‘ବର୍ଷା ବିବାହକୁ ବଞ୍ଚାଇବାକୁ ଚାଁହୁଛନ୍ତି ,ହେଲେ କେସ ପରେ କେସ ଦେଉଛନ୍ତି, ପିତା ମାତାଙ୍କ ସହ’ ବର୍ଷାଙ୍କୁ ଟାର୍ଗେଟ କରି ଓକିଲ ମ୍ୟାଡମ ଯାହା କହିଲେ ଶୁଣି ଆପଣ ବି କରିବେ ପ୍ରଶଂସା…

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।

ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଜଣେ ମହିଳା ଓକିଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ମହିଳା ଓକିଲ ଜଣକ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ମହିଳା ଓକିଲଙ୍କ ମତରେ-‘ପ୍ରଥମ ଦିନ ବିବାଦରୁ ଅନୁଭବ ଚାହୁଁ ଥିଲେ ତଲାକ ନେବା ପାଇଁ ସେ ଦିଲ୍ଲୀରେ ଗୋଟେ ଡିଭୋର୍ସ ପିଟିସନ ଫାଇଲ କରିଥିଲେ । ତା ପରେ ବର୍ଷା ଗୋଟେ ଟ୍ରାନ୍ସଫର ପିଟିସନ କଟକରେ ଫାଇଲ କରିଥିଲେ । ଏହା ପରେ ବର୍ଷା ଗୋଟେ ପରେ ଗୋଟେ କେସ ଅନୁଭବଙ୍କ ବିରୋଧରେ ଦେଇ ଚାଲିଲେ ।ବର୍ଷା-ଅନୁଭବଙ୍କ କେସ ଦେଖିବାକୁ ଗଲେ ଗୋଟେ ଓକିଲ କେବେ କାହା ସପକ୍ଷରେ କୁହେନି ସେ କାହାକୁ ଜାଣିନି ।

ଗୋଟେ ଓକିଲ ହିସାବରେ କହୁଛି ବର୍ଷା ଯେଉଁ ଗ୍ରାଉଣ୍ଡ ରଖିଛନ୍ତି ସେ ସେଥିରେ ସଫଳ ହେବେ ନାହିଁ । କାରଣ ଅନୁଭବ ନିଜ ବୈବାହିକ ଜୀବନରେ ଖୁସି ନାହାନ୍ତି ଆଉ ଟର୍ଚର ହେଉଛନ୍ତି ବୋଲି କହୁଛନ୍ତି । ବୈବାହିକ ଜୀବନ ପରେ ଗୋଟେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଭଲ ପାଇବା ନିହାତି ଦରକାର ।ବିବାହ କରିବା ପରେ 2-4 ବର୍ଷ ମଧ୍ୟରେ ଗୋଟେ ଛୁଆ ହୋଇଯାଉଛି । ଭାରତର ବଡ ବଡ ସେଲିବ୍ରେଟି ପରିବାରରେ ଆବଦ୍ଧ ହେଉଛନ୍ତି ଓ ଗୋଟେ ଛୁଆ ଜନ୍ମ କରୁଛନ୍ତି ।

କିନ୍ତୁ ବର୍ଷା-ଅନୁଭବଙ୍କ କେସରେ ବର୍ଷା କାହିଁକି ଗୋଟେ ଛୁଆ ଜନ୍ମ କରିବାକୁ ଚାହିଁ ନାହାନ୍ତି । କୌଣସି ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ଯେଉଁଟା ଅନୁଭବ ଆଲିଗେସନ ଉଠାଇଛନ୍ତି ସେଇଟା ଆପଣ କରିବାକୁ ବାଧ୍ୟ କାରଣ ଏଇଟା ଆପଣଙ୍କ ଅଧିକାର । ବୈବାହିକ ଜୀବନରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନିହାତି ଦରକାର’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published.