ଆପଣଙ୍କ ହୋସ ଉଡେଇଦେବ ସାଉଦି କିଙ୍ଗଙ୍କ Luxurious ଲାଇଫ ଷ୍ଟାଇଲ…

ବନ୍ଧୁଗଣ, ସାଉଦି ରାଜା ସଲମାନ ଙ୍କ ଦିନ କିଭଳି ଆରମ୍ଭ ହୁଏ ଆଜି ଆମ୍ଭେ ତାହା ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସାଉଦି ରାଜା ସଲମାନ ଯେଉଁ ଜାଗାକୁ ବୁଲିବାକୁ ଜାଆନ୍ତି ତାଙ୍କ ସହ ରୁହନ୍ତି ୮ ଶହ ଚାକର । ଏମାନଙ୍କ ମଧ୍ୟରୁ ୧୫୦ ଜଣ ତାଙ୍କ ପ୍ରାଇଭେଟ ରୋଷେୟା ଅଟନ୍ତି । ଦେଶର ମୁଖିଆ ଙ୍କୁ ଏହିଭଳି ପ୍ରୋଟକଲରେ ନିଆଯାଇଥାଏ ।

ସାଉଦି କିଂଙ୍ଗ ମଧ୍ୟ ଏହି ପ୍ରୋଟକଲରେ ଯାତ୍ରା କରିଥାନ୍ତି । ରାଜା ସଲମାନ ୧ ଲକ୍ଷ ୫ ହଜାର ଆରବ ସମ୍ପତ୍ତି ର ମାଲିକ ଅଟନ୍ତି । ଏଥିରୁ ଆପଣ ଚିନ୍ତା କରି ପାରିବେ ଯେ ସକାଳ କିଭଳି ହେଉଥିବ ରାଜାଙ୍କର ? ରାଜା ଯେଉଁଠାକୁ ଜାଆନ୍ତି ବିଶ୍ଵ କୁ ଖବର ହୋଇଯାଏ ଯେ ରାଜା ଆସୁଛନ୍ତି । ସାମାନ୍ୟ ଅସୁବିଧା ଯେମିତି ନ ହେଉ ଏଥି ନିମନ୍ତେ ଖୁବ ଧ୍ୟାନ ରଖାଯାଏ ।

ତାଙ୍କ ପୁଅ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏବଂ ଅନ୍ୟ ପରିବାର ସଦସ୍ୟ ଙ୍କୁ ପାଖରେ ନିଜ ନିଜର ଅଲଗା ଉଡାଜାହାଜ ଏବଂ ଏବଂ ଅନ୍ୟ କାର ରହିଛି । ରାଜା ଙ୍କ ପାଇଁ ସଂପୂର୍ଣ୍ଣ ଜାହାଜ କୁ ମହଲ ଭଳି ସଜାଇ ଦିଆଯାଇଥାଏ । ଏଥିରେ ବେଡରୁମ, ଡାଇନିଙ୍ଗ ହଲ, ସିଟିଙ୍ଗ ଏରିଆ, କିଚେନ ତଥା ସବୁର ସୁବିଧା ଅଛି ।

ରାଜାଙ୍କୁ ଯାତ୍ରା ସମୟରେ ଆଦୌ ଅନୁଭବ ହୁଏ ନାହିଁ ଯେ ସେ ଉଡାଜାହାଜରେ ଯାତ୍ରା କରୁଛନ୍ତି । ତାଙ୍କର ସବୁ ପ୍ଳେନ ଗୋଟିଏ ଗୋଟିଏ ମହଲ ଭଳି । ତାଙ୍କ ସହିତ ୫୦୬ ଟନ ର ଲଗେଜ ମଧ୍ୟ ନିଆଯାଇଥାଏ । ଏଥିରେ ତାଙ୍କର ଦୁଇଟି କାର ଏବଂ ଦୁଇଟି ସୁନାର ଏସ୍କଲେକ୍ଟର ରହିଥାଏ । ଏହି ଲଗେଜ ସବୁ ତାଙ୍କ ସହିତ ତାଙ୍କ ପ୍ଳେନ ରେ ଯାଏନାହିଁ ବରଂ ଅଲଗା ଅଲଗା ପ୍ଳେନ ରେ ଯାଇଥାଏ ।

୨୦୧୮ ମସିହାରେ ତାଙ୍କର ଇଣ୍ଡୋନେସିୟା ଯାତ୍ରା ତାଙ୍କର ଇତିହାସ ସୃଷ୍ଟି କରିଥିଲା । ଟୋକୀୟ ହୋଟେଲରେ ରାଜା ଙ୍କ ପାଇଁ କେବଳ ୧୨୦୦ ଲଗ୍ଜରୀ ରୁମ ସଜାଯାଇଥିଲା । ଅନ୍ୟ ମାନଙ୍କ ପାଇଁ ଅଲଗା ଅଲଗା ବଡ ବଡ ହୋଟେଲ ବୁକ କରାଯାଇଥିଲା । ଫ୍ରାନ୍ସ ଯାତ୍ରା ସମୟରେ ମଧ୍ୟ ଠିକ ଏଭଳି କିଛି ଦେଖିବାକୁ ମିଳିଥିଲା । ମାତ୍ର ୩ ଦିନ ପାଇଁ ସେ ଖର୍ଚ୍ଚ କରିଦେଇଥିଲେ ୨୨୨ କୋଟି ଟଙ୍କା । କିଂଙ୍ଗ ସଲମାନ ଯେଉଁଠିକୁ ଜାଆନ୍ତି ନିଜ ସହିତ ମହଲ ଟେକି ନିଅନ୍ତି । ବର୍ତ୍ତମାନ ତାଙ୍କ ରାସ୍ତା ରେ ଚାଲୁଛନ୍ତି ତାଙ୍କ ପୁଅ ମହମ୍ମଦ ବିଲ ସଲମାନ ।

ସେ ଗୋଟିଏ ଯାତ୍ରା ରେ ୨୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଏବଂ ନିଜ ଅର୍ଥ ର ଦାମ ଦେଖାଉଛନ୍ତି । ତେବେ ୨୦୧୫ ମସିହାରେ କିଙ୍ଗ ସଲମାନ ଫ୍ରାନ୍ସ ଯାଇଥିଲେ ଏବଂ ସେଠାରେ ୧ ଲକ୍ଷ ଲୋକ ତାଙ୍କ ବିପକ୍ଷରେ ରାସ୍ତା କୁ ଓହ୍ଲାଇଥିଲେ । କାରଣ ସେ ଯେଉଁ ସମୁଦ୍ର ତଟକୁ ପ୍ରାଇଭେଟ କରି ନେଇଥିଲେ ସେଠାକୁ ଲୋକଙ୍କର ଯିବା ଆସିବା ସଂପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *