ଶରୀରରେ ରକ୍ତର ଅଭାବ ହେଲେ ଶରୀର ଦେଇଥାଏ ଏହି ସବୁ ସଙ୍କେତ, ଏହି ଡାଏଟ ଆପଣାଇ ପୁରା କରନ୍ତୁ ଆଇରନର ଅଭାବ

ଆମର ଭୁଲ ଖାଦ୍ୟ ପେୟ କାରଣରୁ ଆମ ଶରୀର କେତେକ ପ୍ରକାରର ରୋଗର ଶିକାର ସହଜରେ ହୋଇଥାଏ । କାହିଁକି ନା ଭୁଲ ଖାଦ୍ୟ ଖାଇବା କାରଣରୁ ଆମ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ଵ ମିଳିପାରି ନଥାଏ ଓ ଆମ ଶରୀର ରୋଗାଗ୍ରସ୍ତ ହେବାକୁ ଲାଗିଥାଏ । ଏମିତି ହିଁ ଆମ ଶରୀରରେ ଆଇରନର ଅଭାବ କାରଣରୁ ଶରୀରରେ ରକ୍ତର ଅଭାବ ହେବାକୁ ଲାଗିଥାଏ ଓ ଆମ ଶରୀର ଏନିମୀୟା ରୋଗର ଶିକାର ହୋଇ ଯାଇଥାଏ ।

ଆଜି ଆମେ ଆପଣଙ୍କ ଶରୀରରେ ହେଉଥିବା ଆଇରନର ଅଭାବର ସଂକେତ ବିଷୟରେ କହିବୁ ଓ ଏହାର ଅଭାବକୁ ପୁରା କରିବା ପାଇଁ ଡାଏଟର ସୂଚନା ବି ଦେବୁ । ଯଦି ଆପଣଙ୍କୁ କମ ସମୟ ଭିତରେ କ୍ଲାନ୍ତ ଲାଗୁଛି ଓ ଆପଣ ନିଜ କାମରେ ଫୋକଶ କରି ପାରୁନାହାନ୍ତି ତେବେ ଏହା ଶରୀରରେ ହେବାକୁ ଥିବା ଆଇରନର ଅଭାବର ସଂକେତ ହୋଇଥାଏ ।

ଏହା ବ୍ୟତୀତ ବାଳ ଲଗାତାର ଝଡ଼ିବା ଓ ନଖ ଧଳା ପଡ଼ିବା ମଧ୍ୟ ଆଇରନର ଅଭାବରର ଲକ୍ଷଣ ହୋଇଥାଏ । ଏମିତିରେ ଶରୀରରେ ଆଇରନର ଅଭାବକୁ ପୁରଣ କରିବା ପାଇଁ ଡକ୍ଟର ଆଇରନର ମେଡ଼ିସିନ ସେବନ କରିବା ପାଇଁ ଉପଦେଶ ଦେଇଥାନ୍ତି ।

କିନ୍ତୁ ଯଦି ଆପଣ ଡାଏଟରେ ଡାଳିମ୍ବ, କମଳା, ଆପେଲ, ପାଳଙ୍ଗ, ଟମାଟୋ, ବୀଟ, ଗୁଡ଼, ବାଦାମ, ଅଁଳା, ଗିଲୟ, ବ୍ରୋକଲି, କ୍ୟୁମିନ ଡ୍ରାଏ ଫୃଟ୍, ଗାଜର ଓ ଚଣା ଇତ୍ୟାଦି ଏକାଠି କରି ଶରୀରରେ ହେବାକୁ ଥିବା ଆଇରନର ଅଭାବକୁ ପୂରଣ କରିପାରିବେ । ଏହାଛଡା ପ୍ରତିଦିନ ଶାରୀରିକ ଏକ୍ସରସାଇଜ଼ କରିବା ଦ୍ଵାରା ମଧ୍ୟ ଆମ ଶରୀରରେ ଲାଲ ରକ୍ତ କଣିକା ବଢ଼ିବାରେ ଲାଗିଥାଏ ।

ଶରୀରରେ ଆଇରନର ଅଭାବକୁ ପୂରଣ କରିବା ଦ୍ଵାରା ଆମ ଶରୀରରେ କେତେକ ପ୍ରକାରର ରୋଗ ସଂକ୍ରମଣରୁ ବଞ୍ଚି ପାରିବ । ଆପଣ ନିଜ ବ୍ଲଡ଼ ସର୍କୁଲେସନକୁ ମଝବୁତ ବନାଇ ରଖିବା ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟ ନମସ୍କାର ଯୋଗାସନର ଅଭ୍ୟାସ ମଧ୍ୟ କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ହେଲ୍ଥ ଟିପ୍ସ ପସନ୍ଦ ଆସୁଥିବ । ଭଲ ଲାଗିଥିଲେ ଗୋଟିଏ ଶେୟାର କରନ୍ତୁ ଓ ଏହିପରି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *