“ମୁଁ ଭିକ ମାଗି ଖୁସିରେ ଥିଲି, ଏବେ ଗୀତ ଗାଇଲି ମୋ ରାତିର ନିଦ କୁଆଡେ ହଜିଗଲା, ମୁ ବି ମଣିଷ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୁଁ ଭିକ ମାଗୁଥିଲି ଭଲରେ ଥିଲି କିନ୍ତୁ ଯେଉଁଦିନ ଗୀତ ଗାଇବାକୁ ଆରମ୍ଭ କରିଛି ଆଖିରେ ନିଦ ନା ପେଟକୁ ଖାଇବା । ମୁଁ ବି ମଣିଷ ମୋତେ ତମେ କଣ  ଭାବୁଛ ? ଏପରି ପ୍ରତିକ୍ରିୟା ଦେଲେ ଭାରଇଲ ସିଙ୍ଗର ସସ୍ମିତା ଜେନା । ହଁ ଦର୍ଶକବନ୍ଧୁ ଭାଇରାଲ ସସ୍ମିତା ଯିଏ ଅଳ୍ପ ସମୟରେ ମଧ୍ୟରେ ଦର୍ଶକଙ୍କ ମନରେ ନିଜର ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି ।

ତେବେ ସେ ଆଜି ଏଭଳି କାହିଁକି କହୁଛନ୍ତି ଯିଏ ତାଙ୍କୁ ଭାଇରାଲ କରିଥିଲା ସେ ମଧ୍ୟ ଆଜି କାନ୍ଦୁଛନ୍ତି । ସସ୍ମିତାଙ୍କ କହିବା ଅନୁସାରେ ସାମ୍ବାଦିକ ରାହୁଲ ତାଙ୍କୁ ଭାଇରାଲ କରିଥିଲେ । ମାତ୍ର ସେ ଆଜି ତାଙ୍କୁ ଧୋକା ଦେଇଛନ୍ତି ବେଳାଅବେଳା ସମୟରେ ଜବରଦସ୍ତି ଗୀତ ଗାଇବାକୁ କହୁଛନ୍ତି  । ଗୀତ ଗାଇସାରିବା ପରେ ଅଧା ଟଙ୍କା ଖାଇଯିବାର ସଙ୍ଗିନ ଅଭିଯୋଗ କରିଛନ୍ତି ସସ୍ମିତା । ହଁ ମୁଁ ମାନୁଛି କି ରାହୁଲ ଭାଇ ମତେ ଶିବଲୀଙ୍ଗ ମନ୍ଦିରରୁ ବାହାର କରିକି ଆଣିଛନ୍ତି ।

ତେବେ କଣ ସେ ମତେ ଯେବେ ଇଛା ତେବେ ଗୀତ ଗାଇବାକୁ କହିବେ । ଏହା ବ୍ୟତୀତ ସସ୍ମିତା କହିଛନ୍ତି କି ସୁବାଷ ଓ ସନ୍ତୋଷଙ୍କ ସହ ଗୀତ ସରିବା ପରେ ରାହୁଲ ଭାଇ ଆସି କହିଥିଲେ କି ସସ୍ମିତା ମୁଁ ତମ ପାଇଁ ଘର ବୁଝିଛି ମୋ ସହିତ ଆସ ରାତିରେ ସେଇଟି ରହିବ ସକାଳ ହେଲେ ଆସି ଗୀତ ଗାଇବ । ମାତ୍ର ରାହୁଲ ତାଙ୍କୁ ରାତିଅଧ ସମୟରେ ଷ୍ଟୂଡିଓ ନେଇକି ଯାଇ ସମସ୍ତଙ୍କ ପାଇଁ ଗୀତ ଗାଉଛ ମୋ ପାଇଁ ଗୋଟିଏ ଗୀତ ଗାଇଦିଅ ।

ଗୀତ ଗାଇବା ପରେ ସସ୍ମିତାକୁ ଅଳ୍ପ ଟଙ୍କା ମିଳିଥିଲା ଯାହାକୁ ନେଇ ସସ୍ମିତା ଦୁଃଖିତ । ତେବେ ସାମ୍ବାଦିକ ରାହୁଲ ସସ୍ମିତାକୁ ବୁଝାଇବାରେ ଲାଗିଛନ୍ତି ଏବଂ ତାଙ୍କ ଆଖିରୁ ମଧ୍ୟ ଲୁହ ଗଢୁଥିବା ଦେଖିବାକୁ ମିଳିଛି । ତେବେ କିଏ ସତ କହୁଛନ୍ତି କି ମିଛ ।

ମାତ୍ର ସସ୍ମିତା କହୁଛନ୍ତି ରାହୁଲ ଭାଇ ମୋର  ଟଙ୍କା ଅଧା ଖାଇଛନ୍ତି । ମୁଁ ବି ମଣିଷ ମୁଁ ଭିକ ମାଗି ଶାନ୍ତିରେ ରହୁଥିଲି ।

Leave a Reply

Your email address will not be published. Required fields are marked *