭାକର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଉ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ ଶନିବାର ସକାଳ ୧୧ଟାରେ ପ୍ରଭାକରଙ୍କ ସାନ ବୋହୁ ଯମୁନା ବେହେରା ଘରେ ନିଜର ତିନି ବର୍ଷର ଶିଶୁ ପୁତ୍ରକୁ ଛାଡି ଅନ୍ୟ ଜାଙ୍କ ସହ ମାରକେଟକୁ କିଣା କିଣି କରିବାକୁ ଯାଇଥିଲେ ।

ଜା କିଣା କିଣି କରିବା ବେଳେ ଯମୁନା ମୋବାଇଲ ମରାମତି ଦୋକାନକୁ ଯାଇଥିଲେ । ଦୋକାନରୁ କିଣା କିଣି କରି ଜା ଅଟୋ ନିକଟକୁ ଆସିଥିଲେ । ହେଲେ ଯମୁନା ଆଉ ଫେରି ନଥିଲେ । ଘର ଲୋକଙ୍କୁ ଖବର ଦେବା ପରେ ଘର ଲୋକ ଆସି ଯମୁନାଙ୍କୁ ଖୋଜି ଥିଲେ ହେଲେ ଯମୁନାଙ୍କ ପତ୍ତା ମିଳି ନଥିଲା । ଏହା ପରେ ଶାଶୁ ଶଶୁର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଦେବା ପରେ ବଙ୍ଗଳା ପୋଲିସ ତଦନ୍ତ ଆରମ୍ଭ କରିଥିଲା ସେପଟେ ଫେରାର ହୋଇଥିବା ବୋହୁ ନିଜ ଇଛାରେ ଫେରାର ହୋଇଥିବା କଥା କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *