ପାଦ ଆଙ୍ଗୁଳିର ଆକୃତିରୁ ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ

ପ୍ରତ୍ୟେକ ବ୍ୟକ୍ତିର ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ ଓ ଶରୀରର ଆକାର ଅନୁସାରେ ମଣିଷର ଆଚାର ଓ ବ୍ୟବହାର ଉପରେ ଭିନ୍ନତା ଦେଖାଦେଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ପାଡରା ଭିନ୍ନତା ଅନୁସାରେ ବ୍ୟକ୍ତି କେଉଁ ପରି ସ୍ଵଭାବର ହୋଇଥାଏ, ପାଦର କେଉଁ ଆକୃତିକୁ ଶାସ୍ତ୍ରରେ କୁହାଯାଇଛି ଭାଗ୍ୟଶାଳୀ । ଶାସ୍ତ୍ର ଅନୁସାରେ ବ୍ୟକ୍ତି ପାଦର ଆକୃତି ୫ ପ୍ରକାରର ରହିଛି । କେଉଁ ଆକୃତିର ପାଦ ପାଇଁ ବ୍ୟକ୍ତିର ଭାଗ୍ୟ କେତେ ଭଲ ହୋଇଥାଏ ଆସନ୍ତୁ ଜାଣିବା ।

ସେଲ୍ଟିକ ଆକୃତି

ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଳି ସମସ୍ତ ଆଙ୍ଗୁଳିରୁ ବଡ ହୋଇଥାଏ ଓ ପାଦର ଶେଷ ଦୁଇଟି ଆଙ୍ଗୁଳି ସମାନ ହୋଇଥାଏ, ତେବେ ଏହାକୁ ସେଲ୍ଟିକ ଆକୃତି ପାଦ କୁହାଯାଏ । ଏହି ପାଦ ଥିବା ବ୍ୟକ୍ତି ମାନଙ୍କୁ ଜୀବନରେ ସଫଳତା ମିଳିଥାଏ । କିନ୍ତୁ ସଫଳତା ହେବା ପାଇଁ ଅଧିକ ସଂଘର୍ଷ କରିବା ପାଇଁ ପଡିଥାଏ । ଏହି ଲୋକେ କାଳ୍ପନିକ ଜୀବନରେ ବଞ୍ଚିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହି ଲୋକମାନଙ୍କ ଜୀବନ ସାଥି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଜର୍ମାନିକ ଆକୃତି

ଯେଉଁ ବ୍ୟକ୍ତି ମାନଙ୍କ ପାଦର ଚାରୋଟି ଆଙ୍ଗୁଳି ସମାନ ଓ ବୁଢା ଅଙ୍ଗୁଳି ବଡ ଥାଏ, ସେହି ପାଦର ଆକୃତିକୁ ଜର୍ମାନିକ ଆକୃତି କୁହାଯାଏ । ଏହି ଲୋକେ ଶାନ୍ତି ପ୍ରିୟ ହୋଇଥାନ୍ତି । ଏହି ଲୋକମାନେ କୌଣସି କାମକୁ ଭାବି ଚିନ୍ତି କରିଥାନ୍ତି । ଏହି ଲୋକ ନିଜର ଦାଇତ୍ଵକୁ ସର୍ବଦା ବୁଝିଥାନ୍ତି । ଏହି ବ୍ୟକ୍ତିମାନେ ଦେଖାଯିବା ପାଇଁ ବହୁତ ସୁନ୍ଦର ଏବଂ ଏମାନେ ନିଜ ମଧୁର ବଚନ ଦ୍ଵାରା ଲୋକମାନଙ୍କ ମନରେ ଜାଗା ବଣାଇ ଥାଆନ୍ତି ।

ଗ୍ରୀକ ଆକୃତି

ଯେଉଁ ବ୍ୟକ୍ତିଙ୍କ ପାଦର ମଝି ଆଙ୍ଗୁଳି ବଡ ହୋଇଥାଏ ଓ ଶେଷ ଆଙ୍ଗୁଳି ଦୁଇଟି ଛୋଟ ବଡ ହୋଇଥାଏ, ସେହି ପାଦକୁ ଗ୍ରୀକ ଆକୃତି କୁହାଯାଏ । ଏହି ଲୋକ ବହୁତ ଚତୁର ଓ ବୁଦ୍ଧିବାନ ହୋଇଥାନ୍ତି । ଏମାନଙ୍କୁ ଅଧିକ କଥା ବାର୍ତ୍ତା କରିବା ପାଇଁ ଭଲ ଲାଗେ ନାହିଁ । ସେଥିପାଇଁ ଏମାନେ ଅଧିକ କଥା ବାର୍ତ୍ତା କରନ୍ତି ନାହିଁ । ସମାଜ ଏବଂ ପରିବାରରୁ ଏମାନଙ୍କୁ ଭଲ ସମ୍ମାନ ମିଳିଥାଏ । ଯେଉଁ ଲୋକମାନଙ୍କ ପାଦର ଆକୃତି ଗ୍ରୀକ ଥାଏ ଶାସ୍ତ୍ର ଅନୁସାରେ ସେମାନଙ୍କୁ ଭାଗ୍ୟଶାଳୀ ମାନିଥାନ୍ତି ।

ଇଜିପ୍ସନ ଆକୃତି

ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଳିଠାରୁ ଛୋଟ ଆଙ୍ଗୁଳି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଳି ବଡରୁ ଛୋଟ ଆକାର ହୋଇ ରହିଥାଏ, ସେହି ପାଦକୁ ଇଜିପ୍ସନ ଆକୃତି ପାଦ କୁହାଯାଏ । ଏମିତି ଲୋକ ବହୁତ ସମାଜ ସେବା କରିଥାନ୍ତି । ନିଜର ବାଣୀରେ ଚତୁରତା ସ୍ଵଭାବ ଏମାନଙ୍କ ପାଖରେ ଦେଖାଯାଏ । ଏମାନଙ୍କୁ ନୂଆ ନୂଆ ଲୋକ ମାନଙ୍କ ସହ କଥା ହେବା ଓ ଆଇଡିଆ ସେୟାର କରିବା ପାଇଁ ଭଲ ଲାଗେ ।


ରୋମାନ ଆକୃତି

ଯେଉଁ ପାଦର ବୁଢା ଅଙ୍ଗୁଳି ସହିତ ପାଖରେ ଥିବା ଦୁଇଟି ଆଙ୍ଗୁଳି ସମାନ ଥାଏ, ସେହି ଆଙ୍ଗୁଳିକୁ ରୋମାନ ଆକୃତି କୁହାଯାଏ । ଏହି ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହେବା ସହ ଆତ୍ମବିଶ୍ଵାସୀ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ମାନେ ସମୁର୍ଣ୍ଣ ରୂପେ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକ କୌଣସି କାର୍ଯ୍ୟରେ କମ କଷ୍ଟ କରି ଅଧିକ ସଫଳତା ହାସଲ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *