ଯଦି ଆପଣଙ୍କ ଖାତାରେ ଆସୁଛି ସବସିଡି ତେବେ ଏହି ଖବର ଆପଣଙ୍କ ପାଇଁ, ପଢିଲେ ଖୁସିରେ ନାଚି ଉଠିବେ, କାରଣ ସରକାର…

ରାଜ୍ୟ ସହାୟତା ଓ ସହାୟିକା (ଇଂରାଜୀରେ ସବସିଡି ର ମାନେ କୌଣସି ଆର୍ଥିକ କ୍ଷେତ୍ର, ସଂସ୍ଥା, ବ୍ୟବସାୟ, ବ୍ୟକ୍ତିଙ୍କୁ ଆର୍ଥିକ ସମର୍ଥନ ମିଳିବା । ଏହା ସାଧାରଣତଃ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଲାଭ ପହଞ୍ଚାଇବା ଏବଂ ଉତ୍ସାହ ଦେବା ଉଦ୍ୟେଶରେ ଦିଆ ଯାଇଥାଏ । ଆଇଓସି ର ସଂଶୋଧିତ ଦର ସୂଚନା ଅନୁସାରେ ଯାହା ଆଜି ସାର୍ବଜନୀକ କରାଯାଇଥିଲା, ୧୪.୨ ସିଲିଣ୍ଡର ର ଦାମ ଆଜି ଠାରୁ ଦିଲ୍ଲୀରେ ୭୪୪ ଟଙ୍କା, ଅନ୍ତିମ ଦର(ପୂର୍ବରୁ ଦାମ ୮୩୯.୫) ଠାରୁ ୬୧.୫ ଟଙ୍କା ହ୍ରାସ ପାଇଛି ।

କଲିକତା ପାଇଁ ନୂଆ ଦର ୭୭୪.୫ ଟଙ୍କା (ପୂର୍ବ ଦାମ ୮୩୯.୫), ମୁମ୍ବାଇ ପାଇଁ ୭୧୪.୫ ଟଙ୍କା (ପୂର୍ବ ଦାମ ୭୭୬.୫) ଓ ଚେନ୍ନାଇ ପାଇଁ ୭୬୧.୫ (ପୂର୍ବ ଦାମ ୮୨୬ ଟଙ୍କା) ଥିଲା । ନୂଆ ଦିଲ୍ଲୀ ଅନ୍ତ ରାଷ୍ଟ୍ରୀୟ ବଜାରରେ ମାର୍କେଟ ଶୀଘ୍ର ତଳକୁ ଖସିଲା ପରେ ଲୋକାଲ ବଜାରରେ ଅଣ ସବସିଡି ରୋଷେଇ ଗ୍ୟାସର ଦର ବୁଧବାର ରୁ ପ୍ରତି ସିଲିଣ୍ଡର୍ ୬୧.୫ ଟଙ୍କା କମି ଯାଇଛି । ଦିଲ୍ଲୀରେ ଏବେ ରୋଷେଇ ଗ୍ୟାସ୍ ର ୧୪.୨ କିଲୋ ସିଲିଣ୍ଡର୍ ର ଦର ୭୪୪ ଟଙ୍କା ଅଛି ।

ମୁମ୍ବାଇ, କଲିକତା ଏବଂ ଚେନ୍ନାଇ ରେ ଦର କ୍ରମଶଃ:

୭୧୪.୫୦, ୭୭୪.୫୦ ଏବଂ ୭୬୧.୫୦ ହୋଇଛି । ଏହି ଦର ପାଖାପାଖି ୧.୫ କୋଟିର ଉପଭୋକ୍ତା ମାନଙ୍କ ଉପରେ ଲାଗୁ ହେଇଛି, ଯେଉଁ ଉପଭୋକ୍ତାଙ୍କୁ ସବସିଡି ମିଳି ନଥାଏ । ରାଜ୍ୟର ତେଲ କମ୍ପାନୀ ଗୁଡ଼ିକ ସବସିଡି ପାଉଥିବା ପାଖାପାଖି ୨୬.୫ କୋଟିର ଗ୍ରାହକମାନଙ୍କ ବଡ଼ ସମୁଦାୟ ପାଇଁ ପୂର୍ବ ବର୍ଷ ଦରକୁ ପ୍ରକାଶିତ କରିବା ବନ୍ଦ କରି ଦେଇଥିଲେ, ସବସିଡି ଦେବା ପାଇଁ କମ୍ପାନୀ ମାନେ ସବସିଡି ଦେବା ପାଇଁ ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ପାଖାପାଖି ୪ ଟଙ୍କା ସବସିଡି ପାଉଥିବା ଉପଭୋକ୍ତା ମାନଙ୍କ ପାଇଁ ରୋଷେଇ ଗ୍ୟାସ୍ ର ଦର ବଢାଇ ଥିଲେ । ଦେଶର ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ  ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *