୧୭ ବର୍ଷ ଏହି ଝିଅର ବାଳ ଅଟେ ଦୁନିଆରେ ସବୁଠୁ ଲମ୍ବା, ଗିନିଜ ବୁକ ଅଫ ରେକର୍ଡରେ ନାମ ଅଛି ସାମିଲ, ବାଳର ଲମ୍ବ କେତେ ଜାଣିଲେ ଆପଣଙ୍କ ହୋସ ଉଡିଯିବ …

ବାଳ ଗୋଟିଏ ଝିଅକୁ ସୁନ୍ଦର ଓ ଆକର୍ଷକ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଧିକାଂଶ ଝିଅମାନେ ଲମ୍ବା ବାଳ ରଖିବା ପାଇଁ ପସନ୍ଦ କରିଥାନ୍ତି । ଏମିତିକି ଝିଅମାନେ ଏକ ନିର୍ଦିଷ୍ଟ ଲମ୍ବା ପର୍ଯ୍ୟନ୍ତ କେଶକୁ ବଢାଇ ଥାନ୍ତି । କିନ୍ତୁ ଆଜି ଆମେ ଏକ ଏମିତି 17 ବର୍ଷର ଝିଅ ବିଷୟରେ କହିବାକୁ ଯାଉଛୁ କି ଯାହାର କେଶର ଲମ୍ବା ଓ ସୁନ୍ଦରତା କୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜୁରାଟ ର ମୋଡାସା ସହରର 17 ବର୍ଷର ନିଲାଁସୀ ପଟେଲ ଙ୍କ କେଶ ର ଲମ୍ବା 6 ଫୁଟ 3 ଇଞ୍ଚ ଅଟେ ।

ଏହି ଲମ୍ବା କେଶ ଯୋଗୁ ନିଲାଁସୀ ଗିନିଜ ବୁକ ଅଫ ରେକର୍ଡ ରେ ନିଜ ନାମ ସାମିଲ କରିଛନ୍ତି । ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ନଭେମ୍ବର 2018 ରେ ସେ ଗିନିଜ ରେକର୍ଡ ନିଜ ନାଁ ରେ କରିଥିଲେ । ସେହି ସମୟରେ ତାଙ୍କର କେଶ 5 ଫୁଟ 7 ଇଞ୍ଚ ଥିଲା। ସେହି ସମୟରେ ନିଲାଁସୀ ଆର୍ଜେଣ୍ଟିନାର ଗୋଟିଏ କିଶୋରୀ ର ସବୁଠୁ ଲମ୍ବା କେଶ ର ରେକର୍ଡ କୁ ଭାଙ୍ଗି ଥିଲେ ।

 

 

ଏହାପରେ ସେପ୍ଟେମ୍ବର 2019 ରେ ନିଲାଁସୀଙ୍କ କେଶ ର ଲମ୍ବା 6 ଫୁଟ 3 ଇଞ୍ଚ ହୋଇଯାଇଛି । ଏମିତିକି ସେ ନିଜର ଗିନିଜ ବୁକ ଅଫ ରେକର୍ଡ କୁ ନିଜେ ହିଁ ଭାଙ୍ଗି ଦେଇଥିଲେ ଏବଂ ପୁଣିଥରେ ସେ ନୂଆ ରେକର୍ଡ଼ ବନାଇ ଥିଲେ। ତାଙ୍କ ନିଜର ଲମ୍ବା କେଶ ପାଇଁ ନିଲାଁସୀଙ୍କ ଲାଇଫ ଷ୍ଟାଇଲ କୌଣସି ସେଲିବ୍ରେଟି ଠାରୁ କମ ନୂହେଁ ।

ସେ ଯେତେବେଳେ ବାହାରକୁ ଯାଆନ୍ତି ଲୋକମାନେ ତାଙ୍କୁ ବହୁ ସମୟ ପର୍ଯ୍ୟନ୍ତ ଦେଖୁଥିବାର ନଜରରେ ଆସିଛି । କେତେକ ଲୋକେ ତାଙ୍କ ପାଖକୁ ଆସି ସେଲ୍ଫି ନେଇଥାନ୍ତି ତ କେତେକ ଲୋକ ତାଙ୍କ ଲମ୍ବା କେଶ ର ରହସ୍ୟ ବିଷୟରେ ପଚାରି ଥାନ୍ତି । ନିଲାଁସୀ କୁହନ୍ତି ଯେ ସେ 11 ବର୍ଷ ହେଲାଣି ତାଙ୍କ କେଶକୁ କାଟି ନାହାନ୍ତି ।

 

6 ଅଗଷ୍ଟ 2002 ରେ ଜନ୍ମ ନେଇଥିବା ନିଲାଁସୀ କୁହନ୍ତି କି ଯେତେବେଳେ ତାଙ୍କୁ 6 ବର୍ଷ ହୋଇଥିଲା ଗୋଟେ ହେୟାର କଟିଂ କରୁଥିବା ଲୋକ ତାଙ୍କ କେଶକୁ ଏମିତି ବେକାର ଭାବରେ କାଟିଥିଲା କି ନିଲାଁସୀ ସେହି ଦିନଠାରୁ ନିର୍ଣ୍ଣୟ ନେଲେ ଯେ ସେ ଆଉ ତାଙ୍କ କେଶକୁ ଜମାରୁ କାଟିବେ ନାହିଁ।

ଏଥିଯୋଗୁ ଏଗାର ବର୍ଷ କେଶକୁ ନ କାଟିବାରୁ ତାଙ୍କ କେଶ 6 ଫୁଟ ୩ ଇଞ୍ଚ ବଢି ଯାଇଥିଲା। ଏହିଭଳି ଭାବରେ ନିଲାଁସୀ ଦୁଇ ଦୁଇ ଥର ନିଜ ନାଁ କୁ ଗିନିଜ୍ ବୁକ୍ ଅଫ ରେକର୍ଡରେ ସାମିଲ କରିଥିଲେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *