ସତ ହେଉଛି ମାଳିକା ବଚନ, ମନ୍ଦିର ଛାଡି ଚାଲିଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ । ଗାଁ ଲୋକେ କାନ୍ଦି କାନ୍ଦି …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ସତ ହେବାରେ ଲାଗିଛି ମାଳିକା ବଚନ , ମନ୍ଦିର ଛାଡି ଚାଲିଯାଉଛନ୍ତି ମହାପ୍ରଭୁ  । ହଁ ଦର୍ଶକବନ୍ଧୁ ଗୋଟିଏ ପରେ ଗୋଟିଏ ମାଳିକା ବଚନ ସତ ହେବାକୁ ଲାଗୁଛି । ଯେପରି ପୂର୍ବରୁ  ବର୍ଣ୍ଣନା କରାଯାଇଥିଲା ସେହିଭଳି ଘଟୁଛି କଳିଯୁଗରେ । ନିଜ ଜନ୍ମମାଟିକୁ ଛାଡି ଚାଲିଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ  ଯେଉଁଥିପାଇ ଗାଁ ଲୋକମାନଙ୍କର ଆଖିରେ ଲୁହର ଧାରା ବୋହିଯାଉଛି ।

ଯିଏ ତାଙ୍କ ସାହା ହେଉଥିଲା ଯଦି କାହାରି  ଦୁଃଖ ଆସେ ତେବେ ସେ ଆଉ କାହାର ଦୁଆରକୁ ଯାଇ ଦ୍ଵାରସ୍ଥ ହେବେ । ଯାହାଙ୍କ ଦ୍ଵାରା ସମଗ୍ର ବିଶ୍ଵ ପରିଚାଳିତ ତାଙ୍କ ବିନା ଗାଁ ଅଦୁରା । ତେଣୁ ଗ୍ରାମବାସୀ କାନ୍ଦି କାନ୍ଦି ଫାଟି ପଡ଼ୁଛନ୍ତି । ତେବେ ଏଭଳି କଣ ହୋଇଛି ଯେ ମହାପ୍ରଭୁ ଜନ୍ମମାଟିକୁ ଛାଡି ପଳେଇଯାଉଛନ୍ତି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଡ଼ୁଙ୍ଗୁରୀ ପାଲି ଗାଁ ସୁକେତ ପ୍ରକଳ୍ପରେ  ହେତୁ ଭାସିବ।  ତେଣୁ ଗାଁ ଲୋକମାନଙ୍କୁ ଗାଁ ଛାଡି ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରୁଛି ପ୍ରଶାସନ  ।

ତେବେ ଗାଁ ଲୋକେ ନିଜେ ଗାଁକୁ ଛାଡିବା ପୂର୍ବରୁ ଗାଁର ଆରାଧ୍ୟ ଭଗବାନ ଜଗନ୍ନାଥକୁ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଣ୍ଣୟ ନେଇଛନ୍ତି ଏବଂ ଭଗବାନଙ୍କୁ ନେଇକି ଯିବା ପୂର୍ବରୁ ମନ୍ଦିରରେ ପୂଜା ଅର୍ଚନା କରି ଲୋକେ କାନ୍ଦୁଛନ୍ତି । କାରଣ ଅନେକ ବର୍ଷ ଧରି ମହାପ୍ରଭୁ ସେଠାରେ ପୂଜନୀୟ ହୋଇଆସୁଛନ୍ତି ତାହା ତାଙ୍କର ଜନ୍ମଭୂମି ଅଟେ ।

ତେଣୁ ସେଠାରୁ ତାଙ୍କୁ ଅନ୍ୟ ସ୍ଥାନକୁ ନେଇକି ଯିବା ଯେପରି ତାଙ୍କ ଠାରୁ ସବୁକିଛି ଅଲଗା କରିବା ସହ ସମାନ । ତେବେ ସୁକେତ ପ୍ରକଳ୍ପ ହେତୁ କୋଣସି ମୂହୁର୍ତ୍ତରେ ବନ୍ଧର ପାଣି ଗାଁକୁ ଭସାଇଦେବ । ଏଣୁ ପ୍ରଶାସନ ଦ୍ଵାରା ନିର୍ମିତ ଅସ୍ଥାୟୀ ସ୍ଥାବରରେ ଲୋକମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ଗାଁ ଲୋକେ ପ୍ରଥମେ ମହାପ୍ରଭୁଙ୍କୁ ନେଇକି ଯିବାର ବ୍ୟବସ୍ଥା କରିଛନ୍ତି ।

ଭଗବାନଙ୍କ ଯିବା ସମୟରେ ଭକ୍ତବୃନ୍ଦମାନେ କାନ୍ଦି କାନ୍ଦି ଫାଟିପଡ଼ୁଛନ୍ତି ଯିଏ ନିର୍ମାଣକାରୀ ତାଙ୍କୁ ଅସ୍ଥାୟୀ ସ୍ଥାବରରେ ରଖିବା ଆମକୁ ଭଲ ଲାଗୁନି । ଭକ୍ତମାନେ ଅତ୍ୟଧିକ ଦୁଃଖରେ ଭଗବାନଙ୍କୁ ତାଙ୍କ ମନ୍ଦିରରୁ ବାହାର କରୁଥିବା ଦୃଶ୍ୟ ଆଖିରେ ଲୁହ ନେଇକି ଆସିଯାଏ ।

Leave a Reply

Your email address will not be published. Required fields are marked *