ଭୁଲରେ ବି ସାବିତ୍ରୀ ଅମାବାସ୍ୟା ଦିନ ଏହି ୫ ଟି କାମ କରିବେ ନାହିଁ, କମିଯାଏ ସ୍ଵାମୀଙ୍କର ଆୟୁଷ

ମେ ୨୨ ତାରିଖରେ ପଡୁଛି ମହା ସାବିତ୍ରୀ ଅମାବାସ୍ୟା । ଏମିତିରେ ସାବିତ୍ରୀ ଅମାବାସ୍ୟା ଦିନ ବିବାହିତ ମହିଳାମାନେ ନିଶ୍ଚିତ ଜାଣି ରଖିବା ଉଚିତ କି ଯଦି ଆପଣ ଏହି ୬ ଟି ଭୁଲ କରୁଛନ୍ତି ତେବେ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମିପାରେ । ସେଥିପାଇଁ କେବେ ବି ଏହି ଭୁଲ ଗୁଡିକ କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏହି ଭୁଲ ଗୁଡିକ କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମ ହୋଇ ଯାଇ ପାରେ । ତେବେ ଚାଲନ୍ତୁ ଜାଣିବା ସେହି ୬ଟି ଭୁଲ ବିଷୟରେ ।

ଓଡିଆ ଘରର ବିବାହିତ ମହିଳାମାନଙ୍କ ଏକ ମୁଖ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ । ଓଡିଶାର ସମସ୍ତ ବିବାହିତ ମହିଳାମାନେ ଏହି ସାବିତ୍ରୀ ବ୍ରତକୁ କରିଥାନ୍ତି । ଏହି ବ୍ରତରେ ଓଡିଆ ଘରର ସଧବା ନାରୀମାନେ ସେମାନଙ୍କ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ଅମାବାସ୍ୟା ଦିନ ବ୍ରତ ରଖିଥାନ୍ତି । ସମସ୍ତ ମହିଳାମାନଙ୍କ ଏହା ଇଚ୍ଛା ଥାଏ କି ସେମାନେ ସାବିତ୍ରୀଙ୍କ ଭଳି ସଦା ସର୍ବଦା ସଧବା ହୋଇ ରହିବେ ।

ସେଥିପାଇଁ ସଧବା ନାରୀମାନେ ଏହି ବ୍ରତକୁ ବହୁତ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଯଦି ଆପଣ ଏହି ୬ଟି ଭୁଲ କରୁଛନ୍ତି ତେବେ ଆପଣଙ୍କ ସ୍ଵାମୀ ଦୀର୍ଘାୟୁ ବଦଳରେ ଆୟୁ କମ ହୋଇଯାଏ । ଆପଣ ଯଦି ସାବିତ୍ରୀ ବ୍ରତ ଦିନ କିମ୍ବା ସାବିତ୍ରୀ ଅମାବାସ୍ୟା ଦିନ ଏହି ସବୁ କାମ କରୁଛନ୍ତି ତ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମିଯିବ । ସାବିତ୍ରୀ ବ୍ରତ ସମୟରେ ମହିଳାମାନଙ୍କୁ ଏହି ୬ ଟି କାମ କରିବା ଅନୁଚିତ ।

·    ସାବିତ୍ରୀ ଅମାବାସ୍ୟା ଦିନ ସ୍ନାନ କରିବା ପରେ ନୂତନ ଲୁଗା ପିନ୍ଧି ପୂଜା କରିବା ଉଚିତ । ସାବିତ୍ରୀ ଅମାବାସ୍ୟା ଦିନ କଳା ରଙ୍ଗର ପୋଷାକ ପିନ୍ଧି କେବେ ବି ପୂଜା କରନ୍ତୁ ନାହିଁ । କହିବାକୁ ଗଲେ ନାଲି ରଙ୍ଗ ମା ସାବିତ୍ରୀଙ୍କ ଅତି ପ୍ରିୟ ଅଟେ । ସେଥିପାଇଁ ଆପଣ ନାଲି ରଙ୍ଗର ଶାଢୀ ପିନ୍ଧି ପୂଜା କରି ପାରିବେ ।

·    ଯଦି ଆପଣଙ୍କ ବଂଶରେ କୌଣସି ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ତେବେ ସେହି ଘରର ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ରଖନ୍ତୁ ନାହିଁ କିମ୍ବା ମନ୍ଦିର ଯାଆନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ପରିବାରରେ ଯଦି କାହାର ମୃତ୍ୟୁ ହୋଇଛି କିମ୍ବା ଛୋଟ ଶିଶୁର ଜନ୍ମ ହୋଇଛି ତେବେ ସେହି ସମୟରେ ପୂଜା ପାଠ କରନ୍ତୁ ନାହିଁ ।

·    ସାବିତ୍ରୀ ଅମାବାସ୍ୟା ଦିନ ମହିଳାମାନେ ଉପବାସ କରିଥାନ୍ତି । କିନ୍ତୁ ପୂଜା ସାରିବା ପରେ କିଛି ନା କିଛି କାମ କରିଥାନ୍ତି । କିନ୍ତୁ ମହିଳାମାନଙ୍କୁ କିଛି କାମରୁ ନିବୃତ ରହିବା ଉଚିତ । ସିଲେଇ କରିବା ମାଟି ଖୋଳିବା କୌଣସି ସାମଗ୍ରୀ କାଟିବା କିମ୍ବା ପନିପରିବା ଇତ୍ୟାଦି କାଟିବା ବାରଣ ଅଟେ । ତେଣୁ ଏହି କାମ ଆପଣ ସାବିତ୍ରୀ ଅମାବାସ୍ୟା ଦିନ ଭୁଲରେ ବି କରନ୍ତୁ ନାହିଁ ।

·    ସାବିତ୍ରୀ ବ୍ରତ କରିଥିବା ମହିଳାମାନେ ସେହି ଦିନ ଶାରୀରିକ ସମ୍ପର୍କ କରନ୍ତୁ ନାହିଁ । ନଚେତ ବହୁତ ଅସୁବିଧା ହୋଇଥାଏ । ସାବିତ୍ରୀ ଅମାବସ୍ୟା ଦିନ ରାତିରେ ବାହାରେ କପଡା ବି ଶୁଖାନ୍ତୁ ନାହିଁ । ଯାହା ଦ୍ଵାରା ଖରାପ ଶକ୍ତିର ପ୍ରଭାବ ପଡିଥାଏ । ତେଣୁ ଭୁଲରେ ବି ସାବିତ୍ରୀ ଅମାବସ୍ୟା ରାତିରେ ବାହାରେ କପଡା ଶୁଖାନ୍ତୁ ନାହିଁ । ନଚେତ ଆପଣଙ୍କ ଆୟୁଷ ଓ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମ ହୋଇପାରେ । ତେଣୁ ଏହି ୫ ଟି କାମକୁ ଆପଣ ସର୍ବଦା ସାବିତ୍ରୀ ଅମାବାସ୍ୟା ଦିନ କେବେ ବି କରନ୍ତୁ ନାହିଁ ।

ଯଦି ଆପଣମାନଙ୍କୁ ଆମର ଏହି ଲଖାଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରି ଦିଅନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *