ଭାଇରାଲ ସିଙ୍ଗର ସସ୍ମିତାଙ୍କୁ ମିଳୁଛି ଧମକ ପରେ ଧମକ, ଏଣୁ ସେ ପୁଣି ଫେରିଯିବେ ଗାଁ କୁ ? Sasmita Jena

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ”  ମୁଁ ବଡ ଭୁଲ କରିଦେଇଛି , ମୁ ଘରକୁ ପଳେଇବି ” ଏଭଳି କହୁଛନ୍ତି ସସ୍ମିତା ଜେନା । ହଁ ଦର୍ଶକବନ୍ଧୁ ଭିକ୍ଷାବୃତ୍ତି କରୁଥିବା ବେଳେ ତାଙ୍କ ଜୀବନରେ ଶାନ୍ତିରେ କଟୁଥିଲା । ମାତ୍ର ଯେବେ ଥୁ ସେ ଗୀତ ଜଗତରେ ପାଦ ରଖିଲେ ତେବେ ରାତାରାତି ତାଙ୍କ ଜୀବନରେ ସୁନା ପରି ଚମକି ଉଠିଲା । ଗୋଟିଏ ଗୀତ ତାଙ୍କର ମିଲିୟନ୍ସ ଛୁଇଁ ଥିଲା ।

ଯାହା ଏବେ ମହଙ୍ଗା ପଡିଲା ସମସ୍ତେ  ତାଙ୍କୁ ଗୀତ ଗାଇବା ପାଇ ସୁଯୋଗ ଦେବାକୁ ଲାଗିପଡିଛନ୍ତି  । ପ୍ରୋଡ୍ୟୁସରମାନେ ତାଙ୍କୁ ଫୋନ କରି କହୁଛନ୍ତି  ଆମ ପାଇଁ ଗୋଟାଏ ଗୀତ ଗାଅନ୍ତି  କିନ୍ତୁ ସସ୍ମିତା ଗୋଟାଏ ଦିନରେ ଏତେ ଗୀତ ଗାଇପାରୁନଥିବାରୁ   ସେ ମନା କରିଦେଉଥିଲେ । ଯାହାକୁ ନେଇ ଆସୁଛି ଧମକ ଯଦି ନ ଗାଇବୁ ତେବେ ଆମେ ତତେ  ମାରିଦେବୁ । ସସ୍ମିତାଙ୍କୁ ନେଇ ଏବେ ଦୁଇ ଜୀବନ ସଙ୍କଟରେ ଅଛି ।

କେବଳ ସସ୍ମିତାଙ୍କୁ ନୁହେଁ ବରଂ ସୁବାଷ ଓ ସନ୍ତୋଷକୁ ମଧ୍ୟ ଧମକ ଆସୁଛି । ଯାହାକୁ ନେଇ ଅଭିଯୋଗ କରିଛନ୍ତି ସସ୍ମିତା ଏବଂ ଦୁଃଖରେ କହୁଛନ୍ତି ମୋ ଜୀବନରେ ଭିକ ମାଗି ଖୁସିରେ ଥିଲା କିନ୍ତୁ ଏବେ ଗୀତ ଗାଇ ମଧ୍ୟ ମୁଁ ଦୁଃଖରେ ଅଛି । ସେଥିପାଇ ମୁଁ ମୋ ଗାଁ କୁ ଫେରିଯିବି ଏଭଳି କିଛି କହିଛନ୍ତି ସସ୍ମିତା । ପ୍ରଯୋଜକ ସୁବାଷଙ୍କ କହିବା ଅନୁସାରେ ତାଙ୍କ ପାଖକୁ ଫୋନ ଆସୁଛି କି ସସ୍ମିତାକୁ କୁହ ଦିନକୁ ପାଞ୍ଚଟି ଗୀତ ଗାଇବ ନ ହେଲେ ଭଲ ହେବନି ।

ସୁବାଷ କହୁଛନ୍ତି ସସ୍ମିତା ଗୋଟାଏ ଗୀତ  ବା ଅଧିକ ଦୁଇଟା ଗୀତ ଗାଇବା ପରେ ହାଲିଆ ହେଇଯାଉଛନ୍ତି । ତେଣୁ ସେ ଏକାଧିକ ଗୀତ ଗୋଟାଏ ଦିନରେ ଗାଇବା ଅସମ୍ଭବ । ତେବେ ସସ୍ମିତା ଦୁଇ ପଇସା ରୋଜଗାର କରିକି କୁନି ଝିଅକୁ ପାଠପଢେଇବ ବୋଲି ଝିଅକୁ ଛାଡି ଆସୁଛି ।

ତେବେ ଏଭଳି ଧମକ ଦେବା ତାଙ୍କୁ ଅତ୍ୟଧିକ ଭୟଭୀତ କରୁଛି ତେଣୁ ସେ ଗାଁ ; କୁ ପଳେଇବେ ବୋଲି କହୁଛନ୍ତି ଯାହା ଏବେ ଜୋର ଚର୍ଚ୍ଚା ଧରିଛି ।

Leave a Reply

Your email address will not be published. Required fields are marked *