କେନ୍ଦ୍ର ସରକାରଙ୍କ ବଡ ଉପହାର ! ଶସ୍ତା ହେବ ଖାଇବା ତେଲ, ଦେଖନ୍ତୁ କେବେଠୁ ଓ କେତେ ?

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ । ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ପରେ ଏବେ ଶସ୍ତା ହେବାକୁ ଯାଉଛି ଖାଇବା ତେଲ ଦର । ଖାଇବା ତେଲ ଉପରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦୁଇ ବର୍ଷ ପାଇଁ ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି ।

ଦୀର୍ଘ ଦିନ ପରେ ସାଧାରଣ ଜନତାଙ୍କ ପାଇଁ ଏମିତି ଖୁସି ଖବର ଦେଇଛନ୍ତି ସରକାର । ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି । ତେଣୁ ଭାରତୀୟ ବଜାରରେ ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲର ଦାମ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । ବାର୍ଷିକ 20 ଲକ୍ଷ ମେଟ୍ରିକ ଟନ ଅସ୍ଵଧିତ ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲ ଆମଦାନୀକୁ ଅନୁମତି ପ୍ରଦାନ କରାଯାଇଛି ।

ଆଜି ଠାରୁ 2024 ମାର୍ଚ୍ଚ 31 ପର୍ଯ୍ୟନ୍ତ ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲର ଡ୍ୟୁଟି ମୁକ୍ତ ଆମଦାନୀ ହେବ । ଖାଇବା ତେଲର ଅଧିକ ଦରକୁ ଦ୍ରୁଷ୍ଟିରେ ରଖି କେନ୍ଦ୍ର ସରକାର ଟିକସ ଛାଡ ନିଷ୍ପତ୍ତି ନେଇଛନ୍ତି । 60 ପ୍ରତିଶତ ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲ ଭାରତ ଆମଦାନୀ କରେ । ମୁଖ୍ଯତଃ ୟୁକ୍ରେନରେ ସୂର୍ଯ୍ୟ ମୁଖୀ ତେଲ ଆମଦାନୀ ହୁଏ ।

ତେବେ ଯୁଦ୍ଧ ପାଇଁ ଅନେକ ଜିନିଷ ମହଙ୍ଗା ହେବା ସହ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡିଥିଲା । କିଛି ଦିନ ତଳେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା 8 ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଥିବା ବେଳେ ଡିଜେଲ ଉପରୁ ଲିଟର ପିଛା 6 ଟଙ୍କା କମାଇ ଥିଲେ ଫଳରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇଯାଇଛି ।

ଗତ କିଛି ମାସ ହେବ ପେଟ୍ରୋଲ ଓ ଡିଜେଲ ଦର ଲୋକ ମାନଙ୍କ ଚିନ୍ତାର ବିଷୟ ପାଲଟିଥିଲା । 100 ଟଙ୍କା ଉପରୁ ପେଟ୍ରୋଲ ଦର ରହିବା ବେଳେ ଅନେକ ଲୋକ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ । ହେଲେ ଏବେ ପେଟ୍ରୋଲ ଓ ଡିଜେଲ ଦର କମିବା ସହ ଖାଇବା ତେଲର ଦର କମିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *