ଆପଣାନ୍ତୁ ଏହି ଘରୋଇ ଉପାୟ, ସବୁଦିନ ପାଇଁ ମୁଣ୍ଡରୁ ଉଙ୍କୁଣି ଗାୟବ ହୋଇଯିବେ ମାତ୍ର ୧ ସପ୍ତାହରେ

ସାଧାରଣତଃ ଉଭୟ ପୁରୁଷ ଓ ନାରୀ ମାନଙ୍କ ମୁଣ୍ଡରେ ଉକୁଣି ସମସ୍ୟା ଦେଖାଦେଇଥାଏ । ଉକୁଣି ଏକ ପରଜୀବୀ ଅଟେ, ଯାହା ଆମ ମୁଣ୍ଡ ଚୁଟିରେ ରହି ଆମ ଶରୀରର ରକ୍ତକୁ ଆହାର ରୂପେ ଗ୍ରହଣ କରି ବଞ୍ଚିଥାଏ । ଉକୁଣି ଗୋଟେ ମୁଣ୍ଡରୁ ଅନ୍ୟ ଏକ ମୁଣ୍ଡକୁ ବହୁତ ସହଜରେ ଯାଇଥାଏ । ଏହି ଉକୁଣିର ସମସ୍ୟା ପ୍ରାୟ ଉଭୟ ନାରୀ ଓ ପୁରୁଷ ମାନଙ୍କ ପାଇଁ ବହୁତ ବଡ ସମସ୍ୟା ହୋଇଥାଏ ।

ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟ ଯାଇ କିଛି ହେୟାର ସାମ୍ପୋ ଏବଂ କସମେଟିକ ଆଣି ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ବ୍ୟବହାର ଦ୍ଵାରା ଆମ ଚୁଟି ଖରାପ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ସରଳ ଘରୋଇ ଉପାୟ କହିବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ସମସ୍ୟାକୁ ୧ ସପ୍ତାହ ମଧ୍ୟରେ ଦୂର କରିପାରିବେ ।


ସର୍ବ ପ୍ରଥମେ ଆପଣ ଏଥି ପାଇଁ କିଛି ଲିମ୍ବ ପତ୍ର ନିଅନ୍ତୁ । ଲିମ୍ବ ପତ୍ରକୁ ଗୋଟେ ବାଉଲରେ ରଖି ଅନ୍ୟ ଏକ ବାଉଲରେ ତୁଲସୀ ପତ୍ର ନିଅନ୍ତୁ । ଏହା ପରେ ଆପଣ ଲିମ୍ବ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ପତ୍ରକୁ ସୁଖିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେମତି ଛାଡି ଦିଅନ୍ତୁ । ଏହା ପରେ ଠିକ ସେମଲସୀ ପତ୍ର ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ପାଣି ସୁଖିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଉଭୟ ଲିମ୍ବ ଓ ତୁଳସୀ ପତ୍ର ଆମ ମୁଣ୍ଡ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ପତ୍ରରେ କୀଟନାଶକ ଶକ୍ତି ରହିଥାଏ, ଯାହାଫଳରେ ଏହାର ବ୍ୟବହାରରେ ଉଙ୍କୁଣି ଦୂର ହୋଇଥାଏ ।


ତେବେ ଏହି ଦୁଇଟି ପତ୍ର ସୁଖିବା ପରେ ଆପଣ ଏହାକୁ ଭଲ ଭାବରେ ପେଶୀ ଦିଅନ୍ତୁ । ହେଲେ ପେଶୀବା ସମୟରେ ଆପଣ ପାଣି ମିଶେଇବେ ନାହିଁ । ଏହା ପରେ ଆପଣ ୨୦୦ ଗ୍ରାମ ନଡିଆ ତେଲ ନିଅନ୍ତୁ ଓ ହାଲକା ଆଞ୍ଚରେ ନଡିଆ ତେଲକୁ ଉଷୁମ କରନ୍ତୁ । ଉଷୁମ ହେବା ପରେ ଏଥିରେ ସେହି ପେଷ୍ଟ ମିଶାନ୍ତୁ । ୫ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଗରମ ହେବା ପାଇଁ ଛାଡି ଦିଅନ୍ତୁ । କିଛି ସମୟ ପରେ ତେଲର ରଙ୍ଗ ସବୁଜ ହେବାକୁ ଲାଗିବ ।

ଏହାପରେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ଓ ଏହି ପେଷ୍ଟକୁ ୨ ରୁ ୩ ଘଣ୍ଟା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଆପଣ ତେଲକୁ ଭଲ ଭାବରେ ଛାଣି ଏକ ବୋତଲରେ ଭର୍ତି କରି ଦିଅନ୍ତୁ । ଶେଷରେ ଆପଣ ଏଥିରେ ଗୋଟିଏ କର୍ପୁର ମିଶାନ୍ତୁ । ଆପଣ ଏହି ତେଲକୁ ସପ୍ତାହରେ ୨ ଥର ବ୍ୟବହାର କରନ୍ତୁ । ଆପଣ ଏହାକୁ ଶୋଇବା ପୂର୍ବରୁ ଲଗାଇ ଦିଅନ୍ତୁ ଏବଂ ସକାଳ ହେବା ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣଙ୍କ ଏହି ସମସ୍ୟା ୧ ସପ୍ତାହ ମଧ୍ୟରେ ଦୂର ହେଇଯିବ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ । ଏମିତି ହିଁ ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *