” ଆମେ ଘରେ ଥିଲୁ ହଠାତ ପାଣି ପଶିଲା ଏବେ ସବୁ ଭାସୁଛି ….. ଆମେ କଣ କରିବୁ ? ଭୁବନେଶ୍ଵର ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଭୁବନେଶ୍ଵର ରାଜଧାନୀର ଘରମାନଙ୍କରେ ପଶିଳା ପାଣି ଏବଂ ଲୋକେ ଘରେ ରହିବାକୁ ଭୟଭୀତ । ତେବେ କେତେକ ଲୋକେ ତାଙ୍କ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । ଲୋକମାନଙ୍କ କହିବା ଅନୁସାରେ ପ୍ରତିବର୍ଷ ବର୍ଷା ହେଲେ ସେମାନଙ୍କୁ ଏଭଳି ସମସ୍ୟା ସମ୍ମୁଖୀନ ହେବାକୁ ପଡେ । ଲୋକେ ବର୍ଷାକୁ ନେଇ ଭୟଭୀତ କାରଣ ଘରମାନଙ୍କରେ ପାଣି ପଶିଆସେ ଯାହା ଦ୍ଵାରା ସେମାନଙ୍କର ଜିନିଷପତ୍ର ଅବାସପତ୍ର ଆଦି ବୁଢିଯିବାର ସମ୍ଭାବନା ରହିଥାଏ ।

ଲୋକମାନେ ନ ରାନ୍ଧି ଗୋଡକୁ ଉପରକୁ କରି  ବସିବାକୁ ପଡିଥାଏ । ଘରେ ସାନ ପିଲାମାନେ ରୁହନ୍ତି ଯେଉଁମାନେ ପାଣିକୁ ଦେଖି ଭୟ କରନ୍ତି । କାରଣ ଏହା ସଫା ପାଣି  ନୁହେଁ ଯଥା ନଳାନର୍ଦମା ପାଣି ଘରେ ପଶିବାରୁ ସାନ ପିଲାମାନେ ଚଳାବୁଲା କରିବା କ୍ଷତିକାରକ ହୋଇଥାଏ । ସାନ ପିଲାମାନେ ମଧ୍ୟ କହୁଛନ୍ତି କି ଆମକୁ ପାଣି ଦେଖିଲେ ଡର ଲାଗୁଛି କାରଣ କେତେବେଳେ ସାପ ଆସି ଆମକୁ କାମୁଡି ଦେବ ।

ମହିଳାମାନଙ୍କ କହିବା ଅନୁସାରେ ପ୍ରଶାସନ ସଠିକ ରୂପରେ କାମ ନ ଥିବା କାରଣରୁ ଡ୍ରେନେଜ୍ ର୍ରେ କଣା ହେବାରୁ ପାଣି ସବୁ ଘରମାନଙ୍କରେ ପଶୁଛି । ଯାହା ଫଳରେ ବର୍ଷା ଦିନ ହେବା ମାତ୍ରେ ବର୍ଷା ପାଣି ଘର ଭିତରକୁ ପଶିଥାଏ । ଆମେ ଯେତେ କହିଲେ ବି କିଏ ବୁଝିନାହାଁନ୍ତି ଯଦି ପାଣି ବଢେ ତେବେ ଆମେ ସାନ ସାନ ପିଲାମାନଙ୍କୁ ନେଇ କୁଆଡେ ଯିବୁ ଏଭଳି ପଚାରୁଛନ୍ତି

ଖରାଦିନମାନଙ୍କରେ ରାସ୍ତା କାମ ଆଦି କରିଲେ ନାହିଁ ଏବେ ବର୍ଷା ଦିନମାନଙ୍କରେ କାମ ଆରମ୍ଭ କରାଯାଉଛି । ଏହା ଦ୍ଵାରା ଫୋଲମାନଙ୍କରେ ପାଣି ଜମି ନଳାରେ ବି ଅତ୍ୟଧିକ ପାଣି ହେଉଛି । ଯାହା ଫଳରେ କି ବାହାରକୁ ଯିବାଆସିବା କଷ୍ଟକର ହେଇଛି । ଲୋକମାନେ ଚୌକି ପକାଇ ବସୁଛନ୍ତି ଏବଂ ଯେପରି ଲାଗୁଛି ସମୁଦ୍ର ମଧ୍ୟରେ ଏମାନେ ରହୁଛନ୍ତି । ଗାଡି ,ମଟର ଆଦି ପାଣିରେ ବୁଢିଗଲାଣି ସବୁ ଆଡେ ଜଳବର୍ଣ୍ଣ ହୋଇଯାଇଛି ।

ସ୍ମାର୍ଟ ସହରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପ୍ରତି ଧ୍ୟାନ ଦେବା ପାଇଁ ନିବେଦନ କରିଛନ୍ତି । 

Leave a Reply

Your email address will not be published. Required fields are marked *