ଦିଲ୍ଲୀରେ କାଳ ବୈଶାଖୀର ତାଣ୍ଡବ ! ଭୟଙ୍କର ପବନ ସାଙ୍ଗକୁ ବର୍ଷା, ଭାଙ୍ଗିଲା ଲକ୍ଷ-ଲକ୍ଷ ଗଛ, ଉଡିଲା ହୋର୍ଡିଙ୍ଗ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ହଠାତ୍‌ ବଦଳିଗଲା ପାଗ । ପ୍ରବଳ ପବନ ଓ ଝଡ ବର୍ଷାରେ ଦୋହଲିଗଲା ଦିଲ୍ଲୀ । ରାଜଧାନୀ ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଫଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି ।

ଅତ୍ୟଧିକ ବେଗରେ ପବନ ବହିବା ଫଲରେ ଦିଲ୍ଲୀର ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି । ଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି । ଏପରିକି କିଛି ଗାଡି ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ସେପଟେ ପ୍ରବଳ ବର୍ଷା ଓ ପବନ ଯୋଗୁ ଦୁଇ ଜଣ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଛି । ଓସ୍ତ ଗଛ ପଡି ଜଣେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଘର ବାଲକୋନିର କିଛି ଅଂଶ ଭାଙ୍ଗି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେହିପରି ପ୍ରହ୍ଲାଦପୁରୀ ଅଣ୍ଡରପାସରେ ବର୍ଷା ଯୋଗୁ ପ୍ରବଳ ପାଣି ଭର୍ତ୍ତି ହୋଇ ଯାଇଥିଲା । ଫଳରେ ଏହି ବର୍ଷା ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ଝଡ଼ ଯୋଗୁଁ ଐତିହାସିକ ଜାମା ମସଜିଦ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ମସଜିଦର ଗୁବନ୍ଦ କ୍ଷତିଗ୍ରସ୍ତ ହୋଇଛି । ଜାମା ମସଜିଦର ଏକ ଗୁବନ୍ଦ ୩ଭାଗରେ ଭାଙ୍ଗି ଯାଇଛି । ଭାଙ୍ଗି ଯାଇଥିବା ଗୁବନ୍ଦ ଖସି ପଡ଼ିବାର ଦୁଇରୁ ୩ ଜଣ ଲୋକ ଆହତ ହୋଇଛନ୍ତି ।

ଦିଲ୍ଲୀର ଜାମା ମସ୍‌ଜିଦର ଶାହୀ ଇମାମ ସୟଦ ଅହମଦ ବୁଖାରୀ କହିଛନ୍ତି ଯେ, ତିନି ଖଣ୍ଡ ହୋଇଥିବା ଗୁବନ୍ଦର ୨ ଭାଗ ଖସିପଡ଼ିଛି । ଆଉ ଗୋଟିଏ ଭାଗ ଅସୁରକ୍ଷିତ ହୋଇଛି, ଯାହାକି ଯେକୌଣସି ସମୟରେ ଖସିଯାଇପାରେ । ଗୁବନ୍ଦ ଖସିପଡ଼ିବାରୁ ୩ ଜଣ ଲୋକ ଆହତ ହୋଇଛନ୍ତି । ଏନେଇ ଏଏସ୍‌ଆଇ ଡିଜିଙ୍କୁ ପତ୍ର ଲେଖାଯିବ ।

ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ଏନସିଆର ବ୍ୟତୀତ ରୋହତକ, ଭିବାନୀ, ଚରଖୀ, ଦାଦର. ମଟନହେଲ, ଝଜର ସମେତ ଫରୁଖନଗର, କେସଲୀ, ସୋହାନା, ରେବାଡି, ପଲବଲ, ବାବଲ ଇତ୍ୟାଦି ସ୍ଥାନରେ ପ୍ରବଳ ବର୍ଷା ସହ ଝଡ ତୋଫାନ ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି । ମୌସୁମୀର ପରିବର୍ତ୍ତନ ଫଳରେ ଭୀଷଣ ଗରମରେ ହଇରାଣ ହେଉଥିବା ଲୋକମାନଙ୍କୁ ସାମାନ୍ୟ ମୁକ୍ତି ମିଳିଛି । ବର୍ଷା ସହିତ ୫୦କି.ମି ପ୍ରତି ଘଣ୍ଟାରେ ପବନ ହେବାରୁ ଅନେକ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖାଯାଇଛି ।


ତେବେ ଜୋରଦାର ବର୍ଷା ପାଇଁ ରାସ୍ତାରେ ପାଣି ଜମୁଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ କୁଆପଥର ବୃଷ୍ଟି ସାଙ୍ଗକୁ ଝଡ ତୋଫାନ ଯାତାୟତରେ ବାଧା ସୃଷ୍ଟି କରିଛି । ସେପଟେ ଖରାପ ପାଣିପାଗ ଯୋଗୁଁ ଅନେକ ଫ୍ଲାଇଟ ଉଡାଣ ପାଇଁ ଅପେକ୍ଷା କରି ରହିଛନ୍ତି । ଏହାଦ୍ୱାରା ବିମାନ ଉଡାଣରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published.