‘ମୋ ପ୍ରେମ ପାଇଁ ବର୍ଷା ମରିଯିବ, ସେଥିପାଇଁ ତା’ ସହ କଥା ହେଉଥିଲି ଜାଣିନଥିଲି ସେ ମୋ ସହ…’ ବରସାଙ୍କୁ ନେଇ କିଛି ଏମିତି କହିଲେ Tunguru, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କୁ ନେଇ ବର୍ତ୍ତମାନ ସବୁଆଡେ ବେସ ଚର୍ଚ୍ଚା । ତେବେ ଏହି ଘଟଣା ର କ’ଣ ରହୁଛି ସତ୍ୟତା ? କାରଣ ବିଭିନ୍ନ ସମୟରେ ବିଭିନ୍ନ କଥା ସାମ୍ନା କୁ ଆସୁଛି । କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳ ବିରୋଧରେ ଅଭିଯୋଗ ଆଣୁଛନ୍ତି ତ ଆଉ କେତେବେଳେ ଟୁଙ୍ଗୁରୁ ଭୋଳ କହୁଛନ୍ତି ଯେ ସେ ତାଙ୍କ ମା’ ବୟସର ହେବେ । ଗତକାଲି ଗୋଟିଏ ଅଡିଓ ଭାଇରାଲ ହେଇଛି ।

ସେଥିରେ ଟୁଙ୍ଗୁରୁ ଭୋଳ ବର୍ଷା ଙ୍କୁ ବିବାହ କରିବା ନିମନ୍ତେ କହୁଛନ୍ତି । ତେବେ ଏହି ସମ୍ପର୍କରେ ଟୁଙ୍ଗୁରୁ ଭୋଳ ବର୍ତ୍ତମାନ କହିଛନ୍ତି ଯେ ବର୍ଷା ହାତ କାଟି ମତେ ଯେତେବେଳେ ଫଟୋ ପଠାଇଲା ସେତେବେଳେ ମୁଁ ଡରିଯାଇଥିଲି । ଏବଂ ବର୍ଷା ଙ୍କୁ ବଞ୍ଚାଇବାକୁ ଯାଇ ଟୁଙ୍ଗୁରୁ ଭୋଳ ବିବାହ କରିବା କଥା କହିଛନ୍ତି ବର୍ଷା ଙ୍କୁ । ଏବଂ ଥାନା ରେ ମଧ୍ୟ ବୁଝାମଣା ରେ ପୋଲିସ ବାବୁ କହିଥିଲେ ଟୁଙ୍ଗୁରୁ କୁ ଯେ ମଝିରେ ମଝିରେ ବର୍ଷା ସହିତ କଥା ହେବୁ ।

କାରଣ ଯଦି ବର୍ଷ ମରିଯାଏ ତେବେ ଟୁଙ୍ଗୁରୁ ଫସିଯିବ ବୋଲି କୁଆଡେ ପୋଲିସ ବାବୁ ମାନେ ତାଙ୍କୁ କହିଥିଲେ । ମାତ୍ର ମିଡିଆ ତଥା କ୍ୟାମେରା ଆଗରେ ବର୍ଷା ଆସି କେତେବେଳେ ରେକଡିଙ୍ଗ ଶୁଣାଉଛନ୍ତି ତାହା କ’ଣ ସେ କହିପାରିବେ ବୋଲି ପ୍ରଶ୍ନ କରିଛନ୍ତି ଟୁଙ୍ଗୁରୁ । ଘରେ ଅଛି କି କେଉଁଠି ଅଛି ତାହା କ’ଣ ମୁଁ ଜାଣିଛି ? ବର୍ଷା ଟୁଙ୍ଗୁରୁଙ୍କୁ ଧମକ ଦଉଛନ୍ତି ଯେ “ତୁମେ ଯଦି କଥା ନ ହେବ ମୁଁ ମରିଯିବି, ଖାଇବିନି, ପିଇବିନି, ହାତ କାଟିଦେବି, ଏବଂ ତମକୁ ଫସେଇ ଦେବି କହି ଡରାଇଛନ୍ତି” ।

ଟୁଙ୍ଗୁରୁ କହିଲେ ଯେ ବର୍ଷା ବାରମ୍ବାର ଫୋନ କଲା । ମାତ୍ର ସେ ଜାଣିନଥିଲେ ଯେ ବର୍ଷା ମିଡିଆ ଆଗରେ ଅଛି ବୋଲି । ଥାନା ରେ ବୁଝାମଣା ହୋଇଥିଲା ଯେ ବର୍ଷା ଟୁଙ୍ଗୁରୁ ଙ୍କ ସହିତ ଆଉ ସମ୍ପର୍କ ରଖିବେ ନାହିଁ । ମାତ୍ର ଟୁଙ୍ଗୁରୁ କିନ୍ତୁ ବର୍ଷା ଙ୍କୁ ମଝିରେ ମଝିରେ ଫୋନ କରିବେ ।

କିନ୍ତୁ ମୁଁ ଝିଅ ଜୀବନ ବଞ୍ଚାଇବାକୁ ଯାଇ ତାକୁ ଫୋନ କରୁଥିଲି ତାହାକୁ ସେ ମିଡିଆ ଆଗରେ ଦେଖାଇଦେଲା ମୁଁ ଜାଣିନଥିଲି । ଏଥର ଆଉ କଥା ହେବିନି ସେ ମରିଗଲେ ମଧ୍ୟ କିଛି ଯାଏଆସେ ନାହିଁ ବୋଲି କହିଛନ୍ତି ରୋମିଓ ଟୁଙ୍ଗୁରୁ ଭୋଳ । ତେବେ ବନ୍ଧୁଗଣ ଏଥିରେ ସତ୍ୟତା କ’ଣ କିଛି ବୁଝି ହେଉନାହିଁ ? ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *