ସତ ସାମ୍ନାକୁ ଆସିବା ରାଗରେ ଗର୍ଜିଲା Tunguru, କହିଲା ‘ମୁଁ ହିରୋ ହୋଇଥାନ୍ତି ତୁମ୍ଭେ ମୋ କ୍ୟାରିୟର ବର୍ବାଦ କରିଦେଲ, ତୁମକୁ ମୁଁ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମିଛ ଧରା ପଡିବା ପରେ ଟୁଙ୍ଗୁରୁ ଭୋଳ ର ନାଲିଆଖି । ସତ ଜାଣିବା ପରେ ରାଗ ଜର୍ଜରିତ ଟୁଙ୍ଗୁରୁ ଭୋଳ । ଗଣମାଧ୍ୟମ ପ୍ରତିନିଧି ଙ୍କୁ କରିଲେ ଦୁର୍ବ୍ୟବହାର । ସତ ସାମ୍ନା କୁ ଆସିବା ପରେ ବର୍ତ୍ତମାନ ରାଗ ଜର୍ଜରିତ ହୋଇପଡିଛି ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ । ଗତକାଲି ଗାର୍ଲଫ୍ରେଣ୍ଡ ବର୍ଷା ଟୁଙ୍ଗୁରୁ ର ସତ ସାମ୍ନା କୁ ଆଣିବା ପରେ ପ୍ରଥମେ ପ୍ରତିଦିନ ଟିଭି ଏହାକୁ କାଭର କରିଥିଲା ।

ମାତ୍ର ସତ କାହିଁକି ସାମ୍ନା କୁ ଆସିଗଲା ବୋଲି ବର୍ତ୍ତମାନ ବିଷଧର ସାପ ଭଳି ଖାଲି ଫଁ ଫଁ ହେଉଛି ଟୁଙ୍ଗୁରୁ । ସେ ଆଉ ନିଜକୁ ସମ୍ଭାଳି ପାରୁନାହିଁ । ତେବେ ଗଣମାଧ୍ୟମ ପ୍ରତିନିଧି କୁ ପ୍ରତିକ୍ରିୟା ଦେବ ବୋଲି ଡାକି ତାଙ୍କ ସହିତ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିବାକୁ ବାହାରିଥିଲେ ରଷିକିଆ ପ୍ରେମିକ ଟୁଙ୍ଗୁରୁ । ଏହି ସମସ୍ତ ଦୃଶ୍ୟ ବର୍ତ୍ତମାନ କ୍ୟାମେରା ଫ୍ରେମ ରେ କଏଦ ହୋଇଛି ।

ଟୁଙ୍ଗୁରୁ ପ୍ରତିଦିନ ପ୍ରତିନିଧି ଙ୍କୁ ବଡ ପାଟିରେ ନାଲିଆଖି ଦେଇ ଚିଲାଇ କହିଥିଲେ ଯେ ତମେ ମୋ ସହିତ କଣ ପାଇଁ ଜବରଦସ୍ତ କରୁଛ ? ମୁଁ କିଛି ବାଇଟ ଫାଇଟ ଦେବିନି । ମୁଁ ବର୍ତ୍ତମାନ DCP ଙ୍କୁ ଡାକିବି । ତମେ କ’ଣ ଗୋଟେ ଅଧିକ ହେଉଛ ? ମୋ ଠାରୁ କ’ଣ ଅଧିକ ତମେ ? ତେବେ ଗତ କିଛି ଦିନ ହେବ ଚର୍ଚ୍ଚା ରେ ଅଛି ଏହି ଟୁଙ୍ଗୁରୁ ଭୋଳ ଏବଂ ତାହାର ଗାର୍ଲଫ୍ରେଣ୍ଡ ବର୍ଷା ।

ଅନ୍ୟ ଝିଅ କୁ ବାହା ହେବା ପରେ ଏ ନେଇ ପ୍ରଥମେ ଅଭିଯୋଗ ଆଣିଥିଲେ ବର୍ଷା । ତେବେ ଗୋଟିଏ ପଟେ ବର୍ଷାଙ୍କୁ ଟୁଙ୍ଗୁରୁ ଭୋଳ ବହୁତ ଭଲ ପାଉଛି ବୋଲି କହିଥିବା ବେଳେ, ମି-ଡି-ଆ ଆଗରେ କିନ୍ତୁ ଏହାକୁ ପ୍ରତ୍ୟାଖାନ କରି ଓଲଟା ବର୍ଷା ଟୁଙ୍ଗୁରୁ ଙ୍କ ପଛରେ ପଡିଛି ବୋଲି କହିଥିଲା । କିନ୍ତୁ ବେସୀ ସମୟ ପାଇଁ ଏହି ମିଛ ଲୁଚି ରହିନଥିଲା ।

ମି-ଡି-ଆ ରେ ପବ୍ଲିସିଟି ପରେ ଟୁଙ୍ଗୁରୁ ଅଭିନୟ ପାଇଁ ଅଫର ପାଇବା ପରେ ରାଟରାତି ହିରୋ ବନିବା ପାଇଁ ସ୍ଵପ୍ନ ଦେଖୁଥିବା ଟୁଙ୍ଗୁରୁ । ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ହତାସ ହୋଇପଡିଛି । ଏବେ ତାହାର ଅଭିନୟ କ୍ୟାରିୟର କ’ଣ ହେବ ଭାବି ପ୍ରତିଦିନ ଟିଭି ର ପ୍ରତିନିଧି ଉପରେ ରାଗ ସୁଝାଉଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *