ରାଶିଫଳ 25 ମାର୍ଚ୍ଚ 2020, ଆଜିର ଦିନ ଏହି ୪ଟି ରାଶିପାଇଁ ବହୁତ ଶୁଭ ରହିବ

ଆଜି ବୁଧବାର ୨୪ ମାର୍ଚ୍ଚ ଆପଣଙ୍କ ଦିନ କେମିତି ରହିବ ? ଆଜିର ଦିନରେ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିବ ? ଆପଣମାନଙ୍କ ଏହି ସମସ୍ତ ପ୍ରଶ୍ନର ଜବାବ ଆପଣଙ୍କୁ ଆଜିର ଏହି ରାଶିଫଳରେ ମିଳିଯିବ, ତେବେ ଜାଣିବା ପାଇଁ ପଢନ୍ତୁ ଆଜିର ଏହି ରାଶିଫଳ ।

ମେଷ

ଆଜି ଆପଣ ନିଜ କାର୍ଯ୍ୟକୁ ପୁରା ମନ ଲଗାଇ କରିବେ । ଯାହା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । କାର୍ଯ୍ୟସ୍ଥଳ ଉପରେ ବାତାବରଣ ଭଲ ରହିବ । କୌଣସି ନୂଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଅଟକିଥିବା ଧନ ମିଳିପାରେ । ଆପଣଙ୍କ ପ୍ରତିସ୍ପର୍ଧୀ ସ୍ୱଭାବ ଆପଣଙ୍କୁ ବିଜୟ କରିବାରେ ସହଯୋଗ କରିବ । ଆପଣଙ୍କ ଅଧୁରା କାର୍ଯ୍ୟ ପୁରା ହେବ । ବ୍ୟବସାୟିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ମିଳିବ ।

ବୃଷ

ଆଜି ଆପଣ ଯେଉଁ କାର୍ଯ୍ୟକୁ ହାତରେ ନେବେ, ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ଓ ଧନ ବି ପ୍ରାପ୍ତି ହେବ । ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ବ୍ୟାପାର କରିବା ପାଇଁ ଆଜିର ସମୟ ଭଲ ଅଟେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କାମର ବୋଝ ଦ୍ଵାରା ଆପଣ ଚିନ୍ତିତ ରହିବେ । ସମ୍ପତ୍ତିର ସମସ୍ୟାର ସମଧାନ ହେବ । ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅନୁକୂଳ ଅଛି ।

ମିଥୁନ

ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ପରିବାରର ସହଯୋଗ ମିଳିବ । ଗାଡି ଓ ଅଗ୍ନିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । ଆଜି ଆପଣ ମାନସିକ ଶାନ୍ତି ପାଇଁ ଦାନ ପୂଣ୍ୟର କାମ କରନ୍ତୁ । ଛାତ୍ର ମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ଯଦି ଆପଣ ପ୍ରଭାବଶାଳି ଲୋକମାନଙ୍କ ସମ୍ପର୍କରେ ଆସିବେ, ତେବେ ଆପଣ ଉନ୍ନତି କରି ପାରିବେ ।

କର୍କଟ

ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ କାରଣ ଏମିତି ଲାଗୁଛି କି ସମସ୍ତ ଜିନିଷ ଆପଣଙ୍କ ପକ୍ଷରେ ଯିବ । ଆପଣଙ୍କ ସମସ୍ତ କାମରେ ସଫଳତା ହାସଲ ହେବ । ରୋଗରେ ପୀଡିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବିପରୀତ ସ୍ଥିତି ଉତ୍ପନ୍ନ ହେବା ଦ୍ଵାରା ମାନସିକ ଅଶାନ୍ତି ମିଳିବ । ଆପଣଙ୍କ ପରିବାରରେ ସମସ୍ତ ସମସ୍ୟା ଶେଷ ହୋଇଯିବ । ସଞ୍ଚିତ ଧନରେ ଅସୁବିଧା ଆସିପାରେ ।

ସିଂହ

ଆଜି ଖର୍ଚ ଅଧିକ ହେବ । ମାନସିକ ଶାନ୍ତି ସହିତ ମିତ୍ରମାନଙ୍କ ସହଯୋଗ ମିଳିବ । ପାରିବାରିକ ସମସ୍ୟା ସମଧାନ ହେବ । ଘର ପରିବାରରେ ସମ୍ବନ୍ଧ ଭଲ ରହିବ । ଆପଣଙ୍କୁ ନିଜର ଦୈନିକ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ସନ୍ତାନକୁ କଷ୍ଟ ଦେବେ । ଘରର ଚିନ୍ତାକୁ ଭୁଲି ଜରୁରୀ କାମ ଉପରେ ଧ୍ୟାନ ଦିଅନ୍ତୁ । ପାରିବାରିକ ବ୍ୟାପାରରେ ଆପଣଙ୍କୁ ଧନଲାଭ ହେବ । ଅଚାନକ ଖର୍ଚର ବୋଝ ବଢିଯିବ ।

କନ୍ୟା

ଆଜି ସ୍ୱାସ୍ଥ୍ୟ ଦ୍ଵାରା ଜଡିତ ସମସ୍ୟା ଅସହଜର କାରଣ ହୋଇପାରେ । ସେଥିପାଇଁ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । କାର୍ଯ୍ୟସ୍ଥଳରେ ଚେଞ୍ଜେସ ସମ୍ଭବ ଅଟେ । ବ୍ୟବସାୟରେ ନୂଆ ଯୋଜନା ଲାଗୁ ହେବ । ସମସ୍ତ କାମ ଠିକ ହୋଇଯିବ । ନୂଆ କାର୍ଯ୍ୟ ହାତରେ ଲାଗିବ ତେବେ ସେଥିରେ ସଫଳତା ମିଳିବ । ଆପଣଙ୍କ କ୍ୟାରିୟରରେ କିଛି ନୂଆ କରିବାକୁ ଚାନ୍ସ ମିଳିବ । କାହା ସହିତ ବାଦ ବିବାଦ କରନ୍ତୁ ନାହିଁ ।

