ଶରୀରରେ ଅକ୍ସିଜେନ ମାତ୍ରା ଠିକ୍ ରଖିବା ପାଇଁ କରନ୍ତୁ ଏହି ବ୍ୟାୟାମ, ଡାକ୍ତର ବି ଦେଉଛନ୍ତି ପରାମର୍ଶ- Health Tips

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ବହୁତ ଅଧିକ ବଢିଯାଇଛି । ଭାରତ ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବହୁତ ଚିନ୍ତାରେ ଅଛନ୍ତି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ବସିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା କରୋନା ମହାମାରୀ ସଂକ୍ରମଣ ଏହି ବର୍ଷ ବହୁତ ଅଧିକ ବଢି ଯାଇଛି ଯାହାଫଳରେ ହସ୍ପିଟାଲରେ ବେଡ ଓ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖାଯାଇଛି ।

ବନ୍ଧୁଗଣ ଏହି ବର୍ଷ ଭାରତରେ ଅକ୍ସିଜେନର ଅଭାବ ଏକ ଚିନ୍ତାର ବିଷୟ ପାଲଟିଛି । ସେଥିପାଇଁ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଯେଉଁ ମାନଙ୍କୁ ଏହି ଭାଇରସ କମ ପ୍ରଭାବ ପକାଇଛି ସେମାନେ ଘରେ ରହି ଚିକିତ୍ସା ନିଅନ୍ତୁ ଓ ଯେଉଁ ମାନଙ୍କର ଅବସ୍ତା ଅଧିକ ଶୋଚନୀୟ ହୋଇ ଯାଇଛି ସେମାନେ ହସ୍ପିଟାଲରେ ଚିକିତ୍ସା ନିଅନ୍ତୁ ।

ବନ୍ଧୁଗଣ ଏହି ସମୟରେ ଅକ୍ସିଜେନ ସାଜିଛି ଜୀବନ ନାଟିକା । ବହୁତ ଲୋକ ଅକ୍ସିଜେନ ଅଭାବରୁ ନିଜର ପ୍ରାଣ ହରାଇଛନ୍ତି । ତେଣୁ ବନ୍ଧୁଗଣ ଏହି ସ୍ଥିତିରେ ଆପଣ ମାନେ ଘରେ ରହିବା ଉଚିତ ଓ କରୋନା ଗାଇଡଲାଇନର ପାଳନ କରିବା ଉଚିତ ।

ଏହି ଭାଇରସଟି ଅଧିକ ପ୍ରଭାବ ଫୁସଫୁସରେ ପକାଉଛି ତେଣୁ ସାଧାରଣତଃ ଅଧିକାଂଶ ରୋଗୀଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁତ ସମସ୍ୟା ହେଉଛି । ତେଣୁ ଯଦି ଆପଣ ଶ୍ଵାସକ୍ରିୟା ଜନିତ ବାୟମ କରିବେ ତା ହେଲେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବ ଓ ଏହା ସହିତ ଆପଣଙ୍କ ଶରୀରର ଅକ୍ସିଜେନ ଲେବଲ ମଧ୍ୟ ଠିକ ରହିବ ଯାହା ଫଳରେ ଏହି ଭାଇରସର ପ୍ରଭାବ ଆପଣଙ୍କ ଶରୀରରେ ଅଧିକ ପଡିବ ନାହିଁ । ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆଜିଆମେ ଆପଣ ମାନଙ୍କୁ କିଛି ମୁଖ୍ୟ ବାୟମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆପଣ ପ୍ରଥେମ ଏକ ଶାନ୍ତ ପରିବେଶରେ ବିଛଣା ପକାଇ ପେଟେଇ ଶୋଇ ଯାନ୍ତୁ। ଶୋଇଲା ବେଳେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ପେଟ ଓ ଛାତିରେ ଉପରେ ଚାପ ନପଡ଼େ। ସେଥିପାଇଁ ଆଣ୍ଠୁ ତଳେ ତକିଆ ରଖନ୍ତୁ ଓ ଏପରି କରି କିଛି ସମୟର ଶୋଇ ରୁହନ୍ତୁ। ଅକ୍ସିଜେନ୍‌ ମାତ୍ରା ଠିକ୍ ରଖିବାକୁ ଏହା ହେଉଛି ସବୁଠାରୁ ଉତ୍ତମ ଉପାୟ।

୨.ବନ୍ଧୁଗଣ ଆମ ଦ୍ଵିତୀୟ ଉପାୟରେ ଆପଣ ସେହିପରି ଏକ ସାନ୍ତ ପରିବେଶେ ବିଛଣା ପକାଇ ବସି ପଡ଼ନ୍ତୁ । ଏହାପରେ ଆପଣ ନିଜ ଆଖି ବୁଜିବା ସହିତ ଧୀରେ ଧୀରେ ପ୍ରଶ୍ୱାସ ନିଅନ୍ତୁ ଓ ଧୀରେ ଧୀରେ ନିଶ୍ୱାସ ଛାଡ଼ନ୍ତୁ। ଧ୍ୟାନ ରଖିବେ ଯେପରି ପ୍ରଶ୍ୱାସ ନେଲାବେଳେ ପେଟ ନଫୁଲେ । ସ୍ୱାସକ୍ରିୟା ବେଳେ ପେଟ ଓ ଛାତିରେ ହାଲୁକା ଭାବେ ହାତ ରଖନ୍ତୁ। ଯେମିତି ଶ୍ୱାସକ୍ରିୟା ଫୁସ୍‌ଫୁସ୍‌ ମାଧ୍ୟମରେ ହେଉଛି ବୋଲି ଆପଣ ଅନୁଭବ ହେବ ।

୩. ପ୍ରଶ୍ୱାସ ନେବା ଓ ନିଶ୍ୱାସ ଛାଡ଼ିବା ମଧ୍ୟରେ ସମାନ ସମୟର ବ୍ୟବଧାନ ରହିବା ଦରକାର। ତାହା ମାପିବା ପାଇଁ ପ୍ରଶ୍ୱାସ ନନେଲାବେଳେ ମନେ ମନେ ୫ ଗଣିବେ ଓ ଛାଡ଼ିଲା ବେଳେ ବି ୫ ଗଣି ନିଶ୍ୱାସ ଛାଡ଼ିବେ ।

୪. ବନ୍ଧୁଗଣ ଆମର ଶେଷ ଉପାୟ ହେଉଛି ଆପଣ ବ୍ୟାୟାମ କରିବା ସମୟରେ କୌଣସି ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ।  ହାଲୁକା ପୋଷାକ ପିନ୍ଧି ବ୍ୟାୟାମ କରନ୍ତୁ। ଏପରି ବ୍ୟାୟାମ ପ୍ରତ୍ୟହ ୧୦ରୁ ୨୦ ମିନିଟ କରନ୍ତୁ । ଦେଖିବେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବ ଓ ଆପଣଙ୍କ ଶରୀରରେ ଅକ୍ସିଜେନର ମାତ୍ରା ସଠିକ ରହିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *