୭୦ ବର୍ଷର ଚାଷୀ କଲେ ଏମିତି କାମ, ଜାଣିଲେ ଆପଣ ବି କରିବେ ତାଙ୍କର ପ୍ରଶଂସା

ଆଜି ଆମେ ଆପଣଙ୍କୁ ଏକ ଏମିତି ବାହାଦୁର ଓ ସାହସୀ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯାହାଙ୍କ ସାହସର କାହାଣୀ ଜାଣିଲେ ଆପଣ ବି ତାଙ୍କୁ ନମସ୍କାର କରିବେ । କହିବାକୁ ଗଲେ ଓଡିଶାର ଏକ ଚାଷୀ ନିଜର କଠିନ ପରିଶ୍ରମ ଦ୍ଵାରା ଗ୍ରାମରେ ରହୁଥିବା ଶହ ଶହ ଲୋକମାନଙ୍କ କଷ୍ଟକୁ ସବୁଦିନ ପାଇଁ ଦୂର କରି ଦେଇଛନ୍ତି । ୭୦ ବର୍ଷର ଦୈତ୍ରୀ ନାୟକ ତିନି ବର୍ଷର କଠିନ ପରିଶ୍ରମ ଦ୍ଵାରା ଗ୍ରାମ ପାଇଁ ଏକ କିଲୋମିଟର ର ଲମ୍ବା କେନାଲ ଖୋଳି ଦେଇଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେଉଁ ଜାଗାରେ ଦୈତ୍ରୀ ନାୟକ ଏହି କେନାଲ ଖୋଳିଛନ୍ତି ସେହି ସ୍ଥାନଟି ବହୁତ ହିଁ ପଥର ଭରା ଅଟେ । ଏଠିକାର ଗ୍ରାମବାସୀମାନେ ବହୁତ ବର୍ଷ ହେବ ପାଣିର ଅସୁବିଧାରେ ଥିଲେ । ଦୈତ୍ରୀ ନାୟକଙ୍କ ଏହି କାରନାମା ପରେ ପାଣିର ଅସୁବିଧାରେ ଥିବା ଗ୍ରାମବାସୀମାନଙ୍କୁ ବର୍ତ୍ତମାନ ସବୁଦିନର କାମ ଓ ଚାଷ ପାଇଁ ବହୁତ ମାତ୍ରାରେ ପାଣି ମିଳି ପାରିବ ।

ଆପଣଙ୍କୁ କହିଦେଉଛୁ କି ଏହି ମାମଲା ଓଡିଶାର କେନ୍ଦୁଝର ଜିଲ୍ଲାର ଅଟେ । ଏଠିକାର ବାଂସପାଲ, ତେଲକୋଈ ଓ ହରିଚଂଦପୁର ବ୍ଲକରେ ସିଞ୍ଚାଇର କୌଣସି ବି ସୁବିଧା ନ ଥିଲା । ଏଠିକାର ଲୋକମାନେ ପ୍ରଥମେ ଚାଷ ପାଇଁ ବର୍ଷା ପାଣି ଉପରେ ନିର୍ଭର ରହୁଥିଲେ ଓ ସବୁଦିନର କାମ ପାଇଁ ବି ଏଠିକାର ଲୋକମାନେ ପୋଖରୀର ଖରାପ ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ଥିଲେ ।

ପ୍ରଶାସନ ତରଫରୁ ବି ଏହି ଅଞ୍ଚଳରେ ପାଣିର କୌଣସି ପ୍ରକାରର ସୁବିଧା ବି କରାଯାଇ ନ ଥିଲା । ଏହା ପରେ ଦିନେ ନିଜ ଅଞ୍ଚଳର ଏହି ଅବସ୍ଥା ଦେଖି ବୈତରଣୀ ଗ୍ରାମରେ ରହୁଥିବା ଦୈତ୍ରୀ ନାୟକ ଏହି ଅଞ୍ଚଳରେ ପାଣିର ସୁବିଧା କରିବାକୁ ନିଜର ଲକ୍ଷ କରିନେଲେ । ଦୈତ୍ରୀ ନାୟକ ନିଜର ଏହି ସାହସୀ ଭରା କାମ ବିଷୟରେ କୁହନ୍ତି କି, ‘ମୁଁ ଏହି କାମ ନିଜର ପରିବାର ସହିତ ମିଶି ଆରମ୍ଭ କରିଥିଲି ।

ପାଣି ପାଇଁ ମୁଁ ଲଗାତାର ତିନି ବର୍ଷ ପର୍ଯ୍ୟନ୍ତ ଗୋଟିଏ ପାହାଡକୁ ଭାଙ୍ଗିଛି । ପଥର ହଟାଇବା ପାଇଁ ପରିବାର ଲୋକମାନେ ସାହାର୍ଯ୍ୟ ବି କରିଛନ୍ତି । କେନାଲ ଖୋଳିବା ପରେ ହିଁ ଗତ ମାସରେ ଗ୍ରାମକୁ ପାଣି ଆସି ଯାଇଛି । କହିବାକୁ ଗଲେ ଏହିଭଳି ଲୋକମାନଙ୍କ କାମକୁ ଦେଖି ସମସ୍ତଙ୍କୁ ପ୍ରେରଣା ମିଳିବ ।

Leave a Reply

Your email address will not be published. Required fields are marked *