ତୁଳା

ଆଜି ପାରିବାରିକ ସଦସ୍ୟଙ୍କ ସହିତ ବିବାଦ ସମ୍ଭାବନା ଅଟେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ମଧ୍ୟମ ଅଟେ । ଯଦି ଆପଣ ନିଜ ବିଜନେସ ଆରମ୍ଭ କରି ପାରନ୍ତି ତେବେ ମହାଲକ୍ଷ୍ମୀ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ କରିବେ । ଆପଣଙ୍କ ପ୍ରେମ ଆପଣଙ୍କୁ ମିଳିପାରେ । ନିଜର ପାରିବାରିକ ଦାୟିତ୍ଵକୁ ବହନ କରନ୍ତୁ । ଏକାଗ୍ରତାର ସହ କାର୍ଯ୍ୟ କରିଲେ ସଫଳତା ଅବଶ୍ୟ ମିଳିବ ।

ବିଚ୍ଛା

ଆଜି ଉଚ୍ଚ ପଦାଧୀକାରୀଙ୍କ ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢାଇବ । ଆଖପାଖର ଲୋକମାନଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନିଭୂତି ଦେବ । ଲକ୍ଷ୍ମୀଙ୍କ କୃପା ରହିବ । ଆପଣ ବୁଦ୍ଧିମାନର ସହ କାମ କରିବେ । ଶାରୀରିକ ତଥା ମାନସିକ ସୁସ୍ଥତା ଆପଣଙ୍କୁ ପ୍ରସନ୍ନ କରିବ । ଟ୍ୟାକ୍ସ ଓ ବୀମା ସହ ଜଡିତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟାପାର କ୍ଷେତ୍ରରେ ଆପଣ ପ୍ରଗତି କରିବେ ।

ଧନୁ

ଆଜି ଆପଣଙ୍କୁ ପାର୍ଟନରର ସହଯୋଗ ଓ ଟଙ୍କା ମିଳିବାର ଯୋଗ ଅଛି । ବ୍ୟାପାରରେ ନୂଆ ଯୋଜନା ହୋଇପାରେ । ସଫଳତାର ନୂତନ ମାର୍ଗ ପ୍ରାପ୍ତ ହେବ । ଯାହା ଉପରେ ଚାଲି ଆପଣ ସଫଳତାର ନୂତନ କୀର୍ତ୍ତିମାନ କରିବେ । ସାବଧାନ ରୁହନ୍ତୁ । କାରଣ ଆଜି ଆପଣଙ୍କ ସାମ୍ନାରେ କିଛି ଅସୁବିଧା ବି ଆସିପାରେ । ଆଜି ଅଳ୍ପ କଷ୍ଟଭରା ଦିନ ହୋଇପାରେ । ଆଜି ଆପଣ ପ୍ରେମରେ ପଡି ପାରନ୍ତି ।

ମକର

ଆଜି ଆପଣଙ୍କୁ ଚାକିରିରେ ବିଶେଷ ଅବସର ପ୍ରାପ୍ତ ହେବ । ସ୍ୟାଲେରୀ ବଢିବ । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଦେଖା ଯାଉଛି । ଜୀବନସାଥିଙ୍କ ଖୋଜୁଥିବା ଲୋକମାନଙ୍କ ସ୍ଵପ୍ନ ପୁରା ହେବ । ଆପଣ ବ୍ୟାପାରରେ ଉନ୍ନତି କରିବେ । କିନ୍ତୁ କୌଣସି ନୂଆ ସମସ୍ୟା ଆପଣଙ୍କ ସାମ୍ନାକୁ ଆସିପାରେ ।

କୁମ୍ଭ

ଆଜି ଆପଣଙ୍କ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଭଲ ଅବସର ମିଳିପାରେ । ଆଜି ଆପଣ ନୂଆ କାର୍ଯ୍ୟ ଓ ଆୟୋଜନ କରିବେ । ଚାକିରି କରୁଥିବା ଲୋକମାନେ ଉଚ୍ଚ ଅଧିକାରୀମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରେ ସଫଳ ହେବେ । ଆପଣ କୌଣସି ପୁରୁଣା ମିତ୍ରା ସହ ସାକ୍ଷାତ କରିବେ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନମାନଙ୍କ ରାୟ ନିଅନ୍ତୁ । ଆପଣ ବିଜନେସ ପାଇଁ ଦୂର ସ୍ଥାନକୁ ଯିବାକୁ ପଡିପାରେ ।

ମୀନ

ଧନ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ । ଦାମ୍ପତ୍ୟ ଜୀବନ ଆଜି ଏକ ନୂତନ ମୋଡ ନେବ ଓ ଆପଣଙ୍କୁ ନିଜର ଜୀବନସାଥିଙ୍କ ପ୍ରେମ ବିଷୟରେ ଜଣା ପଡିବ । ଆଜି ଆରମ୍ଭ କରିଥିବା କାର୍ଯ୍ୟ ପୂର୍ଣ ହେବ । ଚାକିରିରେ କିଛି ଚେଞ୍ଜେସ ଆସିପାରେ । ଯାତ୍ରା ଓ ଶିକ୍ଷା ସହ ଜଡିତ କାମ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଖର୍ଚ ଅପେକ୍ଷାରତ ଅଧିକ ହେବ । ବହୁତ ପରିଶ୍ରମ ପରେ ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *