ଅମ୍ବାନୀଙ୍କ ଭଉଣୀଙ୍କ ପ୍ରେମ କାହାଣୀ ଏକଦମ ଫିଲ୍ମି, ଭିଣେଇ ସହ ପ୍ରଥମ ଥର ଏମିତି ହେଇଥିଲା ଦେଖା

ରିଲିୟାନ୍ସ ଇଣ୍ଡଷ୍ଟ୍ରିକୁ ଆରମ୍ଭ କରିଥିବା ଧୀରୁ ଭାଇ ଅମ୍ବାନୀ ସମସ୍ତ ବିଜନେସମ୍ୟାନଙ୍କ ପାଇଁ ପ୍ରେରଣା ଅଟନ୍ତି । ଗୋଟିଏ ମିଡିଲ କ୍ଲାସ ପରିବାରର ହେବା ସତ୍ତ୍ୱେ ବି ସେ ନିଜର ବହୁତ ବଡ ସାମ୍ରାଜ୍ୟ ଛିଡା କରିଛନ୍ତି । କହିବାକୁ ଗଲେ ୬ ଜୁଲାଇ ୨୦୦୨ରେ ଧୀରୁ ଭାଇ ଅମ୍ବାନୀଙ୍କ ନିଧନ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ ମୁକେଶ ଅମ୍ବାନୀ ଓ ଅନିଲ ଅମ୍ବାନୀ ତାଙ୍କ ବିଜନେସର ଭାର ନିଜ କାନ୍ଧ ଉପରେ ନେଇଥିଲେ ।

ଆଜି ଏହି ଦୁଇ ଭାଇ ନିଜ ନିଜ କ୍ଷେତ୍ରରେ ବହୁତ ଉନ୍ନତି କରିଛନ୍ତି । କିନ୍ତୁ ଏହି ଦୁଇ ଭାଇଙ୍କ ମଧ୍ୟରେ ସବୁଠୁ ଅଧିକ ନାଁ କରିଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ତାଙ୍କର ବିଜନେସ ଭାରତରେ ଚାରିଆଡେ ବ୍ୟାପିଛି । ସେ ସବୁବେଳେ କୌଣସି ନା କୌଣସି କାରଣରୁ ମିଡିଆର ଲାଇମ ଲାଇଟକୁ ଆସିଥାନ୍ତି । କେବଳ ମୁକେଶ ଅମ୍ବାନୀ ନୁହନ୍ତି ତାଙ୍କର ପତ୍ନୀ ଓ ତିନି ଜଣ ସନ୍ତାନ ବି ମିଡିଆରେ ଛାଇ ରହିଥାନ୍ତି ।

କିନ୍ତୁ ବହୁତ କମ ଲୋକ ଏହି କଥା ଜାଣିଛନ୍ତି କି ଧୀରୁ ଭାଇ ଅମ୍ବାନୀଙ୍କ ଦୁଇ ପୁଅ ଛଡା ୨ଟି ଝିଅ ବି ଅଛନ୍ତି । ଯାହାଙ୍କର ନାମ ନୀନା କୋଠାରୀ ଓ ଦୀପ୍ତି ସଲଗୋଂକର । ଆପଣମାନେ ପୂର୍ବରୁ ବି ସଲଗୋଂକର ନାମ ଶୁଣିଥିବେ । ଏହା ଏକ ଫେମସ ଫୁଟବଲ ଟିମର ନାମ ଅଟେ । କହିବାକୁ ଗଲେ ଦୀପ୍ତୀଙ୍କ ସ୍ଵାମୀ ଦତ୍ତରାଜ ସଲଗୋଂକର ଏହି ଫୁଟବଲ ଟିମର ମାଲିକ ଅଟନ୍ତି । ଏମିତିରେ ଆଜିର ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ ଭଉଣୀ ଦୀପ୍ତି ସଲଗୋଂକରଙ୍କ ବିଷୟରେ କିଛି କହିବୁ ।

କହିବାକୁ ଗଲେ ଦୀପ୍ତି ସଲଗୋଂକର ଓ ତାଙ୍କର ସ୍ଵାମୀ ଦତ୍ତରାଜ ସଲଗୋଂକରଙ୍କ ପ୍ରେମ କାହାଣୀ ବହୁତ ରୋମାଞ୍ଚକର ଅଟେ । ଏହି କଥା ୧୯୭୮ର ଅଟେ ଯେତେବେଳେ ଅମ୍ବାନୀଙ୍କ ପରିବାର ମୁମ୍ବାଇର ସବୁଠୁ ଉଚ୍ଚ ବିଲଡିଙ୍ଗ ଉଷା କିରଣର ୨୨ ତମ ମହଲରେ ରହୁଥିଲେ । ଯେତେବେଳେ କି ଦତ୍ତରାଜ ସଲଗୋଂକରଙ୍କ ପରିବାର ଏହି ବିଲଡିଙ୍ଗର ୧୪ ତମ ମହଲାରେ ରହୁଥିଲେ ଓ ସେହି ସମୟରେ ଧୀରୁ ଭାଇ ଅମ୍ବାନୀଙ୍କ ପରିବାର ଓ ଦତ୍ତରାଜ ସଲଗୋଂକରଙ୍କ ପରିବାର ବହୁତ ଫେମସ ଥିଲା ଓ ବିଜନେସ ଦୁନିଆରେ ବି ସବୁଠୁ ବଡ ନାମ ଥିଲା ।

ଏମିତିରେ ଦୁଇ ଜଣ ଭଲ ବନ୍ଧୁ ବି ହୋଇ ଯାଇଥିଲେ । ଧୀରୁଭାଇ ସର୍ବଦା ଦତ୍ତରାଜଙ୍କୁ ସଠିକ ଗାଇଡଲାଇନ ବି ଦେଉଥିଲେ । ଦତ୍ତରାଜ ଓ ମୁକେଶଙ୍କ ବୟସ ବି ପାଖାପାଖି ସମାନ ଥିଲା ଓ ଏଥିପାଇଁ ସେମାନେ ବି ଭଲ ବନ୍ଧୁ ଥିଲେ । ଦୁଇ ଜଣ ପରସ୍ପରର ଘରକୁ ଯିବା ଆସିବା ବି କରୁଥିଲେ । ଏହିଭଳି ଦତ୍ତରାଜଙ୍କର ଦୀପ୍ତିଙ୍କ ସହ ବି ଭଲ ବନ୍ଧୁତା ହୋଇଗଲା ।

ଏହା ପରେ ଜଲ୍ଦି ହିଁ ଦୀପ୍ତି ଓ ଦତ୍ତରାଜଙ୍କ ଏହି ବନ୍ଧୁତା ପ୍ରେମରେ ବଦଳିଗଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ପାଖପାଖି ୫ ବର୍ଷ ପର୍ଯ୍ୟନ୍ତ ଅଫେୟାର ଚାଲିଲା । ଏହା ପରେ ଯେତେବେଳେ ଏମାନେ ନିଜ ନିଜ ଘରେ ନିଜର ପ୍ରେମ ବିଷୟରେ କହିଲେ ତେବେ ଘର ଲୋକମାନଙ୍କୁ ବି କୌଣସି ଆପତ୍ତି ନ ଥିଲା ଓ ଏହି ଦୁଇ ଜଣଙ୍କ ବିବାହ ୩୧ ଡିସେମ୍ବର ୧୯୮୩ରେ ହୋଇଗଲା । ଏକ ଇଣ୍ଟରଭିୟୁରେ ଦତ୍ତରାଜ ଦୀପ୍ତିଙ୍କ ପ୍ରଶଂସା କରି କହିଥିଲେ କି ଦୀପ୍ତି ଠିକ ସେହିଭଳି ଖାଦ୍ୟ ବନାନ୍ତି ଯେମିତି ତାଙ୍କର ମା ତିଆରି କରୁଥିଲେ । ଏହି ଦୁଇ ଜଣଙ୍କର ଗୋଟିଏ ଝିଅ ବି ଅଛି ଯାହାର ନାମ ଇଶିତା ସଲଗୋଂକର ଅଟେ । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *